ରାକେଶ କୁମାର ବାରିକ : ସୁଜଳା, ସୁଫଳା , ଶସ୍ୟ, ଶ୍ୟାମଳା ଏହି ଆମ ପବିତ୍ର ଭାରତ ଭୁମି । ସୁନାର ଏହି ରାଷ୍ଟ୍ର ବିଶ୍ୱବାସୀଙ୍କ ପାଇଁ ପ୍ରେରଣା । ଇତିହାସ କହେ ଏହି ମାଟି କେତେ ପବିତ୍ର, କାହିଁ କେତେ ଜ୍ଞାନୀଗୁଣୀ ପଣ୍ଡିତ ଏହି ମାଟିରେ ଜନ୍ମ ହୋଇ ସମସ୍ତଙ୍କ ଆଦର୍ଶ ହୋଇପାରିଛନ୍ତି । ଆମ ଐତିହ୍ୟ ପରମ୍ପରା, କଳା , ସ୍ତାପତ୍ୟ ଅତୁଳନୀୟ । ବିଶ୍ୱବାସୀକୁ ଆମକୁ ଆଦର୍ଶ ବୋଲି ମାନନ୍ତି । ସଭ୍ୟତାର ତାଳେ ତାଳେ ଆମେ ଉନ୍ନତର ଶିଖରରେ ପହଂଚିଛେ । କେତେ ବିଦେଶୀ ଶାସକ ଆମ ଦେଶକୁ ଆସିଛନ୍ତି, ଆମକୁ ଅନେକ ଉତ୍ପୀଡନା , କଷ୍ଟ ମଧ୍ୟ ସହିବାକୁ ପଡିଛି । ଆମ ସଂସ୍କୃତି ପରମ୍ପରାକୁ ସେମାନେ କ୍ଷୁର୍ଣ୍ଣ କରିଦେଇଛନ୍ତି । ମାମ୍ମୁଦ ଗଜ୍ଜନୀଙ୍କ ଠାରୁ ଆରମ୍ଭ କରି ଜାହାଙ୍ଗୀର, ଆଉରଙ୍ଗଜେବ୍ ଏହି ଦେଶକୁ ଧ୍ୱଂସ ବିଧ୍ୱଂସ କରି ଦେଇଛନ୍ତି । ମୋଗଲ ସମ୍ରାଟ ମାନଙ୍କ ଆକ୍ରମଣ ସ୍ୱର୍ଣ୍ଣିମ ଭାରତରେ କେବଳ ଦାଗ ଲଗାଇ ନଥିଲା , ଭାରତକୁ ତଳି ତଳାନ୍ତ କରିବାର ପଥ ସୃଷ୍ଟି କରିଥିଲା ।
ମୋଗଲ ମାନେ କଦାପି ଶ୍ରେଷ୍ଠ ନଥିଲେ । ଆମର ଉନ୍ନତିରେ ତାଙ୍କର ତିଳେ ମାତ୍ର ଅବଦାନ ନଥିଲା । ସେମାନେ କେବେ ଆମର ଆଦର୍ଶ ନଥିଲେ କି କେବେ ହୋଇପାରିବେ ନାହିଁ । ଆମକୁ ଅତ୍ୟାଚାର କରି ଆମ ଧନ ସମ୍ପଦକୁ ଅକ୍ତିଆର କରିବା ତାଙ୍କର ଲକ୍ଷ୍ୟ ଥିଲା । ଆମ ଦେଶରେ ଅରାଜଗତା ସୃଷ୍ଟି କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ମୋଗଲ ସମ୍ରାଟ ମାନଙ୍କ ଚରିତ୍ର ଅତ୍ୟନ୍ତ ନିମ୍ନଗାମୀ ଥିଲା । ସେମାନେ ଅତି କ୍ରୁର ଶାସକ ଥିଲେ । ୧୫୫୬ ମସିହା ଆକବରଙ୍କ ସିଂହାସନ ଆରୋହଣରୁ ୧୭୦୭ ମସିହା ଆଉରଙ୍ଗଜେବ୍ର ମୃତ ପର୍ଯ୍ୟନ୍ତ ଏମାନେ ଆମ ଦେଶକୁ ଧ୍ୱଂସ ବିଧ୍ୱଂସ କରି ଦେଇଥିଲେ । ବାବରଙ୍କ ଦ୍ୱାରା ୧୫୨୬ ମସିହାରେ ଦିଲ୍ଲୀରେ ଇବ୍ରାହମ ଲୋଦୀଙ୍କୁ ପରାସ୍ତ କରି ପ୍ରତିଷ୍ଠିତ ହୋଇଥିବା ମୋଗଲ ବଂଶ ଭାରତ ବିଭାଜନର ମୂଳ କାରଣ ଥିଲେ । ସାଧାରଣ ଜନତାଙ୍କ ମଧ୍ୟରେ ବିଭା୍ରନ୍ତ ସୃଷ୍ଟି କରି ସେମାନଙ୍କୁ ଶାସନ କରୁଥିଲେ ।
ଆମ ଦେଶ ବହୁ ପ୍ରାଚୀନ କାଳରୁ, ଧନଧାନ୍ୟରେ ପରିପୁର୍ଣ୍ଣ ଥିଲା । ତେବେ ପ୍ରଶ୍ନ ଉଠୁଛି ମୋଗଲ ମାନେ ଆସି ଆମକୁ କିପରି ଉନ୍ନତ କଲେ, ଏହା ସମ୍ପୁର୍ଣ୍ଣ ମିଥ୍ୟା । ଆଜିର ପୀଢି ଭାରତୀୟ ରାଜା ମାନଙ୍କୁ ମନେ ନରଖି ମୋଗଲ ମାନଙ୍କୁ ମନେ ରଖିବାର ପ୍ରମୁଖ କାରଣ ଆମ ସଂଗ୍ରାହଳାୟ ମାନଙ୍କରେ , ଲିଖିତ ପୁସ୍ତକରେ ଅନେକାଂଶରେ କେବଳ ମୋଗଲ ମାନଙ୍କୁ ଶ୍ରେଷ୍ଠ କରି ଲେଖାଯାଇଛି , ଭାରତୀୟ ରାଜା ମାନଙ୍କ ବିଷୟରେ ବହୁ କମ ପରିମାଣରେ ଲେଖାଯାଇଛି । ସେଥିପାଇଁ ଆଜିର ପିଢୀ ଆମ ଦେଶ ବିରୋଧୀ ମାନଙ୍କୁ ନିଜର ଆଦର୍ଶ ମାନିବାକୁ ବସିଲାଣି । ତେବେ ବହୁ ପରିମାଣର ବ୍ୟକ୍ତି ବିଶେଷ ମଧ୍ୟ ଆମ ରାଜା ମାନଙ୍କ ସମ୍ମାନର୍ଥେ ନାନାଦି କାର୍ଯକ୍ରମ ମାନ କରୁଛନ୍ତି । ତେବେ ଏମାନଙ୍କୁ ଜାଗ୍ରତ କରିବାର ସମୟ ଅସିଛି । ସମୟ ଏବେ ପରିବର୍ତନ ଆଣିବାର , ଆମ ଦେଶକୁ ଅଗକୁ ବଢିବାକୁ ହେଲେ ପରିବର୍ତନର ଆବଶ୍ୟକତା ରହିଛି ।
କିଛି ତଥାକଥିତ ବୁଦ୍ଧୀଜୀବୀ ମାନେ ଆମ ଆଗରେ ମୋଗଲଙ୍କ ଉଦାହରଣ ଦେଇ କହୁଛନ୍ତି ଯେ ସେମାନେ କୁଆଡେ ଆମକୁ ଏକାଠି କରିଛନ୍ତି, ସତେ ଯେପରି ଆମେ ଆଗରୁ ଅଲଗା ଥଲେ । ରାମରାଜ୍ୟରୁ ଆମ ଦେଶ ଏକାଠି ଥିଲା । ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ରାଜା ଥିଲେ ସତ କିନ୍ତୁ ପରସ୍ପର ସାମଂଜସ୍ୟ ରକ୍ଷାାକରି ସୁରୁଖରରେ ରାଜ୍ୟ ପରିଚାଳନା କରୁଥିଲେ । ଆଜି ମଧ୍ୟ ଆମେ ଅଲଗା ଅଲଗା ରାଜ୍ୟରେ ରହୁଛେ , କିନ୍ତୁ ପରସ୍ପର ମଧ୍ୟରେ ଉଚିତ ବୁଝାବଣା ଦ୍ୱାରା ରାଜ୍ୟ ଗୁଡିକ ସୁପରିଚାଳନା ହୋଇପାରୁଛି । ଦେଖିବାକୁ ଗଲେ ମୋଗଲ ମାନଙ୍କ ମଧ୍ୟରେ ସାମଂଜସ୍ୟ ନଥିଲା । ମୋଗଲ କେବଳ ଦିଲ୍ଲୀରେ ନଥିଲେ ଆମ ଦେଶର ଅନେକ ପ୍ରାନ୍ତରେ ମଧ୍ୟ ଥିଲେ । ଭାରତର ଦିଲ୍ଲୀ ଓ ଦକ୍ଷିଣାଂଚଳରେ ଅଲଗା ଅଲଗା ମୋଗଲ ବଂଶୀ ମାନେ ରହିବାର ଦୃଷ୍ଟାନ୍ତ ଅଛି । ସେମାନେ ପରସ୍ପର ମଧ୍ୟରେ ସିଂହାସନ ନିମନ୍ତେ ଯୁଦ୍ଧ କରୁଥିଲେ । ଯେତେବେଳେ କୌଣସି ଅଚଂଳରେ କିଛି ସମସ୍ୟା ଦେଖାଯାଉଥିଲା , ଅନ୍ୟ ମାନେ ଆକ୍ରମଣ କରିବାକୁ ପଛାଉ ନଥିଲେ ।
ଗୋଲକୁଣ୍ଡା , ବିଜାପୁର, ବିଦର ଆଦି ବିଭିନ୍ନ ସ୍ଥାନରେ ମୋଗଲ ମାନେ ନିଜ ଆଧିପତ୍ୟ ବିସ୍ତାର କରିଥିଲେ । ତେବେ ଦିଲ୍ଲୀର ସୁଲତାନ ମାନଙ୍କ ସହ ଦକ୍ଷିଣାଂଚଳ ସୁଲତାନ ମାନଙ୍କ ମଧ୍ୟରେ ସଂଘର୍ସ ଜାରି ରହୁଥିଲା । ସିଂହାସନ ପାଇଁ ସେମାନେ ନିଜ ପରିବାରର ସଦସ୍ୟ ମାନଙ୍କ ହତ୍ୟା କରିବାକୁ ପଛାଉ ନଥିଲା । ମୋଗଲ ରାଜା ମାନେ ନିଜ ସମ୍ପର୍କୀୟ, ଏପରିକି ନିଜ ବାପା, ଦାଦାଙ୍କୁ ବନ୍ଦି କରି, ହତ୍ୟା କରି ସିଂହାସନର ସ୍ୱାଦ ଚାଖିବାକୁ ଚାହୁଁଥିଲେ । ଭାଇ ଭାଇ ମଧ୍ୟରେ ରାଜଗାଦି ପାଇଁ ସଦାବେଳେ ତିକ୍ତତା ଲାଗି ରହୁଥିଲା । ସେମାନେ ପରସ୍ପର ମଧ୍ୟରେ ସଦାବେଳେ ହିଂସା , ଅପବାଦରେ ଲିପ୍ତ ରହୁଥିଲେ । ଆମ ସଭ୍ୟ ସମାଜରେ ସେମାନେ ଅସଭ୍ୟତାର ବାର୍ତା ଦେବା ଆରମ୍ଭ କରିଥିଲେ, ତାଙ୍କ ମାନଙ୍କଠୁ ଏହି ସବୁ ଅମାନୁଷିକତାର ସୃଷ୍ଟି । ଯେଉଁମାନେ ନିଜନିଜ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିପାରୁ ନଥିଲେ, ସେମାନେ କୁଆଡେ ଆମକୁ ଏକାଠି କରିଛନ୍ତି । ଯେ ନିଜେ ଏକାଠି ରହି ପାରୁ ନଥିଲେ ସେମାନେ ଶ୍ରେଷ୍ଟ କିପରି?
ଭାରତୀୟ ଗୁରୁ ମାନଙ୍କୁ ସେମାନେ ଅତ୍ୟାଚାର କରିବା ସହ, ମାରି ଦେଉଥିଲେ । ୧୬୦୬ ମସିହାରେ ରାବୀ ନଦୀ କୂଳରେ ଜାହାଙ୍ଗୀର ପଂଚମ ଶିଖ୍ ଗୁରୁ ଅର୍ଜନଙ୍କୁ ହତ୍ୟା କରିଥିଲେ । ଗୁରୁ ତେଗ ବାହାଦୁରଙ୍କୁ ମଧ୍ୟ ମୋଗଲ ମାନେ ହତ୍ୟା କରିଥିଲେ । ଭାରତୀୟ ସାଧୁ ସନ୍ଥ ମାନଙ୍କୁ ବହୁ କ୍ରୁରତାର ସହ ଅତ୍ୟାଚାର କରୁଥିଲେ । ସେମାନେ ପୂଜା କରୁଥିବା ଧର୍ମାନୁଷ୍ଠାନ ମାନଙ୍କୁ ଭାଙ୍ଗି ଦେଇଥିଲେ, ସେମାନେ ପ୍ରତିରୋଧ କରିବାରୁ ସେମାନଙ୍କୁ ମାରି ଦେଉଥିଲେ । ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ କନିଷ୍ଠ ପୁତ୍ର ଜୋରାଓାର ସିଂହ, ଜୁଝର ସିଂହଙ୍କୁ ପାଚେରି ବନ୍ଦ କରି ଅମାନୁଷିକତା ଭାବରେ ହତ୍ୟା କରାଯାଇଥିଲା । ଆଉରଙ୍ଗଜେବ୍ଙ୍କ ରାଜତ୍ୱ ସମୟରେ ଏହି ବିଭସô କାର୍ଯ୍ୟ ହୋଇଥିଲା । ଏହିପରି ଅନେକ ଭାରତୀୟ ଗୁରୁଙ୍କୁ ସେମାନେ ହତ୍ୟା କରିଥିଲେ । ଗୁରୁ ମାନଙ୍କୁ କୃରତାର ସହ ହତ୍ୟା କରୁଥିଲେ । ନିଜ ସ୍ୱାର୍ଥ ହାସଲ କରିବା ନିମନ୍ତେ ସେମାନେ ସବୁ ସୀମା ପାରକରି ପାରୁଥିଲେ । ଆମ ଗୁରୁ ମାନଙ୍କୁ ଯେ ଏଭଳି ବ୍ୟବହାର କରିବ ସେ ଶ୍ରେଷ୍ଠ କିପରି?
ଭାରତୀୟ ସଂସ୍କୃତି ମହାନ ଥିଲା, ହୋଲି ପର୍ବ ସମଗ୍ର ଭାରତବର୍ଷରେ ପାଳିତ ହେଉଥିଲା । ପର୍ବପର୍ବାଣୀ ଭରା ଏହି ଦେଶ ବସୁଦେବମଃ କୁଟୁୁମ୍ବକମର ବାର୍ତା ଦେଉଥିଲା । ତେବେ ମୋଗଲ ମାନେ ଆସି ଆମ ସଂସ୍କୃତିକୁ ଭାଗଭାଗ କରିଦେଲେ , ଆମ ପର୍ବପର୍ବାଣୀ ପାଳନ ଉପରେ ଅଙ୍କୁଶ ଲଗାଇ ଥିଲେ । ଆମ ମନ୍ଦିର ଆଦି ବିଭିନ୍ନ କୀର୍ତିରାଜିକୁ ବନ୍ଦ କରି ଦେଇଥିଲେ । ଭାରତୀୟଙ୍କ ଆସ୍ଥା, ଭରସା ଓ ବିଶ୍ୱାସର ପ୍ରତୀକ ପ୍ରଭୁ ରାମଙ୍କ ମନ୍ଦିର ଅଯୋଧ୍ୟାରେ ବନ୍ଦ କରି ଦେବା ସହ ତା ରୂପ ରେଖରେ ପରିବର୍ତନ ଆଣିଥିଲେ । ବହୁ ବର୍ଷ ବ୍ୟବଧାନରେ ଯାହା ପୁଣି ନୁତନ ଭାବରେ ପ୍ରତିଷ୍ଟା ହେବ ବୋଲି ମାନ୍ୟବର ସୁପ୍ରମ କୋର୍ଟ ନିଷ୍ପତି କରିଛନ୍ତି । ସେହିପରି ଆମର ଅନେକ ଧର୍ମାନୁଷ୍ଠାନ ମାନଙ୍କୁ ସେମାନେ ଧ୍ୱଂସ କରି ଦେଇଛନ୍ତି । ଯେ ଆମ ସଂସ୍କୃତିକୁ ହତାଦାର କରିଛି ସେ ଶ୍ରେଷ୍ଠ କିପରି ହେବ ?
କିଛି ଜଣ ଯୁକ୍ତି ବାଢୁଛନ୍ତି ଯେ ସେମାନେ ଆମ କୀର୍ତିରାଜି କୁ ନୂତନ ଶିଖର ଦେଇ ତାଜମହଲ, ଲାଲକିଲ୍ଲା ଆଦି ଅନେକ ସ୍ମୃତିସ୍ତମ ତିଅରି କରିଛନ୍ତ । ସେମାନେ ଜାଣିବା ଦରକାର କାରିଗର ତ ଆମରି, ଇଂଜିନୟର ବି ଆମର ଥିଲେ, ମୋଗଲ ମାନେ କିପରି ସେଗୁଡିକୁ ବନାଇଲେ । ଆମ ଦେଶରେ ସେମାନେ ଆସିବା ପୂର୍ବରୁ ଅନେକ କୀର୍ତିରାଜି ଅଛି । କୋଣାର୍କର ସୂର୍ଯ୍ୟ ମନ୍ଦିର, ଗୁଜୁରାଟର ସୋମନାଥ ମନ୍ଦିର ଆଦି ଅନେକ କୀର୍ତିରାଜି ଅଛି । ପାହାଡ ଖୋଦେଇ ହୋଇ ଅନେକ କାରୁକାର୍ଯ୍ୟ ମଧ୍ୟ ହୋଇଛି । ଯଦି ସେମାନେ ଆମ ଦେଶରେ ଆସି ବିଭିନ୍ନ ଐତିହାସିକ କିର୍ତୀରାଜି କରିଛନ୍ତି, ନିଜ ଦେଶରେ କଣ ପାଇଁ କରି ପାରିଲେ ନାହିଁ । ନିଜ ଦେଶର ଉନ୍ନତି କଣ ପାଇଁ କଲେ ନାହିଁ । ଏଥିରୁ ଜଣାପଡୁଛି ତାଙ୍କ ଆଦର୍ଶର ପ୍ରମାଣ । ନିଜ ଦେଶକୁ ଯେ ସମ୍ମାନ ଦେଇ ପାରୁନାହିଁ ସେ ଶ୍ରେଷ୍ଠ କିପରି ?
ଆମ ଦେଶକୁ ଅଭିବୃଦ୍ଧି କରିବାକୁ ହେଲେ , ଆମକୁ ଆଗକୁ ବଢିବାକୁ ହେଲେ , ଉନ୍ନତିର ଶିଡି ଚଢିବାକୁ ହେଲେ ଆମ ସଂସ୍କୃତି, କଳା, ସ୍ଥାପତ୍ୟକୁ ଗୁରୁତ୍ୱ ଦେବାକୁ ପଡିବ, ନାହିଁ କି ଯେ ଆମ ଦେଶକୁ ଯେଉଁମାନେ ବିଭାଜନ କରିଛନ୍ତି, ତାଙ୍କ ଗୁଣ ଗାଇବାକୁ ପଡିବ । ବୀର ଶିବାଜୀ, ମହାରାଣା ପ୍ରତାପ, ରାଣୀ ଲକ୍ଷ୍ମୀବାଇଙ୍କ ଅବଦାନ ଆମ ପାଇଁ ଶ୍ରେଷ୍ଠ, ଆମେ ଏହି ବୀର ମାନଙ୍କୁ ନିଜର ଆଦର୍ଶ ମାନିବା ଦରକାର । କିଛିଦିନ ତଳେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟ ନାଥ ମୋଗଲ ମୁ୍ୟଜିୟମର ନାମ ପରିବର୍ତନ କରି ଛତ୍ରପତି ଶିବାଜୀଙ୍କ ନାମରେ ନାମିତ କରିଛନ୍ତି, ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହିଭଳି ପରିବର୍ତନର ଆବଶ୍ୟକତା ଅଛି । ଯେଉଁମାନେ ଆମ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିଛନ୍ତି, ତାଙ୍କର ବିନାଶ ହେବା ଦରକାର । ମୋଗଲ ଶବ୍ଦକୁ ବିଲୁପ୍ତ କରିବା ଦରକାର ସେଥିପାଇଁ ସରକାର ମଧ୍ୟ ପାଠ୍ୟପୁସ୍ତକରେ ଆମ ଦେଶର ବୀର ମାନଙ୍କ ଅମରଗାଥାକୁ ବର୍ଣ୍ଣନା କରିବା ଦରକାର । ଆମ ଐତିହ୍ୟ, ପରମ୍ପରାକୁ ଗୁରୁତ୍ୱ ଦେବା ସହ, ରାଷ୍ଟର ପ୍ରଗତିରେ ସହାୟକ ହେବା ଦରକାର । ଆମ ସଂସ୍କୃତି ଉନ୍ନତ ହେଲେ ଆମେ ଉନ୍ନତ ହେବା ।