ମୁମ୍ବାଇ : ଡ. ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୧୨ତମ ମ୍ୟାଚରେ ହାଇଦ୍ରାବାଦକୁ ୧୨ ରନରେ ପରାସ୍ତ କରିଛି ଲକ୍ଷ୍ନୌ । ଲକ୍ଷ୍ନୌ ଦ୍ବାରା ରଖାଯାଇଥିବା ୧୭୦ ରନ ଲକ୍ଷ୍ୟର ଜବାବରେ ହାଇଦ୍ରାବାଦ ୯ ଓ୍ବିକେଟରେ ୧୫୭ ରନ ହିଁ କରିପାରିଥିଲା । ଦଳପକ୍ଷରୁ ରାହୁଲ ତ୍ରିପାଠୀ ୪୪ ରନ, ନିକୋଲାସ ପୁରନ ୩୪ ରନ କରିଥିଲେ । ଓ୍ବାସିଂଟନ ସୁନ୍ଦର ୧୮ ରନ ଓ କେନ ଓ୍ବିଲିୟମସନ ୧୬ ରନ କରିଥିଲେ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୯ ରନ କରିଥିଲା । ଲକ୍ଷ୍ନୌ ଆରମ୍ଭରୁ ଶସ୍ତାରେ କ୍ବିଣ୍ଟନ ଡିକକ୍, ଏଭିନ ଲୁଇସ ଓ ମନୀଷ ପାଣ୍ଡେଙ୍କ ଓ୍ବିକେଟ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଅଧିନାୟକ କେ.ଏଲ.ରାହୁଲ ଲଢୁଆ ବ୍ୟାଟିଂ କରି ସର୍ବାଧିକ ୬୮ ରନ କରିଥିଲେ । ଦୀପକ ହୁଦାଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଦଳର ରନଗତି ପୁଣି ଧାମା ହୋଇଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ଟି.ନଟରାଜନ,ଓ୍ବାସିଂଟନ ସୁନ୍ଦର ଓ ରୋମାରିଓ ସେଫାର୍ଡ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।