Odisha news

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟlହୁଙ୍କ ବାସଭବନକୁ ହିଜବୂଲା କଲା ଡ୍ରୋନ ଆକ୍ରମଣ

0

ଲେବାନନ ଶନିବାର ୧୯ ଅକ୍ଟୋବର ୨୦୨୪ ରେ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଛି l ଇସ୍ରାଏଲ ଖବର କାଗଜ ହାରେଟେଜ ର ରିପୋର୍ଟ ଅନୁସାରେ, ଲେବାନନ ପକ୍ଷରୁ ଗୋଟିଏ  ଡ୍ରୋନ ଆକ୍ରମଣ କରାଗଲା l ସୂଚନା ଯୋଗ୍ୟ ଯେ ଆକ୍ରମଣ ର ଲକ୍ଷ ନେଟ୍ୱାନ୍ୟହୁ ଙ୍କ ଘରକୁ କରାଯାଇ ଥିଲା l ଇସ୍ରାଏଲ ର ଡିଫେନ୍ସ ଫୋର୍ସ ପକ୍ଷରୁ କୁହାଯାଇଛି ଯେ ୩ଟି  ଡ୍ରୋନ ଆକ୍ରମଣ କରାଯାଇ ଥିଲା ଏବଂ ସେଥିରୁ ଗୋଟିଏ  ଡ୍ରୋନ ମଧ୍ୟ ଇସ୍ରାଏଲ ର ସହର କେଶରୀୟl ରେ ଗୋଟିଏ ଘର ଉପରେ ପଡିଥିଲା, କିନ୍ତୁ ଏହି ଆକ୍ରମଣ ରେ କାହାର କୌଣସି କ୍ଷତି ହୋଇନାହିଁ l

ଅଚାନକ ହେଲା ବିସ୍ଫୋଟ, ଯାଞ୍ଚ ରେ ସେନା ଓ ପୋଲିସ –
ସ୍ଥାନୀୟ ପୋଲିସ ର ସୂଚନା ଅନୁସାରେ କେଶରୀୟl କ୍ଷେତ୍ରରେ ବିସ୍ଫୋଟ ର ଶବ୍ଦ ହୋଇଥିଲା, ଲେବନାନ ପକ୍ଷରୁ କରାଯାଇଥିବା ଏହି ବିମାନ ଆକ୍ରମଣ ର ଯାଞ୍ଚ ଚାଲିଛି l ଇସ୍ରାଏଲ ମିଡ଼ିଆ ର ରିପୋର୍ଟ ଅନୁସାରେ ଏହି  ଡ୍ରୋନ ଖୁବ ସହଜ ରେ ଇସ୍ରାଏଲ ସୀମା କୁ ପଶି ଆସିଥିଲା l ଏବଂ ଏହି  ଡ୍ରୋନ ଟି ସେନାର ହେଲିକପ୍ଟର ନିକଟ ଦେଇ ଯାଇଥିଲା l

ଇସ୍ରାଏଲ ସେନାଙ୍କ ସୂଚନା ଅନୁସାରେ ୩ଟି  ଡ୍ରୋନ ଲେବନାନ ପକ୍ଷରୁ ଆକ୍ରମଣ କରାଯାଇଥିଲା , ଯେଉଁଥିରୁ ମାତ୍ର ୨ଟି  ଡ୍ରୋନ ବିଷୟ ରେ ଜଣା ପଡିଥିଲା ଏବଂ ତାଙ୍କୁ ଅଟକା ଯାଇଥିଲା l  ଡ୍ରୋନ ଟିର ବେଗ ପ୍ରାୟ ୭୦ କିଲୋମିଟର ବେଗରେ ଯାଇଥିଲା l

Leave A Reply