Odisha news

ଜଣାନ୍ତୁ ବିନା ତେଲ କିମ୍ବା କମ ତେଲରେ ସ୍ୱାସ୍ଥ୍ୟକର ଖାଦ୍ୟ କିପରି ପ୍ରସ୍ତୁତ କରିବେ

0

ସାଧାରଣତଃ ଆମେ ସମସ୍ତେ ସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ ସବୁବେଳେ କଥା ହୋଇଥାଉ ,କିନ୍ତୁ ଏହା କେହିବି କୁହନ୍ତି ନାହିଁ ଖୁବ କମ ତେଲ ବ୍ୟବହାର କରି କିପରି ସ୍ୱାସ୍ଥ୍ୟକର ଖାଦ୍ୟ ତିଆରି କରାଯିବ l ଯଦି ଆପଣ ମଧ୍ୟ କମ ଟେଲର ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ କିଛି ସରଳ ଉପାୟ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଦ୍ୱାରା ଦିଅ ଯାଇଛି l ଆପଣ ଦିଆ ଯାଇଥିବା ଉପାୟ ସାହାଯ୍ୟରେ ଖାଦ୍ୟ ତିଆରି କରିବା ସମୟରେ ଓ ଖାଇବା ସମୟରେ ତେଲର କମ ସେବନ କରି ପାରିବେ l

ଅତ୍ୟଧିକ ଟେଲର ସେବନ କଣ ପାଇଁ କ୍ଷତିକାରକ –

ସମସ୍ତ ପ୍ରକାରର ତେଲରେ କିଛି ମାତ୍ରାରେ ଫ୍ୟାଟ ରହିଥାଏ l ରାନ୍ଧିବା ସମୟରେ ଅଧିକ ମାତ୍ରାରେ ଟେଲର ବ୍ୟବହାର ଦ୍ୱାରା ଫ୍ୟାଟ ଗୁଡିକ ଆମ ଶରୀରରରେ ଥିବା ଧମନୀରେ ଏକାଠି ହୋଇଯାଏ l ଯାହା ଦ୍ୱାରା ରକ୍ତ ପ୍ରବାହ ବାଧା ହେବ ଉପୁଜି ଥାଏ l ଏହା ଦ୍ୱାରା ହୃଦଘାତ ,ବ୍ରେଷ୍ଟେ କ୍ୟାନ୍ସର ,ମଧୁମେହ ,ହାଇପର ଟେନ୍ସନ ,ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହିତ ଓଜନ ବଢିବା ସମସ୍ୟା ମଧ୍ୟ ଦେଖା ଯାଇଥାଏ l

ଟେଲର ସେବନକୁ ଆମେ କିପରି ନିୟନ୍ତ୍ରିତ କରିବା –

ଛାଣିବା ବଦଳରେ ଆମେ ଖାଦ୍ୟକୁ କମ ତେଲ ଦେଇ ସେକିବା କିମ୍ବା ବାମ୍ଫରେ ସିଝାଇବା l ଛଣା ଛଣି ପରିବର୍ତେ ସ୍ନାକ୍ସକୁ ସିଝାଇ କିମ୍ବା ଅଳ୍ପ ତେଲରେ ଭାଜି ଖାଇଲେ ଠିକ ହେବ l

ଆପଣ ଯଦି ତେଲକୁ ବୋତଲରେ ପୁରାଇ କଡେଇ କିମ୍ବା ଅନ୍ୟ କୌଣସି ପାତ୍ରରେ ଢ଼ାଳୁ ଛନ୍ତି ତେବେ ସେପରି କରନ୍ତୁ ନାହିଁ l ସେହି ସ୍ଥାନରେ ଆପଣ ଗୋଟିଏ ଛୋଟ ଚାମଚର ବ୍ୟବହାର କରନ୍ତୁ ଓ ସେଥିରେ ଅଳ୍ପ ଅଳ୍ପ ତେଲ ନେଇ କଡ଼ାଇରେ ପକାନ୍ତୁ l

ଯେକୌଣସି ଖାଦ୍ୟ ପଦାର୍ଥରେ ତେଲ ବ୍ୟବହାର କରିବା ପୂର୍ବରୁ ମାନସିକ ସ୍ତରରେ ମଧ୍ୟ ନିଜକୁ ସଜାଗ ରଖି ପ୍ରସ୍ତୁତ କରନ୍ତୁ କିପରି କମ ତେଲ ବ୍ୟବହାର କରିବେ l ସବୁବେଳେ ନିଜ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଭଲ କ୍ୱାଲିଟି ତେଲ ବ୍ୟବହାର କରନ୍ତୁ l ଯେପରିକି ସୂର୍ଯ୍ୟମୁଖି ଫୁଲର ତେଲ ,ରାଶି ତେଲ ,ଚିନାବାଦାମ ତେଲ ,ସୋରିଷ ତେଲ ,ଚାଉଳର ଭୁସିରେ ପ୍ରସ୍ତୁତ ତେଲ ଓ ନଡ଼ିଆ ତେଲ l FSSAI ଦ୍ୱାରା ଏହି ସବୁ ତେଲକୁ ବ୍ୟବହାର କରିବା ପାଇଁ କୁହା ଯାଇଛି,ଯାହା ଆମ ଶରୀର ପାଇଁ ହିତକର ହେବ ସହିତ ଆମକୁ ଗୋଟିଏ ସ୍ୱାସ୍ଥ୍ୟକର ଜୀବନ ମଧ୍ୟ ଦେବ l

Leave A Reply