Odisha news

ପୁରୁଷ ମାନଙ୍କର ଏହି ୪ଟି ଅଭ୍ୟାସ ଯୋଗୁଁ ଦୂରେଇ ଯାଇ ଥାଆନ୍ତି ମହିଳା, ଆସିଥାଏ ସମ୍ପର୍କ ରେ ଫାଟ

0

ପ୍ରେମ ର ବନ୍ଧନ ଖୁବ ସୁନ୍ଦର ଓ ମଧୁର ହୋଇଥାଏ l ଏଥିରେ ଖୁବ ଛୋଟ ଛୋଟ କଥାକୁ ଧ୍ୟାନ ଦେବାକୁ ପଡିଥାଏ l ଯଦି ଏପରି କୌଣସି କଥା ଆପଣଙ୍କ ପାର୍ଟନର କୁ ଖରାପ ଲାଗିଥାଏ ତେବେ ତାହା ବଡ଼ ଆକାର ନେଇ ସମ୍ପର୍କ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ l ସମୟ ମଧ୍ୟ ଏପରି ଆସିଯାଏ ଯାହାଦ୍ୱାରା ଉଭୟ ଅଲଗା ହୋଇ ଯାଇ ଥାଆନ୍ତି l ଏହିଭଳି କିଛି ଅଭ୍ୟାସ ପୁରୁଷ ମାନଙ୍କର ରହିଛି ଯାହା ତାଙ୍କ ପାର୍ଟନର କୁ ତାଙ୍କ ଠାରୁ ଦୁରେଇ ନେଇଥାଏ l

* କେବଳ ନିଜ ବିଷୟରେ ଚିନ୍ତା କରିବା –
ନିଜ ବିଷୟରେ ଚିନ୍ତା କରିବା ଭୁଲ କଥା ନୁହେଁ l କିନ୍ତୁ ଯେତେବେଳେ ଆପଣ ନିଜ ବାନ୍ଧବୀ ଙ୍କ ସହିତ ରିଲେସନସିପ ରେ ରହି ଥାଆନ୍ତି ସେତେବେଳେ ନିଜ ପାର୍ଟନର ଙ୍କର ମଧ୍ୟ ସମ୍ପୂର୍ଣ ଯତ୍ନ ନେବା ଆବଶ୍ୟକ l ଆପଣ ସ୍ୱାର୍ଥପର ହେବା ଟା ଆପଣଙ୍କ ପାର୍ଟନର କୁ ଠିକ ଲାଗି ନପାରେ ଓ ସେ ଆପଣଙ୍କ ଠାରୁ ଦୂରେଇବା ଆରମ୍ଭ କରି ପାରନ୍ତି l  ବୈବାହିକ ଜୀବନରେ ମଧ୍ୟ ଜଣେ ପୁରୁଷ ଅଧିକାଂଶ ସମୟ ନିଜର ଶାରୀରିକ କଷ୍ଟକୁ ଗୁରୁତ୍ୱ ଦେଇଥାଏ, ଅନ୍ୟ ପକ୍ଷରେ ଜଣେ ସ୍ତ୍ରୀ  ନିଜ କଷ୍ଟକୁ ଚାପି ଘରର ସମସ୍ତ କାର୍ଯ୍ୟ କରିଥାଏ l

* ମିଛ କହିବା –
ପ୍ରାୟ ଅଧିକାଂଶ ପୁରୁଷ ମିଛ କହିବାକୁ ପସନ୍ଦ କରନ୍ତି l ଏହି ସ୍ଵଭାବକୁ ମହିଳାମାନେ ପସନ୍ଦ କରନ୍ତି ନାହିଁ l ଏହି ସ୍ଵଭାଵ ସେମାନଙ୍କୁ ଅସୁବିଧାରେ ଯେତେବେଳେ ପକାଏ ସେତେବେଳେ ସେମାନେ ନିଜ ପାର୍ଟନର କିମ୍ବା ପତ୍ନୀର ସାହାଯ୍ୟ ଲୋଡି ଥାଆନ୍ତି l ଏହି ସ୍ଵଭାଵ ପୁରୁଷ ମାନଙ୍କର ମହିଳାଙ୍କୁ ଭଲ ଲାଗି ନଥାଏ ଓ ଏହା ସନ୍ଦେହ ସୃଷ୍ଟି କରାଇଥାଏ l ପୁରୁଷ ମାନଙ୍କର ଏହି ଗୁଣ ଦେଖି ମହିଳାମାନେ ତାଙ୍କ ଉପରେ ଭରସା କରି ପାରନ୍ତି ନାହିଁ ତେଣୁ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l

* ନିଜର ବ୍ୟକ୍ତିତ୍ୱ ହରାଇବା ଭଳି କାର୍ଯ୍ୟ –
ପ୍ରତିଟି ମହିଳା ବା ନାରୀ ଜଣେ ବ୍ୟକ୍ତିତ୍ବବାନ ଓ ବିବେକବାନ ପୁରୁଷକୁ ପସନ୍ଦ କରନ୍ତି l କିନ୍ତୁ କିଛିଟା ଲୋକ ଏପରି କିଛି କାର୍ଯ୍ୟ କରି ଥାଆନ୍ତି ଯାହା ସେମାନଙ୍କ ପ୍ରତିଭାକୁ ସାଜିନଥାଏ l ଯେପରିକି ନିଜର ପୁରୁଷତ୍ୱ ଜାହିର କରିବା ପାଇଁ ସ୍ତ୍ରୀ କିମ୍ବା ପାର୍ଟନର ଉପରେ ଅଯଥାରେ ଚିଲେଇବା ଓ ସ୍ଥାନ କାଳ ପାତ୍ରକୁ ଅଣଦେଖା କରି ଗାଳି ଗୁଲଜ କରିବା ଇତ୍ୟାଦି, ପୁରୁଷ ମାନଙ୍କର ଏହି ସ୍ଵଭାଵ ଦ୍ୱାରା ମହିଳା ମାନେ କଷ୍ଟ ପାଇ ଥାଆନ୍ତି ଏବଂ ଦୂରତା ବଢାଇ ଦିଅନ୍ତି l

* ନିଜ ପାର୍ଟନର ଙ୍କୁ ଅଣଦେଖା କରିବା –
କିଛି ପୁରୁଷ ଏଭଳି ରହି ଥାଆନ୍ତି ଯିଏ କି ନିଜ ପାର୍ଟନର ସମୁଖରେ ଅନ୍ୟ ମହିଳାଙ୍କର ପ୍ରଶଂସା କରିବାକୁ ପସନ୍ଦ କରନ୍ତି l ଯାହା ଦ୍ୱାରା ସେ ଅନ୍ୟ ମହିଳାଙ୍କ ପ୍ରତି କେତେ ସମ୍ବେଦନଶୀଳ ଦେଖାଇବାକୁ ଚାହିଁ ଥାଆନ୍ତି l ପୁରୁଷଙ୍କର ଏହି ସ୍ଵଭାଵ ମହିଳାମାନେ ପସନ୍ଦ କରନ୍ତି ନାହିଁ l ଯେଉଁ କାରଣରୁ ତାଙ୍କ ପାର୍ଟନର ତାଙ୍କ ଠାରୁ ଦୁରେଇ ଯାଇ ଥାଆନ୍ତି l

Leave A Reply