Odisha news

ପେଟ ପାଇଁ ରାମବାଣ ସଦୃଶ ଆଖୁରସ

0

ଆଖୁ ନିଜର ଔଷଧୀୟ ଗୁଣ ପାଇଁ ଅତ୍ୟନ୍ତ ଜଣାଶୁଣା l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦାନ୍ତ ସମସ୍ୟାରୁ ନେଇ ବିଭିନ୍ନ ପ୍ରକାର ରୋଗ କବଳରୁ ଆଖୁ ରକ୍ଷା କରିଥାଏ l ଆଖୁରେ ଆଇରନ ,ପୋଟାସିୟମ ,କ୍ୟାଲସିୟମ ଓ ମ୍ୟାଗନେସିୟମ ଭଳି ଜରୁରୀ ପୋଷାକ ତତ୍ୱ ଭାରି ହୋଇ ରହିଛି ,ଯାହାଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ l ଆଖୁଚାଷ କେବଳ ଗୁଡ ଓ ଚିନିର ଉତ୍ପାଦନ ପାଇଁ କରାଯାଏ ନାହିଁ ,ଏଥିରୁ ଅନେକ ଜୈବିକ ଔଷଧ ପ୍ରସ୍ତୁତ କରାଯାଏ l ଭାରତରେ ଅଧିକ ମାତ୍ରାରେ ଆଖୁରସର ବ୍ୟବହାର ଜଣ୍ଡିସ ,ବଦହଜମି ଓ କେତକ ମୂତ୍ରାଶୟ ରୋଗ ପାଇଁ ଉପଚାର କରାଯାଏ l

* ଏନର୍ଜି ବଢିଥାଏ -ବେଳେବେଳେ ଅଧିକ ଝାଳ ବାହାରିବା ଦ୍ୱାରା ଥାକl ମଧ୍ୟ ଲାଗିଥାଏ l ଏହି ଥକାପଣ ଦ୍ୱାରା କେତେବେଳେ କେମିତି ବାନ୍ତି ମଧ୍ୟ ହୋଇଯାଏ l ଏହି ସମୟରେ ଆଖୁରସ ପିଇବା ବହୁତ ହିତକର l ଆଖୁରସ ଶରୀରର ଗ୍ଲୁକୋଜ ସ୍ତରକୁ ସନ୍ତୁଳନ ରଖିଥାଏ l ଯାହାଦ୍ୱାରା ଆମେ ପ୍ରାକୃତିକ ଉପାୟରେ ଏନର୍ଜି ପାଇଥାଉ l

* ଜଣ୍ଡିସ ପାଇଁ ହିତକର -ଲିଭର ଅସୁସ୍ଥ ରହିବl ହେତୁ ଜଣ୍ଡିସ ରୋଗ ହୋଇଥାଏ l ଯେତେବେଳେ ଲିଭରରେ ବିଲିରୁବିନ ମାତ୍ରା ଅଧିକ ହୋଇଯାଏ ସେତେବେଳେ ଆମେମାନେ ଜଣ୍ଡିସରେ ଆକ୍ରାନ୍ତ ହୋଇଥାଉ l ଏହି ସ୍ଥିତିରେ ଅନେକ ପ୍ରକାରର ଖାଦ୍ୟ ପଦାର୍ଥ ଆମକୁ ଖାଇବାକୁ ବାରଣ କରାଯାଏ l ବିଲିରୁବିନ ଏକ ହଳଦିଆ ରଙ୍ଗର ଦ୍ରବ୍ୟ ଅଟେ ,ଯାହା ଲିଭରରେ ଲାଲରକ୍ତ କୋଷିକା ଗୁଡିକୁ ନଷ୍ଟ କରିଥାଏ l ତେଣୁ ଆୟୁର୍ବେଦରେ ଡାକ୍ତର ମାନେ ଆଖୁରସ ଅଧିକ ପରିମାଣରେ ପିଇବାକୁ କହିଥାନ୍ତି l

* ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖେ -ଆଜିକାଲି ସମସ୍ତେ ବ୍ୟସ୍ତ ବହୁଳ ଜୀବନରେ ଖାଦ୍ୟର ଅନିୟମିତତା ଓ ନିଦ୍ରାର ଅନିୟମିତତା କାରଣରୁ ପାଚନ ସମସ୍ୟାରେ ପୀଡିତ ହେଉଛନ୍ତି l ତେଣୁ ଆୟୁର୍ବେଦ ଡାକ୍ତର ମାନେ ଆଖୁରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି l ଆଖୁର ପୋଟାସିୟମ ପ୍ରଚୁର ପରିମାଣରେ ରହିଛି ,ଯାହା ପେଟକୁ ସନ୍ତୁଳିତ ରଖିବା ସହିତ  ପାଚନ କ୍ରିୟାକୁ ସରଳ କରିଥାଏ l

* ମୂତ୍ରାଶୟ ସଂକ୍ରମଣ ଠିକ କରେ -ମୂତ୍ର ପ୍ରଣାଳୀରେ କୌଣସି ବି ସ୍ଥାନରେ ସଂକ୍ରମଣ ହେଲେ ତାହାକୁ ୟୁରିନାରୀ ଟ୍ରାକ ଇଂଫେକ୍ସନ କୁହାଯାଏ l ଏହି ସମସ୍ୟା ଯେକୌଣସି ବୟସର ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ l ଏହି ସମସ୍ୟା ଦ୍ୱାରା ପୀଡିତ ଥିବା ବ୍ୟକ୍ତିମାନେ ପରିଶ୍ରା କରୁଥିବା ସମୟରେ ପୋଡି ଗଲାଭଳି ଯନ୍ତ୍ରଣା ଅନୁଭବ କରନ୍ତି l ଏହି ସମସ୍ୟାରୁ ଆରାମ ପାଇବା ପାଇଁ ଆଖୁରସ ପିଇବା ହିତକର ହୋଇଥାଏ l ଆଖୁରସ କେବଳ ସଂକ୍ରମଣକୁ ଦୂର କରି ନଥାଏ ତା ସହିତ କିଡ୍ନୀର କାର୍ଯ୍ୟ ପ୍ରଣାଳୀରେ ମଧ୍ୟ ସୁଧାର ଆଣିଥାଏ l

* ବ୍ରଣ ପାଇଁ ହିତକର – ଆଖୁରସ ଆଲଫହାଇଡ୍ରୋକ୍ସି ଏସିଡର ଗୋଟିଏ ଭଲ ସ୍ରୋତ ଅଟେ l ଆଲଫହାଇଡ୍ରୋକ୍ସି ଏସିଡରେ ଗ୍ଲାଇକୋ ଲିକ ଏସିଡ ,ସାଇଟ୍ରିକ ଏସିଡ ଓ ଟାଟରିକ ଏସିଡ ରହିଥାଏ ,ଯାହା ବ୍ରଣକୁ ଶୁଖାଇବା ସହିତ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ l ଵ୍ରଣରୁ ରକ୍ଷା ପାଇବା ପାଇଁ ଏହି ସବୁ ଏସିଡର ଭୂମିକା ଗୁରୁତ୍ୱ ପୁର୍ଣ ଅଟେ l ତେଣୁ ଆଖୁରସ ପିଇବା ଅତ୍ୟନ୍ତ ଲାଭକାରୀ l

Leave A Reply