Odisha news

ଝଲସିଲେ ଆଇଆଇଆଇଟି ଛାତ୍ର : ପ୍ରସ୍ତୁତ କରୁଛନ୍ତି ଶସ୍ତା ବବଲ୍ ଭେଣ୍ଟିଲେଟର୍ ‘ଶ୍ୱାସନର୍’

0

ଭଞ୍ଜନଗର -ଏବେ ସାରା ବିଶ୍ୱ କରୋନା ମହାମାରୀ ବିରୁଦ୍ଧରେ ଲଢୁଛି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନା ମୁକାବିଲା ପାଇଁ ଅହରହ କସରତ କରୁଛି । ରାଜ୍ୟର ଭୁବନେଶ୍ୱରସ୍ଥିତ ଆଇଆଇଆଇଟିର ୭ଜଣ ଛାତ୍ରଙ୍କ ସହ ଦେଶର କିଛି ପ୍ରମୁଖ ସଂସ୍ଥାନର ଛାତ୍ର ଏହାର ସଫଳ ମୁକାବିଲା ପାଇଁ ଶସ୍ତା ଭେଣ୍ଟିଲେଟର୍ କିଭଳି ଉପଲବ୍ଧ ହୋଇପାରିବ ସେଦିଗରେ ନିଜର ଉଦ୍ୟମ କରି ଏବେ ସଫଳତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଛାତ୍ରଙ୍କ ଦ୍ୱାରା ଉଦଭାବିତ ଏହି ଶସ୍ତା ଭେଣ୍ଟିଲେଟରର ନାମ ବବଲ୍ ଶ୍ୱାସନର୍ ରଖାଯାଇଛି । ରାଜ୍ୟର କେତେକ ପ୍ରମୁଖ ହସ୍ପିଟାଲରେ ଏହାର ସଫଳ ପରୀକ୍ଷା ମଧ୍ୟ ଚାଲିଛି ।

ଆଉ ଏହା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦନ ଲାଭ କଲାପରେ ସାଧାରଣ ଲୋକଙ୍କ ପ ।ଇଁ ଉପଲବ୍ଧ ହୋଇପାରିବ । ଆଉ ଏଭଳି ଏକ ଶସ୍ତା ଭେଣ୍ଟିଲେଟର୍  ତିଆରି କରି ଏହି ଆଇଆଇଆଇଟି ଛାତ୍ରମାନେ ଝଲସି ଉଠିଛନ୍ତି । ଜଟିଳ ଶ୍ୱାସକି୍ରୟାରେ ପୀଡିତ କରୋନା ରୋଗୀଙ୍କ ସହ ହୃଦୟରୋଗୀଙ୍କ ପାଇଁ ଏହି ଶସ୍ତା ଭେଣ୍ଟିଲେଟର୍ ଏକ ବରଦାନ ସଦୃଶ୍ୟ ହେବବୋଲି ଏହି ଛାତ୍ରମାନେ ଦାବୀ କରିଛନ୍ତି । ଆଉ ଏହାର ସଫଳ ପରୀକ୍ଷଣ ପରେ ଏହାର ବଜାର ପ୍ରବେଶ ହେଲେ ଏହା ସାଧାରଣ ରୋଗୀ ବେଶ ଉପକୃତ ହେବେ ବୋଲି ଏମାନେ ଆଶା ରଖିଛନ୍ତି । ଏଭଳି ଏକ ସଫଳ ପ୍ରୟାସ କରିଥିବା ଏହି ଛାତ୍ରମାନଙ୍କ ମଧ୍ୟରେ ଅଛନ୍ତି ଭଞ୍ଜନଗର ସହରର ଆଇଆଇଆଇଟି ଅନନ୍ୟ ଅପ୍ରମେୟ ।

ଏହି କରୋନା କାଳରେ ଏହି ଆଇଆଇଆଇଟି ଛାତ୍ରମାନେ ଏଭଳି ଏକ ସଫଳ ପ୍ରୟାସ କରିଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ ମଧ୍ୟ କରାଯାଇଛି । ଶ୍ୱାସନର ତିଆରି କରିବାରେ ଆଇଆଇଆଇଟି ବୈଷୟିକ ବିଦ୍ୟାର୍ଥୀ ତପସ୍ୱିନ୍ ପାଢୀ, ସାଇ ସମ୍ବିତ ନାୟକ, ସିଦ୍ଧାର୍ଥ ନାୟକ, ଅନନ୍ୟ ଅପ୍ରମୟ, ଜୀଭିତେସ ଦେବତା, ବିଟ୍ଟଳ ଗୁପ୍ତା, ନନ୍ଦକିଶୋର ଗୁପ୍ତା, ଦିବ୍ୟଜ୍ୟୋତି ଦାସ, ସେଭିତ୍ ମିତ୍ରା ପ୍ରମୁଖଙ୍କ ଉଦ୍ୟମ ଅନସ୍ୱୀକାର୍ଯ୍ୟ । ଡକ୍ଟର ସୂରଜ ଶର୍ମା(ଆଇଆଇଆଇଟି), ଡକ୍ଟର ଜିତେନ୍ଦ୍ର ରାୟ(ସି.ଆଇ.ପି.ଇ.ଟି),ସିଦ୍ଧାର୍ଥ ଭଟ୍ଟାର ଓ ଅଶୋକ କୁମାର ପଣ୍ଡା ପ୍ରମୁଖ ଏହି ପ୍ରକଳ୍ପ ପ୍ରସ୍ତୁତ କରିରବାରେ ଏହି ଛାତ୍ରମାନଙ୍କର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଛନ୍ତି ।

ଏହି ଛାତ୍ରମାନେ ୟୁନିଭରସିଟ୍ ଅଫ ଚିକାଗୋ ମେଡିସିନରୁ ଅନୁପ୍ରାଣୀତ ହୋଇ ଜରୁରୀକାଳୀନ ପରିସ୍ଥିତିରେ ଭେଣ୍ଟିଲେଟରର ବିକଳ୍ପଭାବେ ଏହି ପୋର୍ଟେବଲ ହେଲିମେଟ୍ ବବଲ୍ ଶ୍ୱାସନରକୁ ବ୍ୟବହାର କରିବାକୁ ପ୍ରସ୍ତୁତ କରିଛନ୍ତି । ଏକ ହାଇପରବିକ୍ ଚାମ୍ବର ଦ୍ୱାରା ଶ୍ୱାସଜନିତ ରୋଗ ଓ ସମସ୍ୟାରେ ପୀଡିତ ରୋଗୀମାନେ ଏହାଦ୍ୱାରା ଉପକୃତ  ହୋଇପାରିବେବୋଲି ଏହି ଛାତ୍ରମାନେ ଦାବୀ କରିଛନ୍ତି । ସଂପୂର୍ଣ୍ଣ ମେଡିକେଟଡ୍ ପ୍ଲାଷ୍ଟିକରେ ପ୍ରସ୍ତୁତ ଏହି ଶ୍ୱାସନରରେ ଦୁଇଟି ରିଙ୍ଗ ସହହ ଦୁଇଟି ଛିଦ୍ରବିଶିଷ୍ଟ ବେସ୍ ପ୍ରସ୍ତୁତ କରାଯାଇଛି । ଆଉ ବାହାରର ବାୟୁ ଭିତରକୁ ପଶିବାକୁ ଏଥିରେ ଫେବେରିକ୍ ଲଗାଯାଇଛି । ବେସର ଉପରିଭାଗରେ ଏକ ସ୍ୱଚ୍ଛ ପ୍ଲାଷ୍ଟିକ ଚାମ୍ବର ରହିଛି ।

ଯେଉଁଥିରେ ଶୁଦ୍ଧ ବାୟୁ ରୋଗୀକୁ ଉପଲବ୍ଧ ହୋଇପାରିବ । ଏଥିରେ ଅମ୍ଲଜାନ ସିଲିଣ୍ଡରକୁ ଯୋଡାଯାଇ ରୋଗୀଙ୍କୁ ଅମ୍ଳଜାନ ଦିଆଯାଇପରିବ । ଏପରିକି ବିଦ୍ୟୁତ୍ ନଥିବାବେଳେ ମଧ୍ୟ ମାନୁଆାଲରେ ପମ୍ପି କରାଯାଇ ରୋଗୀଙ୍କୁ ଅମ୍ଳଜାନ ଅତି ସହଜରେ ଏହା ମାଧ୍ୟମରେ ଦିଆଯାଇପାରିବବୋଲି ଅନନ୍ୟ ଅପ୍ରମେୟ ଦାବୀ କରିଛନ୍ତି । ଅନ୍ୟପକ୍ଷରେ ଏଭଳି ଏକ ଶସ୍ତା ଓ ସୁବିଧା ଦରରେ ମାତ୍ର ଏକହଜାରରୁ ୧୫ଶହ ଟଙ୍କାରେ ଏହା ଉପଲବ୍ଧ ହୋଇପାରିଲେ ଏହା ଜଟିଳ ରୋଗୀଙ୍କ ପାଇଁ ଅମୂଲ୍ୟ ବରଦାନ ସଦୃଶ୍ୟ ହେବବୋଲି ଭଞ୍ଜନଗର ମେଡିକାଲର ଭେଷଜ ବିଭାଗ ମୁଖ୍ୟ ଡାକ୍ତର ପ୍ରଣବାନନ୍ଦ ପାତ୍ର ଉଲ୍ଲେଖ କରିଛନ୍ତି ।

 

Leave A Reply