Odisha news

ବିଷାକ୍ତ ମଦ ମୃତ୍ୟୁକୁ ଅପେକ୍ଷା କରିଛି ହିଞ୍ଜିଳି  ??

0
ହିଞ୍ଜିଳିକାଟୁ : ମଦ ଜନିତ କ୍ଷୟ କ୍ଷତି ଯେ ମାନବ ଜାତିକୁ ଢେର୍ କ୍ଷତି   ପହଁଞ୍ଚାଉ ଥିବାର ଏକାଧିକ ଅଭାବନୀୟ ଘଟଣା ଘଟି ଚାଲିଛି । ତଥାପି କାହିଁକି କେଜାଣି ଜନତା ସବୁ ଜାଣିଶୁଣି   ମଦ୍ୟପାନକୁ ପ୍ରାଥମିକତା ଦେଉଥିବା ବେଳେ, ଯୁବ ପିଢ଼ି ମଧ୍ଯ ନିଶା ପ୍ରତି ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି l   ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ ବିଜୁ ଜନତା ଦଳ ତଥା ଏହାର ମୂରବୀ ନିଜେ ନବୀନ ବାବୁ ଓଡିଶାରେ ଶାସନ କରୁଥିଲେ ମଧ୍ୟ, ସାଧାରଣ ଜନତା ଭୋଗୁଥିବା  ନିର୍ଯାତନା ଓ ଦୁର୍ଗତି ସଂପର୍କରେ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ବିଭିନ୍ନ ଘଟଣା ପ୍ରବାହରୁ  ଅନୁମେୟ ହେଉଛି l କାରଣ ରାଜ୍ୟ ରାଜକୋଷ    ବଢ଼ାଇବାର ଦୃଢ ଇଛାଶକ୍ତି ରଖି ସରକାର ମଦ ବିକ୍ରୀକୁ ପ୍ରତ୍ସୋହନ  ଦେଇଥିବା କାରଣରୁ  ବହୁ  ଅଭିଯୋଗକୁ ସରକାରୀ ସ୍ତରରେ ଗୁରୁତ୍ଵ ଦିଆଯାଇନି ।ଏଥିପାଇଁ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ବିଷାକ୍ତ ମଦର କୁପ୍ରଭାବରୁ, ଜଣକର ମୃତ୍ଯୁ ହେଇଥିଲା ବେଳେ ଅନ୍ଯ ମାନେ ବହୁ ସଂଖ୍ୟାରେ ଆକ୍ରାନ୍ତ ହୋଇ  ପାର୍ଶ୍ବ ପ୍ରତିକ୍ରୀୟାରେ ଶାରିରୀକ ସମସ୍ୟା ଭୋଗୁଛନ୍ତି ।ଏପରି ଲୋମହର୍ଷଣ ଘଟଣା ପାଇଁ ମୋହନ  ସରକାରଙ୍କୁ ନିନ୍ଦିତ କରାଇ,  ରାଜ୍ୟ ରାଜନୀତିରେ “ଚୋର କହୁଛି ଚୋର ପଳେଇଲା ଧର ତା’କୁ” ନୀତିରେ କାଦୁଅ ଫିଙ୍ଗା ପରବ ଆରମ୍ଭ ହେଇ ଯାଇଛି l
ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତାମାନର‌ ବିରୋଧି ଦଳର ନେତା ନବୀନ ବାବୁଙ୍କର ନିଜର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସହର ଠାରୁ ଆରମ୍ଭ କରି  ଆଖପାଖ ଗାଁ ଗଣ୍ଡା ଅଞ୍ଚଳ ବାଦ ପଡିନି ।ତେଣୁ ଅଦ୍ୟାବଧି ଖୋଲା ଖୋଲି ଦେଶୀ ବିଦେଶୀ ମଦ ବିକ୍ରୀ ହେଉଥିବା କାରଣରୁ ସତେ ଯେମିତି ଏକ ଆସନ୍ନ ମଦ ମୃତ୍ୟୁକୁ  ହିଞ୍ଜିଳି  ଅପେକ୍ଷା କରିଛି ।ଗାଁ ଗଣ୍ଡାରେ ଏପରି ଅବୈଧ ମଦ କାରବାର ପାଇଁ ମଦୁଆ ମାନଙ୍କର ଦୌରାତ୍ମରେ ଲୋକେ ଅତିଷ୍ଠ ହେଉଛନ୍ତି।ତେଣୁ ସଂପୃକ୍ତ ଅଞ୍ଚଳର ଜନତା ,ମହିଳା ସଂଗଠନ ପାଟି ଖୋଲି ବିରୋଧ କରିବା ସହ ମଦ ଭାଟି ଓ ମଦ ଦୋକାନ ଭାଙ୍ଗିଥିଲେ ମଧ୍ଯ ପ୍ରଶାସନିକ ଅଧିକାରୀ ମାନଙ୍କ ପ୍ରତ୍ସୋହନରେ ଫଳାଫଳ ଶୁନ ହେଉଛି  l
 କାରଣ,  ” ବିଜେଡି ଦଳର ସକ୍ରିୟ ସମର୍ଥକ ମାନଙ୍କ ଦ୍ବାରା ମଦଭାଟି ପରିଚାଳିତ ହେଇ ଆସୁ ଥିବାରୁ ମଦ ଭାଟିର ମାଲିକ ମାନେ ସବୁ ଅଭିଯୋଗକୁ ନିଷ୍କ୍ରୀୟ କରାଇ ଦେବାକୁ ସକ୍ଷମ ହେଉଛନ୍ତି । ଏଥିପାଇଁ ହିଞ୍ଜିଳି ସହର ମଧ୍ୟ ଦେଇ ଯାଇଥିବା ୫୯  ନଂ ଜାତୀୟ ରାଜପଥ କଡ଼ରେ ଦେଶି ବିଦେଶୀ ବାର୍ ଭଳି ବହୁ ମଦ ଦୋକାନର ସାମ୍ରାଜ୍ଯ ବିସ୍ତାର କରାଇବା ପାଇଁ,   ସରକାରୀ ଜମି ଜାଗାକୁ ଅନଧିକାର ଭାବରେ କବଜା ପ୍ରାୟ ଦୀର୍ଘ ଦଶନ୍ଧି  ଧରି ନିଜ ନିଜର କଵଜାରେ ରଖିବାକୁ ସମର୍ଥ ହେଇଛନ୍ତି lତେଣୁ ଜନଗହଳି ପୂର୍ଣ୍ଣ ଯାତାୟତ କରୁଥିବା ମୂଖ୍ଯ ରାସ୍ତାରେ ମଣିଷକୃତ ଟ୍ରାଫିକ ସମସ୍ଯା ପାଇଁ ଛୋଟ ବଡ ର୍ଦୁଘଟଣାରେ ଅକାଳରେ ଧନ ଜୀବନ ହାନୀ ହେଇ ଥାଉଛି। ଏଥିପାଇଁ  ଜନଗହଳି ପୂର୍ଣ୍ଣ ଅଞ୍ଚଳରେ,  ମଦ୍ୟପ ମାନଙ୍କ ପାଇଁ ଦୁର୍ଗନ୍ଧଯୁକ୍ତ ପରିବେଶ ସୃଷ୍ଟି ହେବା ସହ ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଦୁଃଖ ଭୋଗୁଛନ୍ତି। ତଥାପି ସ୍ଥାନୀୟ ବୁଦ୍ଧିଜୀବି ଠାରୁ ଜନତା ଯାଏଁ  ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି l କାରଣ ବିଜେଡି ଗଡରେ “ଗୁହାରୀ କହିବେ କାହାକୁ, ଓ ଶୁଣିବ କିଏ ?? ଓଲଟି  ସେହି ମଦ ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡିବ l
୨୧୬ ନଂ ରାଜ୍ୟ ରାଜପଥର ରାଳବ – ନନ୍ଦିକ ଗ୍ରାମ ମଧ୍ୟବର୍ତ୍ତୀ ଅଞ୍ଚଳରେ ଗଢି ଉଠିଥିବା ଦେଶି ମଦ ଦୋକାନରେ  ଉଭୟ ଦେଶି ଓ ବିଦେଶୀ ମଦ ବିକ୍ରୀ ସହିତ ଅଣ ଲାଇସେନ୍ସପ୍ରାପ୍ତ ବାର ନନ୍ଦିକ୍ ପଞ୍ଚାୟତର ଜୈନିକ ବିଜେଡି ନିର୍ବାଚିତ ଜନପ୍ରତିନିଧି ବହୁ ବର୍ଷ ଧରି ଚଳାଇ ଆସୁଥିବା ଦେଖିବାକୁ ମିଳୁଛି l ସେଠାରେ ଅପ ମିଶ୍ରିତ ମଦ ବିକ୍ରୀ ହେଉଥିବା ନେଇ ସେହି ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିଖିତ ଅଭିଯୋଗ ଆଣି ଗତ ଜାନୁଆରୀ ମାସରେ ହିଞ୍ଜିଳି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରୀଷ୍ଣା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l କିନ୍ତୁ ଭିନିଲ କ୍ରିଷ୍ଣା ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ  ମଧ୍ୟ , ପ୍ରକୃତ ଅସଲ ଆସାମୀ ସେତେବେଳର‌ ବିଜେଡି ଦଳର ସକ୍ରିୟ ନେତା ହୋଇଥିବା କାରଣରୁ ଅନ୍ଯ ଜଣଙ୍କୁ ଗିରଫ କରିଥଲେ l ସେହିପରି ଏବେ ଗିରିଆ ଓ ଆଲପୁର୍ ଗ୍ରାମ ଉପକଣ୍ଠ ରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଦୁଇଟି ଦେଶି ମଦ ଦୋକାନ ଯୋଗୁଁ ନିରୀହ ପଥିକ ଦୁଃଖ ଭୋଗୀ ଚାଲିଛନ୍ତି l ନୂଆ ସରକାରଂକ ନୂଆଁ ଆଭିମୁଖ୍ୟ ରେ ମଦ ବନ୍ଦ କୁ ପ୍ରାଧ୍ୟାନ୍ୟ ଦେଇ ଅଧିକୃତ ସରକାରୀ ଜାଗାକୁ ଫେରାଇ ଆଣିବା ସହିତ ସେହି ମଦ କାଉଣ୍ଟର ଗୁଡ଼ିକ ବିରୁଦ୍ଧରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି l
Leave A Reply