Odisha news

ଅଡୁଆରେ ଇମ୍ରାନ୍ : ସୌଦିଆରବ , UAE କୁ ଖୁସି କରିବାକୁ ଯାଇ ଇମ୍ରାନ୍ ସରକାର ପଠାଇବେ ବାଜପକ୍ଷୀ

0

ନୂଆଦିଲ୍ଲୀ : ପାକିସ୍ତାନର ଇମ୍ରାନ୍ ସରକାର ସଂଯୁକ୍ତ ଆରବ ଅମିରଟର ଉପ ରାଷ୍ଟ୍ରପତି ଓ ଦୁବାଇର ଶାସକ ଶେଖ ମହମଦ ବିନ୍ ରସିଦ୍ ଅଲ ମକତୁମ୍ ଙ୍କୁ ୧୫୦ ଟି ଦୁର୍ଲଭ ବାଜପକ୍ଷୀ ରପ୍ତାନି କରିବାର ଅନୁମତି ଦେଇଛନ୍ତି l ସାରା ଦୁନିଆର ବନ୍ୟଜୀବ ବିଶେଷଜ୍ଞଙ୍କର ଚିନ୍ତା ପରେ ମଧ୍ୟ ଇମ୍ରାନ୍ ସରକାରଙ୍କର ଏହି ଫଇସଲା ଉପରେ କଡା ସମାଲୋଚନା ହେଉଛି l ଘଟଣାଟି ଏହିପରି ସୌଦି ଆରବ ଓ UAE ଦୁଇଜଣ ପାକିସ୍ତାନକୁ ଝଟକା ଦେବାପରେ ଓ ବର୍ତମାନ ଦୁବାଇର ଶାସକଙ୍କୁ ଅୟସ କରିବା ପାଇଁ ଇମ୍ରାନ୍ ସରକାର ବାଜପକ୍ଷୀ ପଠାଇବାର ବ୍ୟବସ୍ତା କରିଛନ୍ତି l ପାକିସ୍ତାନର ଖବର କାଗଜ ଡନ୍ ଅନୁସାରେ ଏହି ତଥ୍ୟ ହାସଲ ହୋଇଛି l

ମିଳିଥିବା ସୂତ୍ରରୁ ଜଣା ପଡିଛି ଯେ ଏହି ଅନୁମତି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଅ ଯାଇଛି ଓ ଏହାକୁ UAE ର ଦୂତାବାସକୁ ମଧ୍ୟ ସମର୍ପଣ କରାଯାଇଛି l କୁହାଯାଇଛି ଯେ ଏହି ଦୁର୍ଲଭ ବାଜପକ୍ଷୀ ସାହାଯ୍ୟରେ ଆରବ ଦେଶର ଶିକାରୀ ମାନେ ହୁଵାରାପକ୍ଷୀ ମାନଙ୍କୁ ଶିକାର କରିଥାନ୍ତି l ଇମ୍ରାନ୍ ସରକାର ଏହି ଅନୁମତି ଏପରି ସମୟରେ ଦେଲେ ଯେତେବେଳେ ସୌଦି ଆରବ ନିଜର ବାକିଥିବା ୨ ଆରବ ଡଲାର ପାକିସ୍ତାନ ସରକାରଙ୍କୁ ମାଗିଲେ ,UAE ପାକିସ୍ତାନର ନାଗରିକ ମାନଙ୍କୁ ଭିସା ଦେବା ଉପରେ ପ୍ରତିବନ୍ଧକ ଲାଗିଛି l ଅଧିକ ମାତ୍ରାରେ ପାକିସ୍ତାନୀ ନାଗରିକ ସେଠାରେ କାମ କରନ୍ତି l ବାଜପକ୍ଷୀ ଅନ୍ତରାଷ୍ଟ୍ରୀୟ ନିୟମ ଅନୁସାରେ ସଂରକ୍ଷିତ ଯିବା ଅଟନ୍ତି ଓ ଅମାନଙ୍କର ରପ୍ତାନି ଉପରେ ପ୍ରତିବନ୍ଧକ ଲାଗିଛି ,କିନ୍ତୁ ପାକିସ୍ତାନର ଇମ୍ରାନ୍ ସରକାର ନିଜ ଦେଶର ବୁଡ଼ିଯାଉଥିବା ଡଙ୍ଗାକୁ କୂଳରେ ଲଗାଇବା ପାଇଁ ଏହି ପଦକ୍ଷପ ନେଇଛନ୍ତି l

ସ୍ୱତନ୍ତ୍ର ଭାବରେ ପାକିସ୍ତାନରେ ମଧ୍ୟ ବାଜପକ୍ଷୀ ବିକ୍ରି ଉପରେ ପ୍ରତିବନ୍ଧକ ଲାଗ ଯାଇଛି l ଏହା ପୂର୍ବରୁ ୨୦୧୪ ରେ ପାକିସ୍ତାନର ଏକ ଅଦାଲତ ବାଜପକ୍ଷୀ ମାନଙ୍କର ରପ୍ତାନି ଓ ହୁଵାରା ପକ୍ଷୀମାନଙ୍କର ଶିକାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା l ସେହି ସମୟରେ ସୌଦି ଆରବ ଓ UAE ସହିତ ପାକିସ୍ତାନର ସମ୍ପର୍କ ଖରାପ ହୋଇଥିଲା l ଅତ୍ୟନ୍ତ ଉତେଜନା ପରେ ପାକିସ୍ତାନ ସରକାର ବର୍ତମାନ ନଇଁ ପଡିଛନ୍ତି ଓ ବାଜପକ୍ଷୀ ପଠାଇବା ପାଇଁ ଅନୁମତି ଦେଇଛନ୍ତି l ହୁଵାରା ପକ୍ଷୀ ଅତ୍ୟନ୍ତ ଲାଜକୁଳା ଅଟନ୍ତି ଓ ଦେଖିବାକୁ ଖୁବ ସୁନ୍ଦର l ଆକାରରେ ତୁର୍କୀ ଛଡେଇ ଭଳି ଦେଖା ଯାନ୍ତି ,ପ୍ରତେକ ବର୍ଷ ସୀତା ଋତୁରେ ମଧ୍ୟ ଏସିଆରୁ ଉଡି ପାକିସ୍ତାନ ଆସନ୍ତି l ଏହି ପକ୍ଷୀମାନଙ୍କର ଶିକାର କରିବା ପାଇଁ ଉପକୂଳବର୍ତ୍ତୀ ଦେଶର ରାଜକୁମାର ଓ ଧନୀ ଲୋକମାନେ ପାକିସ୍ତାନ ଯାଇଥାନ୍ତି l

Leave A Reply