ଭାରତ ଜାରି କଲା ଆତଙ୍କୀ ଆଡା ର ନୂଆ ଲିଷ୍ଟ , ପ୍ରସ୍ତୁତ ହେଲା ଆଉ ୧୨ ଟି ଆତଙ୍କୀ ଆଡା ର ଠିକଣା : କଣ ହେବ ଆଗକୁ ଭାରତର ଯୋଜନା
ସର୍ବ ଦଳୀୟ ବୈଠକ ରେ ହେଲା ବଡ଼ ନିଷ୍ପତି
ବର୍ତମାନ ଭାରତ ଟାର୍ଗେଟ ରେ ରହିଛି ଆହୁରି ୧୨ ଟି ଆଡା
ଭାରତର ଅପରେସନ ସିନ୍ଦୁର ବର୍ତମାନ ମଧ୍ୟ ଜାରି ରହିଛି, କେନ୍ଦ୍ର ମନ୍ତ୍ରୀ କିରନ ରୀଯଜୁ ଗଣମାଧ୍ୟମ ସମୁଖରେ ରକ୍ଷାମନ୍ତ୍ରୀ ଓ ଗୃହମନ୍ତ୍ରୀ ସର୍ବଦଳୀୟ ବୈଠକ ରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ, ମିଳିଥିବା ସୂଚନା ଅନୁସାରେ ଅପରେସନ ସିନ୍ଦୁର ରେ ପୂର୍ବରୁ ୯ଟି ଆତଙ୍କବାଦୀ ଆଡା ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ପାଖାପାଖି ୧୦୦ ଜଣ ଆତଙ୍କବାଦୀ ମୃତ ହୋଇଥିବାର ସୂଚନା ମିଳିଛି l
ଆଜିର ସର୍ବଦଳୀୟ ବୈଠକ ରେ ପାକିସ୍ତାନ ଉପରେ ଆକ୍ରମଣ କୁ ନେଇ ସମସ୍ତ ଦଳର ସହମତି ମିଳିଛି l ବିପକ୍ଷ ଏହି ମିଟିଂ ରେ କହିଥିଲା ଯେ ଏଠାରେ ରାଜନୀତି ର କୌଣସି ସ୍ଥାନ ନାହିଁ, ଆମେ ସରକାର ଙ୍କ ସହିତ ରହିଛୁ l
ଅପରେସନ ସିନ୍ଦୁର ରେ ଭାରତ ପାକିସ୍ତାନ ର ୯ଟି ଆତଙ୍କବାଦୀ ଆଡା ଉପରେ ଆକ୍ରମଣ କରିଥିଲା , ଏବଂ ବର୍ତମାନ ଗୁଇନ୍ଦା ବିଭାଗ ପକ୍ଷରୁ ଆହୁରି ୧୨ ଟି ଆତଙ୍କୀ ଆଡା ର ତାଲିକା ଜାରି ହୋଇଛି, ଭାରତର ଆକ୍ରମଣ ରେ ଥରୁଛି ପାକିସ୍ତାନ, ଆଜି ସକାଳ ସମୟରେ ଲାହୋର ରେ ଆକ୍ରମଣ ପରେ ସାଧାରଣ ଜନଜୀବନ ବ୍ୟତିବସ୍ତ ହୋଇଯାଇଛି l
ଭାରତ ସଫା ସଫା କହି ଦେଇଛି ଆତଙ୍କବାଦ ବିରୁଦ୍ଧରେ ଭାରତର ଯୁଦ୍ଧ ଜାରି ରହିବ l ଭାରତର ସୀମାବର୍ତୀ ଅଂଚଳ ଗୁଡିକ ରେ ଏୟାର ଡିଫେନ୍ସ ସିଷ୍ଟମ ଆଲର୍ଟ ରହିଛି l ପାକିସ୍ତାନ ର ସ୍ଥିତିକୁ ଦେଖି ଓ LOC ରେ ତାର ଫାଇରିଙ୍ଗ କୁ ଦେଖି ସେନା ପକ୍ଷରୁ କାଶ୍ମୀର ର ୧୦ଟି ସ୍ଥାନକୁ କଣ୍ଟ୍ରୋଲ ସେଣ୍ଟର କରାଯାଇଛି l