Odisha news

ଆଇପିଏଲ-୨୦୨୨ : ବାଙ୍ଗାଲୋର ଦିଲ୍ଲୀକୁ ୧୬ ରନ୍‌ରେ ପରାସ୍ତ କଲା

0

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୨୭ତମ ମ୍ୟାଚରେ ଦିଲ୍ଲୀକୁ ୧୬ ରନ୍‌ରେ ପରାସ୍ତ କରିଛି ବାଙ୍ଗାଲୋର । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୯୦ ରନ୍‌ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୩ ରନ୍‌ କରି ପରାସ୍ତ ହୋଇଛି । ଦିଲ୍ଲୀ ପକ୍ଷରୁ ଡେଭିଡ ୱାର୍ଣ୍ଣର ୩୮ ବଲରେ ୬୬ ରନ୍‌ କରିଥିବା ବେଳେ ରିଷଭ ପନ୍ତ ୧୭ ବଲରେ ୩୪ ରନ୍‌ କରିଥିଲେ । ଶେଷରେ ଶାର୍ଦ୍ଦୁଲ ଠାକୁର ୯ ବଲରେ ୧୭ ରନ୍‌ କରିଥିଲେ କିନ୍ତୁ ଦିଲ୍ଲୀକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ଜୋସ୍ ହାଜଲେଉଡ୍ ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି ଓ ୱାନିନ୍ଦୁ ହାସରାଙ୍ଗା ଗୋଟିଏ ୱିକେଟ ନେଇ ବାଙ୍ଗାଲୋରକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ଟେବୁଲ ତାଲିକାରେ ୮ ପଏଣ୍ଟ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛି ।

ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୯ ରନ୍‌ କରିଥିଲା। ବାଙ୍ଗାଲୋର ପକ୍ଷରୁ ଦୁଇ ଓପନର ଫାଫ ଡୁପ୍ଲେସିସ ଓ ଅନୁଜ ରାଓ୍ବତ ଏବଂ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶସ୍ତାରେ ଆଉଟ ହେବାପରେ ଦଳ ଆରମ୍ଭରୁ ସଂକଟରେ ପଡିଥିଲା। ବାଙ୍ଗାଲୋର ନିଜର ସ୍କୋର ୪୦ ରନ୍‌ ବେଳକୁ ଆଗଧାଡ଼ିର ୩ ଜଣ‌ ଖେଳାଳିଙ୍କୁ ହରାଇବା ପରେ ସଂକଟରେ ପଡ଼ିଯାଇଥିଲା। ତେବେ ଗ୍ଲେନ ମାକ୍ସଓ୍ବେଲଙ୍କ ୫୫ ରନ, ଦିନେଶ କାର୍ତ୍ତିକଙ୍କ ୬୬ ରନ ବଳରେ ଦଳ ବିପର୍ଯ୍ୟୟରୁ ବାହାରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ୧୮୯ ରନ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଲ ଠାକୁର, ଖଲୀଲ ଅହମଦ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Leave A Reply