ହିନ୍ଦୋଳ ୨୭/୨/୨୨ ଆଜି ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତା ବୈଷ୍ଣବବନ୍ଧ ଛକଠାରେ ଦୁଇ ବାଇକ ନଂ-ଓଡ଼ି ଏସ୧୮୧୮ ଓ ଓଡ଼ି-୦୬-୧-୨୯୫୬ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣା ସ୍ଥଳରେ ରାଷୋଳ ଅଂଚଳ କୁ ଭୋଜି ଖାଇବାକୁ ଆସୁଥିବା ଅନୁଗୁଳ ବଡକେରାରୁ ଆଶିଷ ସାହୁ ମୃତ୍ୟୁ ବରଣ କରିଥିବା ବେଳେ ଅପର ବାଇକ ଆରୋହି ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଜନସାଧାରଣ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଘଟଣା ସ୍ଥଳରେ ବାଲିମି ଥାନା ପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରିବା ଫଳରେ ରାସ୍ତା ଅବରୋଧ ହଟାଇଥିଲେ।