Odisha news

କାହିଁକି ଭାରତ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରିବ ନାହିଁ ଏବଂ କଣ ରହିଛି ଏହା ପଛର କାରଣ

0

ଭାରତ ଓ ପାକିସ୍ତାନ ମଧ୍ୟରେ ଯେତେବେଳେ ମଧ୍ୟ ଉତେଜନା ଦେଖା ଦେଇଥାଏ ପରମାଣୁ ଅସ୍ତ୍ର କୁ ନେଇ ଚର୍ଚା ହୋଇଥାଏ, ଗତ କିଛିଦିନ ତଳେ ମଧ୍ୟ ଦେଖା ଦେଇଥିବା ଉତେଜନାରେ ଏହା ଦେଖିବାକୁ ମିଳିଥିଲା, ପାକିସ୍ତାନ ପକ୍ଷରୁ ଲଗାତାର ପରମାଣୁ ଆକ୍ରମଣ ର ଧମକ ମିଳିଥିଲା, କିନ୍ତୁ ଭାରତ ଏହାର କଡା ଜବାବ ଦେଇଥିଲା, ଏବଂ କହିଥିଲା ଯେ ଭାରତ ଏହି ଧମକ କୁ ଦାରୁନାହିଁ l ଭାରତ ଓ ପାକିସ୍ତାନ ନିକଟରେ ଥିବା ପରମାଣୁ ହତିଆର ଦୁନିଆ ପାଇଁ ଚିନ୍ତାର କାରଣ ଅଟେ l ଉଭୟ ଦେଶ ଦୀର୍ଘ ଦିନରୁ ଶତ୍ରୁ ଦେଶ ଭାବରେ ପରିଚିତ ଏବଂ ଚାରିଥର ଯୁଦ୍ଧ ମଧ୍ୟ ହୋଇସାରିଛି l

କିନ୍ତୁ ଭାରତ ପାକିସ୍ତାନ ନିକଟରେ ଥିବା ପରମାଣୁ ଅସ୍ତ୍ର କୁ ନେଇ ଅଲଗା ଅଲଗା ନୀତି ରହିଛି l ପାକିସ୍ତାନ ଯୁଦ୍ଧ ସମୟ ରେ ପରମାଣୁ ଆକ୍ରମଣ କୁ ନେଇ ପ୍ରଥମେ ବ୍ୟବହାର କରିବାର ଧମକ ଦେଉଥିଲେ ସୁଧା , ଭାରତ ନିକଟରେ ଏହାର ନୀତି ସମ୍ପୂର୍ଣ ଅଲଗା ରହିଛି l

କିନ୍ତୁ ଆଜି ଏହା ଜାଣିବା ଜରୁରୀ ଯେ କଣ ଭାରତ କୌଣସି ସ୍ଥିତିରେ ପରମାଣୁ ଆକ୍ରମଣ କରିପାରିବ ନାହିଁ ? ଏମିତି କେଉଁ ରାଜିନାମା ରହିଛି, ଯାହା ଭାରତ କୁ ଅଟକାଇ ଦେଉଛି ପରମାଣୁ ଆକ୍ରମଣ ପାଇଁ ?

ବର୍ତମାନ ସ୍ଥିତି ରେ ବିଶ୍ୱରେ ୯ଟି ଦେଶ ନିକଟରେ ରହିଛି ପରମାଣୁ ଅସ୍ତ୍ର, ଏଥିରେ ସାମିଲ ରହିଛନ୍ତି ଆମେରିକା, ରୁଷ, ବ୍ରିଟେନ, ଫ୍ରାନ୍ସ, ଚୀନ, ଭାରତ ପାକିସ୍ତାନ , ଇସ୍ରାଏଲ ଓ ଉତ୍ତର କୋରିଆ ସାମିଲ ରହିଛନ୍ତି l  କିନ୍ତୁ ଭାରତ -ପାକିସ୍ତାନ ଦୁଇଟି ଏଭଳି ଦେଶ ଯେଉଁଠି ସର୍ବଦା ଉତେଜନା ପୁର୍ଣ ସ୍ଥିତି ରହିଥାଏ l ଦୁନିଆରେ କେଉଁ ଦେଶ ନିକଟରେ କେତେ ପରମାଣୁ ଅସ୍ତ୍ର ରହିଛି ଏହାର କୌଣସି ସଠିକ ତଥ୍ୟ ନାହିଁ l କିନ୍ତୁ ଉଭୟ ଦେଶ ନିକଟରେ ରହିଛି ପରମାଣୁ ଅସ୍ତ୍ର l

ପରମାଣୁ ଅସ୍ତ୍ର ଦୁନିଆର ସବୁଠୁ ଶକ୍ତିଶାଳୀ ଅସ୍ତ୍ର, ଦୁନିଆରେ ମାତ୍ର ଗୋଟିଏ ଥର ଏହି ହତିଆର ର ପ୍ରୟୋଗ ଜାପାନ ର ହିରୋସୀମା ଓ ନାଗାସାକି ରେ କରାଯାଇଥିଲା l ଯାହାର ଭୟାବହତା ସାରା ବିଶ୍ୱ ଦେଖିଥିଲା l ତେଣୁ ଯେପରି ଏହାର ବ୍ୟବହାର ହେବ ନାହିଁ ସେଥିପାଇଁ ପ୍ରତ୍ୟେକ ଦେଶ ନୋ ଫାଷ୍ଟ ୟୁଜ ର ନୀତି ଆପଣାଇ ଥାଆନ୍ତି l ଭାରତ ପରମାଣୁ  ଅସ୍ତ୍ର କୁ ନେଇ ୨୦୦୩ ରେ ଏହି ନୀତି କୁ ଆପଣାଇ ଥିଲା l  ଏହି ନୀତି ଅନୁସାରେ ଭାରତ କୌଣସି ପରିସ୍ଥିତି ରେ କୌଣସି ଦେଶ ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରିପାରିବ ନାହିଁ l କିନ୍ତୁ ଯଦି ଭାରତ ଉପରେ ପରମାଣୁ ଆକ୍ରମଣ ହେଲା ଭାରତ ପଛକୁ ହଟିବ ନାହିଁ l

Leave A Reply