Odisha news

ଜଗତସିଂହପୁର ସହର ସ୍ଥିତ ଗଣେଶ ହୋଟେଲ ଉପରେ ପୋଲିସର ଚଢାଉ , ଆପତି ଜନକ ଅବସ୍ଥାରେ ଜଣେ ଯୁବତୀକୁ …….

0

ଜଗତସିଂହପୁର ସହର ସ୍ଥିତ ଯୋଗଧାରୀ ଛକ ନିକଟରେ ଥିବା ଶ୍ରୀଗଣେଶ ହୋଟେଲ ଉପରେ ଗତ କାଲି ରାତିରେ ଜଗତସିଂହପୁର ପୋଲିସ ଅଚାନକ ଚଢ଼ାଉ  କରି ଆପତି ଜନକ ଅବସ୍ଥାରେ ଜଣେ ଯୁବତୀକୁ ଉଦ୍ଧାର କରିଥିବା ବେଳେ ଯୁବତୀଙ୍କ ସହିତ ଥିବା ୪ ଯୁବକ ଫେରାର ହୋଇ ଯାଇଛନ୍ତି ।

ତେବେ ଏମାନେ ଆସିଥିବା ଏକ କାରକୁ ପୋଲିସ ଜବତ କରିବା ସହିତ କାର ଚାଳକକୁ ଥାନାକୁ ନେଇ ପଚରା ଉଚରା  ଚଲାଇଛି । ଯୁବତୀ ଜଣକ ଭୁବନେଶ୍ୱର ରୁ ଆସିଥିବାର ପ୍ରାଥମିକ ତଦନ୍ତରୁ ଜଣା ଯାଇଛି ।

ଏହି ହୋଟେଲରେ ଦେହ ବ୍ୟବସାୟ ଚାଲିଥିବାର ସୂଚନା ପାଇ ଜଗତସିଂହପୁର ପୋଲିସ ରାତି ପ୍ରାୟ ୯ଟା୩୦ ସମୟରେ ଅଚାନକ ହୋଟେଲ ଉପରେ  ଚଢ଼ାଉ କରିଥିଲା । ଲକ ଡାଉନ ଯୋଗୁ  ହୋଟେଲ ବ୍ୟବସାୟ ଏବେ ମାନ୍ଦା ପଡିଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରେ ଥିବା କେତେକ ହୋଟେଲ ଦେହବ୍ୟବସାୟ ଚଳାଇ ଭଲ ଦୁଇ ପଇସା ରୋଜଗାର କରୁଥିବାର ଅଭିଯୋଗ ହେଉଛି ।

Leave A Reply