ମାନବ ଶରୀର ପାଇଁ ହାଡର ଅନେକ ମହତ୍ତ୍ୱ ରହିଛି l ଆମ ଶରୀରର ପୁର୍ଣ ବିକାଶ ପାଇଁ ହାଡ ମଝବୁତ ହେବ ଆବଶ୍ୟକ l ଆମ ହାଡ ଯେତେ ମଝବୁତ ହେବ ଆମ ଶରୀର ସେତେ ଫିଟ ରହିବ l ବଢୁଥିବା ବୟସରେ ହାଡ ଦୁର୍ବଳ ହୋଇଯାଇଥାଏ ଓ ବିଭିନ୍ନ ପ୍ରକାରର ଗଣ୍ଠି ଯନ୍ତ୍ରଣା ଦେଖା ଯାଇଥାଏ l ଏହି ଅବସ୍ଥାକୁ ଅଷ୍ଟ୍ରିୟ ପୋରସିସ କହିଥାନ୍ତି l ଆମ ଖାଦ୍ୟରେ ଆମେ କିଛି ସୁଧାର ଆଣି ହାଡ଼କୁ ମଝବୁତ କରି ପାରିବ l ସେଥିପାଇଁ ନିଜ ଆହାରରେ କ୍ୟାଲସିୟମରେ ଭରପୁର ଭୋଜନ ସାମିଲ କରିବା ଆବଶ୍ୟକ ,ଯାହା ଆମକୁ ଅଷ୍ଟ୍ରିୟ ପୋରସିସକୁ ଦୁରେଇ ପାରିବା l
* ଅଣ୍ଡା -ଅଧିକ ମାତ୍ରାରେ ପ୍ରୋଟିନ ରହିଥିବା କାରଣରୁ ଅଣ୍ଡା ହାଡ଼କୁ ମଝବୁତ କରିଥାଏ l ପ୍ରୋଟିନ ସହିତ ଅଣ୍ଡାରେ ଭିଟାମିନ-ଡି ମିଳିଥାଏ ଯାହା ହାଡ଼କୁ ସୁସ୍ଥ ରଖିଥାଏ l
* କ୍ଷୀର -ଅଧିକ ସମୟରେ ଡାକ୍ତର ମାନେ ହାଡର ଦୁର୍ବଳତା କାରଣରୁ ଛୋଟ ପିଲା ମାନଙ୍କୁ କ୍ଷୀର ପିଇବା ପାଇଁ କହିଥାନ୍ତି l କ୍ଷୀରରେ ଅଧିକ ମାତ୍ରାରେ କ୍ୟାଲସିୟମ ମିଳିଥାଏ ,ଯାହା ଦ୍ୱାରା ହାଡ ମଝବୁତ ହୋଇଥାଏ l
* ମାଂସ -ଶରୀରକୁ ଅଧିକ ପ୍ରୋଟିନର ଆବଶ୍ୟକତା ରହିଥିବା ବେଳେ ମାଂସ ଖାଇବା ଆବଶ୍ୟକ l ଯେଉଁ ଲୋକମାନେ ମାଂସାହାରୀ ଅଟନ୍ତି ସେମାନେ ନିଜ ଖାଦ୍ୟରେ ଚିକେନ ,ମଟନ ଓ ମାଛ ଇତ୍ୟାଦି ସାମିଲ କରି ପାରିବେ l ଯାହା ଶରୀରକୁ ପ୍ରୋଟିନ ଦେବା ସହିତ ହାଡ଼କୁ ଶକ୍ତ ମଧ୍ୟ କରିବ l କିନ୍ତୁ ଅଧିକ ମାଂସ ଖାଇବା ଦ୍ୱାରା ମଧ୍ୟ ଶରୀରର କ୍ଷତି ହୋଇଥାଏ l
* ସୋୟାବିନ -ମାଂସ ଭଳି ସୋୟାବିନରେ ମଧ୍ୟ ପ୍ରୋଟିନର ମାତ୍ର ଅଧିକ ରହିଛି l ଯେଉଁ ଲୋକମାନେ ସାକାହାରୀ ଅଟନ୍ତି ସେମାନେ ମାଂସ ସ୍ଥାନରେ ସୋୟାବିନ ମଧ୍ୟ ଖାଇ ପାରିବେ l
* ସବୁଜ ପନିପରିବା -ପ୍ରୋଟିନ ଓ କ୍ୟାଲସିୟମର ଭରପୁର ମାତ୍ରl ସହିତ ସବୁଜ ପନିପରିବାରେ ମାଙ୍ଗାନିଜ ଓ ଭିଟାମିନ-କେ ଭରପୁର ମାତ୍ରାରେ ମିଳିଥାଏ l ଯାହା ଦ୍ୱାରା ଅଷ୍ଟ୍ରିୟ ପୋରସିସ ପାଖରୁ ନିଜକୁ ରକ୍ଷା କରାଯାଇ ପାରିବ l ସେଥିପାଇଁ ଆମକୁ ନିଜ ଖାଦ୍ୟରେ ଶାଗ ,ବିଟରୁଟ ,ପାଳଙ୍ଗ ଇତ୍ୟାଦି ପାରିବାକୁ ସାମିଲ କରିବା ଆବଶ୍ୟକ l