Odisha news

ଆୟକର ବିଭାଗ, କଟକ ରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0
ତା : 31/05/2022 ରେ ଆୟକର ଭବନ, କଟକ ପରିସରରେ ଶ୍ରୀ ଦେବେନ୍ଦ୍ର ନାଥ ସାମଲ, ପ୍ରାଶାସନିକ ଅଧିକାରୀ ଏବଂ ଶ୍ରି  ଧର୍ମାନନ୍ଦ ନାୟକ, canteen କର୍ମଚାରୀ  ସରକାରୀ ସେବା ରୁ ଅବସର  କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ ସଭାରେ କଟକ ଆୟକର ବିଭାଗର ପ୍ରଧାନ ଆୟକର ଆୟୁକ୍ତ ଶ୍ରୀମତୀ ସଶ୍ମିତା ମିଶ୍ର ଏବଂ ଅତିରିକ୍ତ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ଜୀତେନ୍ଦ୍ର ଲେଙ୍କା ଉକ୍ତ କର୍ମଚାରୀଙ୍କର ଦୀର୍ଘ ତିନି ଦଶନ୍ଧି ରୁ ଉର୍ଦ୍ଧ୍ୱ ନିଷ୍ଠାପର ସେବାର ପ୍ରସଂଶା କରିଥିଲେ ଏବଂ ଅବସର ଜୀବନ ସୁଖମୟ ହେଉ କାମନ କରିଥିଲେ। ଆୟକର  ବିଭାଗ ର ITRC ସେକ୍ରେଟାରୀ ମହମ୍ମଦ ନଜlରୁଲ ଇସଲାମ୍ ସଭାଟିର ସୁପରିଚାଳନା କରିଥିଲେ ଏବଂ ବିଦାୟୀ ବନ୍ଧୁଙ୍କର କାର୍ଯ୍ୟ ନିଷ୍ଠାର ପ୍ରସଂଶା କରିଥିଲେ ଏବଂ ନିରାମୟ ଜୀବନ କାମନା କରିଥିଲେ।
ଏହି ସଭାରେ, ସହାୟକ ଆୟକର ଆୟୁକ୍ତ ଶ୍ରୀ ପ୍ରଦୀପ ସିଂ, ଶ୍ରୀ ଏମ ଆର ରଥ, ଆୟକର ଅଧିକାରୀ (ମୁଖ୍ଯ) ଶ୍ରୀ ପି କେ ସାହୁ,ଆୟକର ଅଧିକାରୀ ଶ୍ରୀ ଚଣ୍ଡି ପ୍ରସାଦ ପଟ୍ଟନାୟକ, ଶ୍ରୀ ଖୀତୀସ  ମହାନ୍ତି  ଏବଂ ବହୁତ୍ ସଂଖ୍ୟାକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଆୟକର ନିରୀକ୍ଷକ ଶ୍ରୀ କୈଳାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply