ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୮ମ ମ୍ୟାଚରେ କୋଲକାତା ଆଗରେ ୧୩୮ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ପଂଜାବ ମାତ୍ର ୧୩୭ରେ ଅଲଆଉଟ ହୋଇଯାଇଥିଲା ।
ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ତେବେ ଭାନୁକା ରାଜପକ୍ଷେ ଓ ଶେଷ ବେଳକୁ କାଗିସୋ ରବାଡା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟତା କରିଥିଲେ । ରାଜପକ୍ଷେ ୩୧ ରନ କରିଥିବାବେଳେ ରବାଡା ୨୫ ରନ କରିଥିଲେ । ଲିଆମ ଲିଭିଙ୍ଗଷ୍ଟୋନ ୧୯ ଓ ଶିଖର ଧଓ୍ବନ ୧୬ ରନ କରିଥିଲେ । ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧ ରନ କରି ଆଉଟ ହୋଇଥିଲେ ।
କୋଲକାତା ପକ୍ଷରୁ ଉମେଶ ଯାଦବ ଆକ୍ରାମକ ବୋଲିଂର ପ୍ରଦର୍ଶନ କରି ୪ଟି ଓ୍ବିକେଟ ନେଇଥିବାବେଳେ ଟିମ ସାଉଦି ୨ଟି ଓ୍ବିକେଟ ନେଇଥିଲେ ।