Odisha news

ଆଇପିଏଲ ୨୦୨୧ : କିଙ୍ଗସ ଇଲେଭେନ ପଞ୍ଜାଵଠୁ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ବିଜୟ ଲାଭ କଲା

0

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ୨୦୨୧ର ୮ମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ବିଜୟୀ ହୋଇଛି । ଏହା ସହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି । ପଂଜାବ ଦ୍ବାରା ଧାର୍ଯ୍ୟ ୧୦୭ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୬ ତମ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ମୋଇନ ଅଲ୍ଲୀ ୪୬ ଓ ଫାଫ ଡୁ ପ୍ଲେସିସ ୩୬ ରନ କରିଥିଲେ ।

ଆଜି ଚେନ୍ନାଇ ଟସ ଜିତି ପଂଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ପଂଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ  ହୋଇଥିଲା । ଦଳୀୟ ସ୍କୋର ମାତ୍ର ୧ ରନ ହୋଇଥିବାବେଳେ ମୟଙ୍କ ଅଗ୍ରଓ୍ବାଲ ଆଉଟ ହୋଇଥିଲେ । ଏହା ପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ପଡ଼ିଚାଲିଥିଲା । ଶାହରୁଖ ଖାଁଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ କିଛି ଯୋଗଦାନ ଦେଇପାରିନଥିଲେ । ଦଳର ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ୧୦ ରନ, କେଏଲ ରାହୁଲ ୫ ରନ କରିଥିଲେ । ତେବେ ଶାହରୁଖଙ୍କ ୪୭ ରନ ବଳରେ ଦଳୀୟ ସ୍କୋର ୧୦୦ ଟପିପାରିଥିଲା ।

Leave A Reply