୨୦୨୧-୨୨ ଦ୍ୱିତୀୟ ତ୍ରୈମାସିକ ଫଳାଫଳ : ଲଗାତର ବୃଦ୍ଧି ସହିତ ନାଲକୋର ପ୍ରଥମାର୍ଦ୍ଧରେ ନିଟ୍ ଲାଭ ୧୦୯୫ କୋଟି ଟଙ୍କା, ଦ୍ୱିତୀୟ ତ୍ରୈମାସର ନିଟ୍ ଲାଭରେଗତ ବର୍ଷ ତୁଳନାରେ ୬୦୦ % ବୃଦ୍ଧି
ଭୁବନେଶ୍ୱର, ୧୨.୧୧.୨୦୨୧:ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ୭୪୮ କୋଟି ଟଙ୍କାର ନିଟ୍ ଲାଭ କରିଅଛି । ଗତ ଆର୍ଥିକ ବର୍ଷର ଉକ୍ତ ତ୍ରୈମାସର ନିଟ୍ ଲାଭ ୧୦୭ ଟଙ୍କା କୋଟି ତୁଳନାରେ ଏହି ତ୍ରୈମାସରେ କମ୍ପାନୀର ନିଟ୍ ଲାଭରେ୬୦୦ପ୍ରତିଶତ ଅଭବୃଦ୍ଧି ଘଟିଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ପ୍ରଥମାର୍ଦ୍ଧରେ ନାଲକୋର ନିଟ୍ ଲାଭ ୧୦୯୫ କୋଟି ଟଙ୍କା ହୋଇଅଛି, ଯାହା ବିଗତ ଦଶନ୍ଧିର ପ୍ରଥମାର୍ଦ୍ଧରେ ହୋଇଥିବା ଏକ ଉଲ୍ଲେଖନୀୟ ସଫଳତା । ଗତବର୍ଷ ପ୍ରଥମାର୍ଦ୍ଧରେ ୧୨୪ କୋଟି ଟଙ୍କା ନିଟ୍ ଲାଭ ହୋଇଥିବା ବେଳେ ଏହା ୭୮୩ ପ୍ରତିଶତ ବୃଦ୍ଧି ପାଇ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ୧୦୯୫ କୋଟି ଟଙ୍କାରେ ପହଞ୍ଚିଛି।
ନାଲକୋର ଦ୍ୱିତୀୟତ୍ରୈମାସରେମୋଟ ଆୟଗତବର୍ଷ ତୁଳନାରେ ୫୧ ପ୍ରତିଶତ ବୃଦ୍ଧି ଘଟି ୩୫୯୨ କୋଟି ଟଙ୍କାହୋଇଅଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ତ୍ରୈମାସରେ ଏହା ୨୩୭୫ କୋଟି ଟଙ୍କା ଥିଲା ।
ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ନାଲକୋ ଉତ୍ପାଦନ ସମ୍ୱନ୍ଧୀୟ ସମସ୍ତ କ୍ଷେତ୍ରରେ ଯଥା ବକ୍ମାଇଟ୍, ଅଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନରେ ବିଗତ ବର୍ଷଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଅଛି।୨୦୨୧-୨୨ ଦ୍ୱିତୀୟ ତ୍ରୈମାସରେ ବକ୍ମାଇଟ୍ ଉତ୍ପାଦନ ୧୮.୮୮ ଲକ୍ଷ ଟନ୍ ହୋଇଥିବା ବେଳେ ଗତ ବର୍ଷ ଏହି ଅବଧିରେ ୧୭.୦୪ ଲକ୍ଷ ଥିଲା । ସେହିପରି ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ୫.୩୦ ଲକ୍ଷ ଟନ୍ ହୋଇଅଛି ଯାହା ଗତ ବର୍ଷ ଏହି ସମୟରେ ୪.୮୭ ଲକ୍ଷ ଟନ୍ ଥିଲା। ଆଲୁମିନିୟମ୍ ଉତ୍ପାଦନ ମଧ୍ୟ ୧.୧୪ଲକ୍ଷ ଟନ୍ ହୋଇଅଛି ଯାହା ଗତ ବର୍ଷ ଏହି ଅବଧିରେ ୧.୦୬ ଲକ୍ଷ ଟନ୍ ଥିଲା ଜ୍ଝ
ବିକ୍ରୟ କ୍ଷେତ୍ରରେ ମଧ୍ୟ ନାଲକୋ ଏହି ତ୍ରୈମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିଅଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହୋଇଥିବା ୦.୯୧ ଲକ୍ଷମେଟ୍ରିକ୍ଟନ୍ ତୁଳନାରେଦ୍ୱିତୀୟ ତ୍ରୈମାସରେ ୧.୨୬ ଲକ୍ଷମେଟ୍ରିକ୍ଟନ୍ଆଲୁମିନିୟମଧାତୁବିକ୍ରୟକରିଅଛି । ଚଳିତ ଦ୍ୱିତୀୟ ତ୍ରୈମାସରେ ଦୃଢ଼ଅଭିବୃଦ୍ଧିସହିତ ସମୁଦାୟଆଲୁମିନାବିକ୍ରୟ୧୧ % ବୃଦ୍ଧିହୋଇ୩.୧୮ ଲକ୍ଷମେଟ୍ରିକ୍ ଟନ୍ ହୋଇଅଛିଯାହାଗତବର୍ଷ ଏହି ଅବଧିରେ୨.୮୬ ଲକ୍ଷମେଟ୍ରିକ୍ଟନ୍ ଥିଲା ।
ଦ୍ୱିତୀୟ ତ୍ରୈମାସିକ ସଫଳତା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଲକୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର, କମ୍ପାନୀର ଉତ୍ପାଦନ ଏବଂ ବ୍ୟବସାୟରେଉଲ୍ଲେଖନୀୟ ଅଭବୃଦ୍ଧି ଘଟିଥିବାରୁ କର୍ମଚାରୀ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କୋଭିଡ୍ ମହାମାରୀର ପ୍ରଭାବ ଏବଂ ବଜାରରଅପ୍ରତ୍ୟାଶିତଆହ୍ୱାନ ସତ୍ତ୍ୱେ କମ୍ପାନୀ ନିଜର ପ୍ରତିସ୍ପର୍ଦ୍ଧା ବଜାୟ ରଖିବା ସହ ବଜାର ସ୍ଥିତିକୁ ସୁଦୃଢ଼ କରିପାରିଛି, ଯାହା କର୍ମଚାରୀମାନଙ୍କର ଦଳଗତ ଉଦ୍ୟମ ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିଫଳିତ କରୁଅଛି ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି ।