ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି l ଯେପରି ଲାଗୁଛି ଭାରତ ଗୋଟିଏ ଯୁଦ୍ଧ ଲଢ଼ୁଛି ,ଏହି ଯୁଦ୍ଧ ଲଢ଼ିବା ପାଇଁ ବିଶ୍ୱର ଅନେକ ଦେଶ ଭାରତକୁ ସାହାଯ୍ୟର ହାତ ବଢ଼ାଇଛନ୍ତି l ଆମେରିକାରୁ ଅକ୍ସିଜେନ ସିଲିଣ୍ଡର ସହିତ ବିଭିନ୍ନ ଡାକ୍ତରୀ ଜିନିଷ ସହଯୋଗ ଦିଆଯାଇଛି l ତା ସହିତ ଫ୍ରାନ୍ସ ,ସୌଦିଆରବ ଇତ୍ୟାଦି ମଧ୍ୟ ଭାରତକୁ ସହଯୋଗ କରିଛନ୍ତି l
ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟେନିଓ ଗୁତରେସ କହିଛନ୍ତି ବିଶ୍ୱ ସଂଗଠନ ଭାରତକୁ କାରଣ ସହିତ ଲଢ଼ିବା ପାଇଁ ସହଯୋଗର ହାତ ବଢାଇବା ପାଇଁ ପ୍ରସ୍ତୁତ ଅଛନ୍ତି l ସେ ଗୁରୁବାର ଦିନ ଟ୍ୱିଟ କରି କହିଛନ୍ତି ଯେ ସମ୍ପୂର୍ଣ୍ଣ ସଂଯୁକ୍ତରାଷ୍ଟ୍ର ପରିବାର ଭାରତୀୟ ମାନଙ୍କ ସହିତ କରୋନା ସମୟରେ ଠିଆ ହୋଇଛି ,କାରଣ ଭାରତ ବର୍ତ୍ତମାନ ଗୋଟିଏ ବଡ଼ ବିପଦ ଦେଇ ଅତିକ୍ରମ କରୁଛି l
ସଂଯୁକ୍ତ ରାଷ୍ଟ୍ର ଯାହା ସମର୍ଥନ ଦେବାକୁ ଚାହୁଁଛି ତାହା ଭାରତ ଗ୍ରହଣ କରିବା ଆବଶ୍ୟକ l WHO ର ଦକ୍ଷିଣ ପୂର୍ବ ଏସିଆର ନିର୍ଦେଶକ କହିଛନ୍ତି ଯେ କରୋନାର ବଢୁଥିବା ମାମଲା ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କଠିନ ଚାପ ପଡୁଛି l ଆମକୁ ଏହାକୁ ଦ୍ରୁତ ଗତିରେ କୌଣସି ପଦକ୍ଷପ ନେଇ କମାଇବାକୁ ପଡିବ l ଭାରତକୁ ସହଯୋଗ କରିବା ପାଇଁ WHO ଵଧ ପରିକର l ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥାକୁ ବଢାଇବା ସହିତ କରୋନା କବଳରେ ପଡିଥିବା ଲୋକ ମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ଆବଶ୍ୟକ l ଭାରତ ମଧ୍ୟ ବିଭିନ୍ନ ଦେଶର ସହଯୋଗ ପାଇ ସେମାନଙ୍କ ନିକଟରେ କୃତଜ୍ଞନ୍ତ ଜଣାଇଛି l