Odisha news

କରୋନା ସ୍ଥିତିକୁ ଅନୁଧ୍ୟାନ କରି ଓଡ଼ିଶା ହାଇକୋର୍ଟ ଆସନ୍ତା ୧୦ ଯାଏ ବନ୍ଦ

0

କଟକ: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛି ସିଏମ୍‌ସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ରେଜିଷ୍ଟ୍ରାର ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପୂର୍ବରୁ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍‌ଡାଉନ୍ ଘୋଷଣା କରିଥିବା ବେଳେ ହାଇକୋର୍ଟ ମଧ୍ୟ ବନ୍ଦ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ନିର୍ଦ୍ଦେଶ ଜାରି କରିଥିଲେ। ଏହି ସଟ୍‌ଡାଉନ ଅବଧିକୁ ସିଏମ୍‌ସି ବୃଦ୍ଧି କରିଥିବା ବେଳେ ହାଇକୋର୍ଟ ଆସନ୍ତା ୧୦ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Govt
Leave A Reply