ନୂଆଦିଲ୍ଲୀ : ଚଳିତ ବର୍ଷ ମଧ୍ୟ IPL ମ୍ୟାଚରେ କରୋନା ବିପଦ ଦେଖା ଦେଇଛି l ଚଳିତବର୍ଷ ମାତ୍ର ୨୯ ଟି ମ୍ୟାଚ ହୋଇଥିଲା ,କିନ୍ତୁ କଲିକତା ନାଇଟ ରାଇଡ଼ର୍ସର ଦୁଇଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ l ଏହାପରେ ସୋମବାର ଦିନ IPL ର କଲିକତା ଓ ବେଙ୍ଗଲୁର ରୟାଲ ଚ୍ୟାଲେଞ୍ଜର୍ସ ମ୍ୟାଚ ଏଡ଼ାଇବାକୁ ପଡିଥିଲା l ବର୍ତ୍ତମାନ ସୁଦ୍ଧା IPL ରେ ୭ଜଣ ଖେଳାଳି ସଂକ୍ରମିତ ହୋଇ ସାରିଲେଣି l ଚଳିତବର୍ଷର ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚକୁ ମିଶାଇ ବର୍ତମାନ ସୁଦ୍ଧା ୩୧ ଟି ମ୍ୟାଚ ବାକି ରହିଛି l ଏହି ମ୍ୟାଚର ପ୍ରତିଯୋଗିତା ଗୁଡିକ ଚାରିଟି ସହର ଅହମଦା ବାଦ ,ଦିଲ୍ଲୀ ,ବାଙ୍ଗାଲୋର ଓ କଲିକତାରେ ହେବାର ଥିଲା l କିନ୍ତୁ ଏହି ୪ଟି ସହରର କରୋନା ପରିସ୍ଥିତି ଭୟଙ୍କର ଅଟେ l ବାଙ୍ଗାଲୋରରେ ଅପ୍ରେଲ ୧୫ ଓ କଲିକତାରେ ଅପ୍ରେଲ ୨୧ ତାରିଖ ଠାରୁ ପ୍ରତେକ ଦିନ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ଦେଖିବାକୁ ମିଳିଛି l
ଅହମଦାବାଦ :ଫାଇନାଲକୁ ମିଶାଇ ୭ଟି ମ୍ୟାଚ ବାକି -ଏଠାରେ କଲିକତା ଓ ବାଙ୍ଗାଲୋରର ଷୋମବାର ଦିନ ମ୍ୟାଚ ଥିଲା ଯାହାକୁ ଏଡାଇ ଦିଆଗଲା l ମଇ ୬ ତାରିଖ ଦିନ ବାଙ୍ଗାଲୋର ଓ ପଞ୍ଜାବ ,ମଇ ୮ ତାରିଖ ଦିନ କଲିକତା ଓ ଦିଲ୍ଲୀର ମ୍ୟାଚ ହେବାକୁ ବାକି ରହିଥିଲା l ଏହା ବ୍ୟତୀତ ମଇ ୨୫ ତାରିଖ ଦିନ ଫାଇନାଲ ମ୍ୟାଚ ମଧ୍ୟ ଏଠାରେ ଅନୁଷ୍ଠିତ ହେବାରେ ଥିଲା l
ଦିଲ୍ଲୀ : ୪ଟି ମ୍ୟାଚ ବାକି -ଦିଲ୍ଲୀରେ ୪ଟି ମ୍ୟାଚ ଅନୁଷ୍ଠିତ ହେବାରେ ଥିଲା l ସେଥିପାଇଁ ୪ଟି ଦଳ ହାଇଦ୍ରାବାଦ ,ମୁମ୍ବାଇ ,ରାଜସ୍ଥାନ ଓ ଚେନାଇର ପାଖାପାଖି ୧୦୦ ଜଣ ଖେଳାଳି ଏଠାରେ ଅଟକି ରହିଛନ୍ତି l ମିଳିଥିବା ସୂଚନା ଅନୁସାରେ ଚେନାଇ ଦଳର ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀଙ୍କ ସହିତ ଅନ୍ୟ ୨ଜଣ ଷ୍ଟାଫଙ୍କୁ କରୋନା ହୋଇଛି l
ବାଙ୍ଗାଲୋର : ୧୦ ଟି ମ୍ୟାଚ ବାକି -ବାଙ୍ଗାଲୋରର ଏମ ଚିନାସ୍ୱାମୀ ଷ୍ଟାଡିୟମରେ ବର୍ତ୍ତମାନ କୌଣସି ମ୍ୟାଚ ଖେଳାଯାଇ ନଥିଲା l ଏଠାରେ ମଇ ୯ ତାରିଖ ଠାରୁ ୪ଟି ଦଳ ଚେନାଇ ,ପଞ୍ଜାବ ,ମୁମ୍ବାଇ ଓ କଲିକତାର ୧୦ ଟି ମ୍ୟାଚ ବାକି ରହିଥିଲା l ପ୍ରଥମ ମ୍ୟାଚ ଚେନାଇ ଓ ପଞ୍ଜାବ ମଧ୍ୟରେ ଖେଳାଯିବାର ଥିଲା l
କଲିକତା : ୧୦ ଟି ମ୍ୟାଚ ବାକି -କଲିକତାର ଇଡେନଗାର୍ଡେନରେ ବର୍ତମାନ ପର୍ଯ୍ୟନ୍ତ କୌଣସି ମ୍ୟାଚ ଖେଳାଯାଇ ନାହିଁ l ଏଠାରେ ମଇ ୯ ତାରିଖ ଠାରୁ ବାଙ୍ଗାଲୋର ,ହାଇଦ୍ରାବାଦ ,ଦିଲ୍ଲୀ ଓ ରାଜସ୍ଥାନକୁ ମିଳିତ ଭାବରେ ୧୦ ଟି ମ୍ୟାଚ ଖେଳାଯିବାର ଥିଲା ପ୍ରଥମ ମ୍ୟାଚଟି ବାଙ୍ଗାଲୋର ଓ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହେବାରେ ଥିଲା l