Odisha news

ଜଙ୍ଗଲ ମଧ୍ୟରେ ମହିଳାଙ୍କ ଉଲଗ୍ନ ଗଳିତ ମୃତ ଦେହ, ହତ୍ୟା ସନ୍ଦେହ ପୋଲିସ ପାଖରେ ଖବର ନାହିଁ

0

ହିନ୍ଦୋଳ ୨୨.୦୨ ହିନ୍ଦୋଳ ଥାନା ହତୁରା ପଞ୍ଚାୟତ ପଡା ଗ୍ରାମ ହରିଡା ଗୁଜ ଜଙ୍ଗଲ ମଧ୍ୟରେ ଆଜି ଏକ ମହିଳାଙ୍କର ଗଳିତ ଉଲଗ୍ନ ମୃତ ଦେହ ପଡିଥିବାର ଖବର ମିଳି ଥିଲା। ସୂଚନା ପାଇ ଏହି ଅଞ୍ଚଳର କେତେକ  ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳକୁ ଯାଇ ମହିଳାଙ୍କ ମୃତ ଦେହ ଫଟୋ ଉତ୍ତ୍ୱଳନ କରି ଘଟଣା ସମ୍ପର୍କରେ କେତେକ ଗ୍ରାମବାସୀଙ୍କୁ ପଚରା ଉଚlରl କରିଥିଲେ। ମାତ୍ର ସୂଚନା କାରୀ ଗ୍ରାମ ବାସୀ ମାନେ ଏନେଇ କୌଣସି ସଠିକ ତଥ୍ୟ ଦେଇପାରି ନଥିଲେ। ଗଳିତ ମୃତ ଦେହତିଜଙ୍ଗଲ ମଧ୍ୟରେ ୩/୪ ଦିନ ହେବ ପଡି ରହିଥିବାର  ଅନୁମାନ କରାଯାଉଛି। ଶରୀରର ପେଟ, ହାତ, ଛାତି ଓ ଜଙ୍ଘରେ ଗଭୀର କ୍ଷେତ ଚିହ୍ନ ରହିଥିବାର ପରିଲକ୍ଷିତ ହୋଇଛି।

ମୁହଁ ଓ ହାତ ଗୁଡ଼ ଗୁଡିକ କଳା ପଡି ଯାଇଛି। ଏଥିରୁ  କେହି ଦୁର୍ବୃତ୍ତ ମହିଳା ଜଣଙ୍କୁ ମlରଣାସ୍ତ୍ର ଜରିଆରେ ଆଘାତ ଦେଇ ହତ୍ୟା କରି ଜଙ୍ଗଲ ମଧ୍ୟରେ ଫୁଫାଡ଼ି ଦେଇଥିବା ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ହିନ୍ଦୋଳ ଥାନା ଅଧିକାରୀ ଅନାଦି ଚରଣ ପଟ୍ଟlୟତ ଙ୍କୁ ପଚାରିବାରେ ସେ ଘଟଣା ସମ୍ପର୍କରେ ସୂଚନା ପାଇ ନଥିବା ପ୍ରକାଶ କରିବା ସହ ରାତ୍ର ହୋଇ ଯିବାରୁ ଆସନ୍ତା କାଲି ପଡା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହଯୋଗରେ ମୃତ ଦେହକୁ ଠାବ କରିବେ ବୋଲି ପ୍ରକାଶ କରିଛନ୍ତି। ଜଙ୍ଗଲ ମଧ୍ୟରେ ଜଣେ ମହିଳାଙ୍କର ଏହିଭଳି ଗଳିତ ମୃତ ଦେହ ପଡି ରହିବା ଘଟଣା ସନ୍ଦେହ ବଢ଼lଇଛି। ପୋଲିସ ତଦନ୍ତ ଓ ସବ ବ୍ୟବଚ୍ଛେଦ ରିପୋର୍ଟ ଘଟଣାଟିର ପର୍ଦ୍ଦାଫାଷ୍ଟ କରିପାରିବ।

Leave A Reply