Odisha news

ଜଗନ୍ନାଥ ପ୍ରସାଦ ପୋଲିସ କୁ ବଡ଼ସଫଳତା : ବନ୍ଧୁକ ତିଆରି କାରଖାନା ଠାବ

5ବନ୍ଧୁକ , ବନ୍ଧୁକ ତିଆରି ସରଞ୍ଜାମ ସହ ଜଣେ ଗିରଫ

0
ଜଗନ୍ନାଥ ପ୍ରସାଦ :14/03 ; ଜଗନ୍ନାଥ ପ୍ରସାଦ ପୋଲିସ କୁ ମିଳିଛି ପୁଣି ବହୁତ ବଡ଼ ସଫଳତା l ବହୁତ ଦିନ ପ୍ରଚେଷ୍ଟା ରେ ଗତ କାଲି ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ଉକରୀ 5ବନ୍ଧୁକ, ବନ୍ଧୁକ ତିଆରି ସରଞ୍ଜାମ ସହ ମୋହନ ମଲ୍ଲିକ ନାମକ ବ୍ୟକ୍ତି ଙ୍କୁ ଗିରଫ କରିଛି l
ସୂଚନା ପ୍ରକାରେ ଗତ ଫ୍ରେବୃଆରୀ 24 ତାରିଖ ରେ ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଖଇରପୁଟି ଗ୍ରାମର ସୁଶାନ୍ତ ନାଇକ ବୟସ 20 ନାମକ ଜଣେ ବ୍ୟକ୍ତି ବନ୍ୟଜନ୍ତୁ ଶିକାର ପାଇଁ ଯୋଜନା କରୁଥିବା ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ସୁଶାନ୍ତ ଙ୍କୁ ଗିରଫ କରିଥିଲା l ପୋଲିସ ର ତନାଘନା ପରେ ସୁଶାନ୍ତ ର ଘରୁ ଏକ ବେଆଇନ ଦେଶୀବନ୍ଧୁକ ଜବତ କରିବା ସହ କେସ ନମ୍ବର 126/26/2/23 ରେ ୟୁ/ଏସ 25 ଆର୍ମସ ଆକ୍ଟ ରେ କେସ କଯାଇଥିଲା l ଜଗନ୍ନାଥ ପ୍ରସାଦ ଥାନା ରେ  ପଚରାଉଚରା ପରେ ନୟାଗଡ ଜିଲ୍ଲା ବାହାଡାଝୋଲା ଫାଣ୍ଡି ଅଧୀନ ଡିମ୍ବିରୀପୋଲି ଗ୍ରାମର ମୋହନ ମଲ୍ଲିକ ଠାରୁ କିଣିଆଣିଥିବା ସୁଶାନ୍ତ ପୋଲିସ ଆଗରେ ସତ ଓଗାଳି ଥିଲା l ମୋହନ ମଲ୍ଲିକ ପୋଲିସ ଖୋଜୁଥିବା ସୂଚନା ପାଇ ଫେରାର ହୋଇଯାଇଥିଲା l
ଏନେଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ତତ୍ଵାବଧାନ ରେ 2ଜଣ ଅଧିକାରୀ ଏବଂ 11ଜଣ କର୍ମଚାରୀ ଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା l ମୋହନ ମଲ୍ଲିକ ଗ୍ରାମରେ ଥିବା ବିଶେଷ ସୂତ୍ର ରୁ ଖବର ପାଇ ଗ୍ରାମରେ ଚଢ଼ାଉ କରି ମୋହନ ମଲ୍ଲିକ କୁ କାବୁ କରିଥିଲା l ମୋହନ କୁ ଆଣି ପଚରାଉଚରା ପରେ ସେ ନିଜେ ବନ୍ଧୁକ ତିଆରି କରୁଥିବା ମାନିଥିଲା l ତଦନ୍ତ ପରେ ପୋଲିସ ମୋହନ ର ଘର ତଲାସି କରି 5ବେଆଇନ ବନ୍ଧୁକ, ବନ୍ଧୁକ ନିର୍ମାଣ ରେ ଲାଗୁଥିବା କାଠ, କର୍ଭ କଟର, ଡ୍ରେଲିଗ ମେସିନ, କାଠ କଟା ମେସିନ, ବ୍ଲୋର, କାଠ ପଲିସ ମେସିନ, ଆଇରନ ବେରାଲ, ଡ୍ରିଲ-କୀ ସହ ବନ୍ଧୁକ ନିର୍ମାଣ ରେ ଲାଗୁଥିବା ସରଞ୍ଜାମ ଜବତ କରାଯାଇଥିଲା l ସେ ନିଜ ପେସା ଭାବି ବନ୍ଧୁକ ତିଆରି କରି ବିକ୍ରି କରୁଥିବା ସତ ମାନିଛି l ତାହା ସହିତ ଗୋଟିଏ ବନ୍ଧୁକ ତିଆରି ପାଇଁ 3ଦିନ ସମୟ ଲାଗୁଥିବା ଏବଂ 9000 ଟଙ୍କା ରେ ଗୋଟିଏ ଲେଖାଏଁ ବନ୍ଧୁକ ବିକୁଥିବା ପୋଲିସ କୁ କହିଛି l ସେ ଏହି ବେଆଇନ ଦେଶୀ ବନ୍ଧୁକ କାରବାର ନୟାଗଡ ଜିଲ୍ଲା ର ଦଶପୋଲା, ଗଣିଆ, ନୂଆଗାଁ, ବାହାଡାଝୋଲା, ଗଞ୍ଜାମ ଜିଲ୍ଲା ର ଖଇରପୁଟି, ବନ୍ତl, ସାଳୁଆପୋଲି, ଏକଘରିଆ ସମେତ ଏକାଧିକ ଜିଲ୍ଲା ରେ ବନ୍ୟଜନ୍ତୁ ଶିକାର ପାଇଁ ଏହି ବନ୍ଧୁକ ଯୋଗାଉଥିବା କହିଛି l
ଗତ କାଲି ମୋହନ କୁ ଆଣି ଜଗନ୍ନାଥ ପ୍ରସାଦ ପ୍ରଥମ ଶ୍ରେଣୀ ବିଚାରବିଭାଗ ଅଦାଲତ ରେ ଉପସ୍ଥିତ କରିବା ପରେ ଜେଲ ପଠାଇ ଦିଆଯାଇଥିବା ଥାନାଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି l ଏହି ଚଢ଼ାଉ ବେଳେ ଥାନା ଅଧିକାରୀଙ୍କ ସମେତ ଏସଆଇ ପ୍ରଭାତ କୁମାର ଦିହୁଡି, ଏସଆଇ ବାବୁଲାଲ ରାଉଳ, ହାବିଲଦାର ଜି ଆପେୟା ପ୍ରଧାନ, କନେଷ୍ଟବଳ ରଞ୍ଜନ କୁମାର ଆଚାର୍ଯ୍ୟ, ଉମାଶଙ୍କର ବେହେରା, ପବିତ୍ର ରଣା, ଲକ୍ଷ୍ମୀ ନାରାୟଣ ରାଉତ, ନନ୍ଦକିଶୋର ମାରାଣ୍ଡି, ଦିପୁ ପାତ୍ର, ବିଲଜିତ ବିଶୋଇ,ଗୃହ ରଖି ଶ୍ରୀଧର ଦାସ ଓ ପବିତ୍ର ମାଝୀ ନିୟୋଜିତ ଥିଲେ l ଏହି ବଡ଼ ଧରଣ ର ବେଆଇନ ବନ୍ଧୁକ କାରଖାନା ଠାବ କରିଥିବାରୁ ଜଗନ୍ନାଥ ପ୍ରସାଦ ପୋଲିସ ଟିମ କୁ ଗଞ୍ଜାମ ଆରୋଖୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନା ଉଚ୍ଚପ୍ରଶଂସିତ କରିଥିବା ସୂଚନା ରହିଛି l
Leave A Reply