Odisha news

ହିଜାବକୁ ନେଇ ହାଇକୋର୍ଟଙ୍କ ମହତ୍ୱପୂର୍ଣ୍ଣ ଟିପ୍ପଣୀ, ୟୁନିଫର୍ମ କୁ ନେଇ ରଖିଲେ ଏହି ମନ୍ତବ୍ୟ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ରେ ଜାରି ହିଜାଵ ବିବାଦ ମଧ୍ୟରେ ହାଇ କୋର୍ଟ ନିଜର ନିଷ୍ପତି ଶୁଣାଇ ଛନ୍ତି l ଏହି ଶୁଣାଣି ରେ ହାଇକୋର୍ଟ କହିଛନ୍ତି ଯେ ସମସ୍ତ ଛାତ୍ରୀଙ୍କୁ ବିଦ୍ୟାଳୟ ର ୟୁନିଫର୍ମ ସହିତ ଯୋଡି ହୋଇଥିବା ନିୟମକୁ ପାଳନ କରିବାକୁ ପଡିବ l ତା ସହିତ କୋର୍ଟ ଙ୍କ ପକ୍ଷରୁ କୁହାଯାଇଛି ଯେ ଶିକ୍ଷକ ମାନଙ୍କ ଉପରେ ଏହି ନିୟମ ଲାଗୁ କରାଯିବ ନାହିଁ l କୋର୍ଟ ଏହି କେଶ କୁ ନେଇ ଶୁଣାଣି ଗୁରୁବାରକୁ ରଖିଛନ୍ତି l

ଆଶା କରାଯାଉଛି ଯେ ଆସନ୍ତା ଶୁଣାଣୀରେ କିଛି ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯିବ l ପୂର୍ବରୁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ ଚଳିତ ସପ୍ତାହରେ ଏହି କେଶଟିକୁ ସମାପ୍ତ କରିବା ଆବଶ୍ୟକ l ମଙ୍ଗଳବାର ଦିନ ଶୁଣାଣି ସମୟରେ କୁହାଯାଇ ଥିଲା ଯେ ହିଜାବ ପିନ୍ଧିବାର ଅନୁମତି ନଦେବା ସମ୍ବିଧାନ ର ଅନୁଛେଦ ୧୫ ର ଉଲଂଘନ ଅଟେ l ଏହାପରେ ଦଲିଲ ଦିଆ ଯାଇଥିଲା ଯେ ଏହା କୌଣସି ଭେଦଭାବ ନୁହେଁ , ଯେପରି ଅନୁଛେଦ ୧୫ ଅନୁସାରେ ଏହା ଭିତିହୀନ ଅଟେ l ଅନୁଛେଦ ୧୫ ଅନୁସାରେ ଧର୍ମ,ଜାତି,ଲିଙ୍ଗ କିମ୍ବା ଜନ୍ମ ସ୍ଥାନ ଆଧାରରେ ଏହି ଭେଦଭାବ ଉପରେ ରୋକ ଅଟେ l

Leave A Reply