Odisha news

ଅବାକାରୀ ବିଭାଗ ପକ୍ଷରୁ ଚଢାଉ : ୩୦୦ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଇଞ୍ଜିନିୟରିଂ ଯୁବକ ଗିରଫ,ପିସ୍ତଲ ଓ ଗୁଳି ଜବତ

0

ଜଗତସିଂହପୁର୨୦/୧୧ : ନିଶା ବେପାର କରି ରାତାରାତି ମାଲାମାଲ ହେବା ନିଶାରେ ଯୁବପିଢୀ ।ଉଚ୍ଚ ଶିକ୍ଷିତ ହୋଇ ବି ଚୋରା ମଦ,ବ୍ରାଉନ,ସୁଗାର ଓ ଗଞ୍ଜେଇ ବେପାରରେ ମାତିଛନ୍ତି ଯୁବ ଗୋଷ୍ଠି । ରାତିଏ ହାତୀ ଆଣିବା ଲକ୍ଷ୍ୟରେ ଚୋରା ନିଶା କାରବାରକୁ ଆପଣେଇଛନ୍ତି ଆଜିର ଯୁବ ଗୋଷ୍ଠି ।ବିଶେଷ କରି ବ୍ରାଉନ ସୁଗାର ବା ଧଳା ଜହର ବେପାରରେ ବେଶ ଅଧିକ ଲାଭବାନ ହେଉଥିବାରୁ ଏହି ବେପାର କରିବାକୁ ଯୁବ ଗୋଷ୍ଟି ଆଗଭର ହୋଇପଡିଛନ୍ତି ।ଗାଁ ଗଣ୍ଡା ଓ ସହରର ପ୍ରତ୍ୟେକ ପାନ ଦୋକାନୀ ପାଖରେ ଗଞ୍ଜେଇ ସାଙ୍ଗକୁ ବ୍ରାଉନ ସୁଗାର ପୁଡିଆ ରହିବା ସହିତ ସଂଧ୍ୟା ହେଲେ ଭିଜ ଜମୁଛି ।ଏପରିକି ମୁହଁ ଅନ୍ଧାର ହେଲେ ସବୁ ଗଳି କନ୍ଦିରେ ଯୁବକମାନେ ବ୍ରାଉନ ସୁଗାର ପୁଡିଆ ଧରି ଅତି ସନ୍ତର୍ପଣରେ ବିକ୍ରୀ କରୁଥିବା ବେଳେ ସହରର ଅନେକ ସ୍ଥାନ ଏବେ ବ୍ରାଉନ ସୁଗାର ହବ ପାଲଟିଛି ।

ଏହାକୁ ଧରିବାକୁ ଅବାକାରୀ ବିଭାଗ ଓ ପୋଲିସ ବିଭାଗ ଉଦ୍ୟମ କରୁଥିବା ବେଳେ ଆଜି ଜଗତସିଂହପୁର ଥାନା ତରତଙ୍ଗ ଠାରେ ଚଢାଉ କରାଯାଇ ୩୦୦ଗ୍ରାମ ବ୍ରାଉନ ସୁଗାର ଜବତ ହେବା ସହିତ ଜଣେ ଉଚ୍ଚ ଶିକ୍ଷିତ ବିଟେକ ଇଞ୍ଜିନିୟରିଂ ଯୁବକକୁ ତାଙ୍କ ଘର ସାମନାରୁ ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ ।ଗିରଫ ଯୁବକ ଜଣକ ସ୍ଥାନୀୟ ତରତଙ୍ଗ – ତୋଟାପଡା ଗ୍ରାମର ସ୍ୱର୍ଗତ ରାମନାଥ ମହାପାତ୍ରଙ୍କ ପୁଅ ସୋମାନାଥ ମହାପାତ୍ର ।ଅବକାରି ବିଭାଗ ସୋମାନଥଙ୍କ ନିକଟରୁ ୩୦୦ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଗୋଟିଏ ପିସ୍ତଲ ଓ ଏକ ଦାମୀ କେଟିଏମ ବାଇକ ଜବତ କରିଛି ।ଜବତ ବ୍ରାଉନ ସୁଗାରର ମୁଲ୍ୟ ଆନୁମାନିକ ୩୦ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଡେପୁଟି ସୁପରିଟେଣ୍ଡଟ ବୈଜୟନ୍ତୀ ପଣ୍ଡା ସୁଚନା ଦେଇଛନ୍ତି ।

ବିଶେଷ ସୁତ୍ରରୁ ଖବର ପାଇ ଆଜି ସକାଳ ୯ଟା ସୁଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସଦର ଥାନା ତରତଙ୍ଗ ଛକ ନିକଟରେ ଚଢାଉ କରାଯାଇଥିଲା ।ଜଗତସିଂହପୁର ପୋଲିସ ଓ ଜିଲ୍ଲା ଅବକାରୀ ବିବାଗ ମିଳିତ ଚଢାଉ ସମୟରେ ତରତଙ୍ଗ ଛକ ନିକଟ ତୋଡାପଡା ଗ୍ରାମର ସୋମାନଥ ମହାପାତ୍ର ଏକ ଦାମୀ କେଟିଏମ ବାଇକରେ ୩୦୦ ଗ୍ରାମ ବ୍ରାଉନ ସୁଗାର ଧରି ବ୍ୟବସାୟ ପାଇଁ ଯାଉଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ବ୍ରାଉନ ସୁଗାର ଓ ଏକ ଦେସୀ ପିସ୍ତଲ ସହିତ ବହୁ ପରିମାଣରେ ସୀସା ଗୁଳି ଜବତ କରାଯାଇଥିଲା ।ସୋମାନଥ ମହାପାତ୍ରଙ୍କୁ ଅବକାରି ବିଭାଗ ପକ୍ଷରୁ ପଚରା ଉଚରା କରିବା ପରେ ସେ ଜଣେ ଉଚ୍ଚ ଶିକ୍ଷିତ ବିଟେକ ଇଞ୍ଜିନିୟରିଂ ପାସ କରିଥିବା କହିଥିଲେ ।

ସେ ଏହି ବ୍ରାଉନ ସୁଗାର ବ୍ୟବସାୟ ଭୁବନେଶ୍ୱରେ ଚଳାଉଥିବା ବେଳେ ସେଠାରେ ବାରମ୍ବାର ଚଢାଉ ପରେ ସେ ସେଠାରୁ ଆସି ନିଜ ଅ‚ଳ ତଥା ଜିଲ୍ଲାରେ ତାର ବ୍ୟବସାୟ ଆରମ୍ଭ କରିଥିଲା ।ସୋମନାଥ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଅଞ୍ଚଳରୁ ଏହି ବ୍ରାଉନ ସୁଗାର ଆଣି ବ୍ୟବସାୟ କରୁଥିଲା ବୋଲି କହିଛି ।ବାକିରେ ମାଲ ଆଣି ବ୍ୟବସାୟ କରିବା ସହିତ କିସ୍ତିରେ ଟଙ୍କା ପ୍ରଦାନ କରୁଥିଲା ।ମାଲ ଆଣି ନିଜ ପାଖରେ ରଖିବା ସହିତ ଅନ୍ୟ ଖୁଚୁରା ବ୍ୟବସାୟୀ ମାନେ ବାଇକ ଓ ବସ ମାଧ୍ୟମରେ ଆସି ଫୋନରେ ଯୋଗାଯୋଗ କରି ବ୍ରାଉନ ସୁଗାର ନେଇ ଯାଉଥିଲେ ।ଜିଲ୍ଲାର ସଦର ମହକୁମା ଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ ଅଞ୍ଚଳର ଲୋକେ ସୋମାନାଥ ଠାରୁ ବ୍ରାଉନ ସୁଗାର ନେଇ ବେପାର କରିଥାନ୍ତି ବୋଲି ସୋମାନାଥ ଅବକାରି ବିଭାଗ ଆଗରେ କହିଥିଲା ।

ଏହି ଚଢାଉରେ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସହିତ ସଦର ଅବକାରି ଇନସପେକ୍ଟର ପ୍ରତାପ କୁମାର ଦାସ,ଓଆଇସି ସସ୍ମିତା ହୋତା,ବାଲିକୁଦା ଓଆଇସି ନିଳିମା ସ୍ୱାଇଁ,ଏଏସଆଇ କଳ୍ପନା ଜେନା,କନେଷ୍ଟବଳ ପ୍ରକାଶ ରାଉତ,ଚିତ୍ତ ରଞ୍ଜନ ଦାସ,ସନ୍ତୋଷ କୁମାର ସାହୁ,ବିଷ୍ଣୁ ଚରଣ ନାୟକ,ବର୍ଷାରାଣୀ ଖୁଣ୍ଟିଆ,କଲ୍ୟାଣି ସେଠୀ,ହିମାଶୁଂ ନାୟକ,ଦିନବନ୍ଧୁ ସେଠୀ ପ୍ରମୁଖ ସାମିଲ ରହିଥିଲେ ।

Leave A Reply