Odisha news

ଜଣାନ୍ତୁ ୪ଟି ପ୍ରମୁଖ ପ୍ରାକୃତିକ ଆଣ୍ଟିବାୟୋଟିକ ବିଷୟରେ

0

ପ୍ରାକୃତିକ ଆଣ୍ଟିବାୟୋଟିକ ସଂକ୍ରମଣ ସହିତ ଲଢ଼ିବା,କ୍ଷତକୁ ଠିକ କରିବା ଓ ରୋଗ ପାଇଁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ l ଆଣ୍ଟିବାୟୋଟିକ ଆମ ଶରୀର ପାଇଁ ବହୁତ ଜରୁରୀ ଅଟେ କାରଣ ତା ଭିତରେ ସଂକ୍ରମଣ ସହିତ ଲଢେଇ କରିବାର ଶକ୍ତି ରହିଥାଏ  ଏହାକୁ ବ୍ୟବହାର କଲେ ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ,ସେହି କାରଣରୁ ଆମ ଶରୀରରେ ରୋଗ ବଢିବାର ବିପଦ କମ ହୋଇଥାଏ l

ବିଶେଷଜ୍ଞ ମାନଙ୍କ ଅନୁସାରେ ପ୍ରାକୃତିକ ଆଣ୍ଟିବାୟୋଟିକ ବ୍ୟବହାର କଲେ ସର୍ଦି ,ଜ୍ୱର ,ନିମୁନିଆ ,ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଆଦି ସହିତ ଅନ୍ୟ ସଂକ୍ରମଣ ମଧ୍ୟ ଦୁରେଇ ରହିଥାଏ l ଆସନ୍ତୁ ଜାଣିବା ପ୍ରାକୃତିକ ଆଣ୍ଟିବାୟୋଟିକ ଗୁଡିକ କଣ ?

ରସୁଣ-ରସୁଣରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ସଂକ୍ରମଣ ବିରୁଦ୍ଧରେ ଲଢ଼ିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଆପଣ ଜତୁନ ତେଲରେ ରସୁଣକୁ କିଛି ଦିନ ରଖି ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ l ଗୋଟିଏ ଦିନରେ ରସୁଣରେ ମାତ୍ର ଦୁଇଟି କୋଲା ବ୍ୟବହାର କରନ୍ତୁ ,ଏହା ଆପଣଙ୍କ ପାଇଁ ଲାଭ ଦାୟକ ହେବ l

ମହୁ-ମହୁକୁ ସାଧାରଣତଃ ଘରୋଇ ବ୍ୟବହାର ଓ ଗୋଟିଏ ପ୍ରାକୃତିକ ଆଣ୍ଟିବାୟୋଟିକ ଭାବରେ ବ୍ୟବହାର କରାଯାଇ ପାରିବ l ଆପଣ ମହୁର ସେବନ ଚିନିର ବିକଳ୍ପ ଭାବରେ ମଧ୍ୟ କରି ପାରିବେ l ନାଲି ଚା ରେ ସକାଳୁ ମହୁ ମିଶାଇ ବ୍ୟବହାର କଲେ ଏହା ଲାଭପ୍ରଦ ହୋଇଥାଏ l

ହଳଦୀ-ହଳଦୀରେ ଅନେକ ଔଷଧୀୟ ଗୁଣର ବିଶେଷତା ରହିଛି l ହଳଦୀରେ ରହିଥିବା କରକ୍ୟୁମିଂ ପ୍ରାକୃତିକ ଆଣ୍ଟିବାୟୋଟିକ ଭଳି କାମ କରିଥାଏ l କରକ୍ୟୁମିଂ ଏକ ଆଣ୍ଟିଆକ୍ସିଡେଣ୍ଟ ହୋଇଥିବା ହେତୁ ଗଣ୍ଠି ଫୁଲକୁ ଦୁରେଇ ଦେଇଥାଏ l ହଳଦୀ ମସ୍ତିଷ୍କର ଟିସୁ ଗୁଡିକୁ ଉନତ କରିଥାଏ ଓ ଗଣ୍ଠି ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରିଥାଏ l

ଅଦା-ଅଦାରେ ବିଭିନ୍ନ ପ୍ରକାରର ଶରୀର ଫୁଲାକୁ କମ କରିବାର ଗୁଣ ରହିଥାଏ l ଯେଉଁ କାରଣରୁ ଅଦାକୁ ପ୍ରାକୃତିକ ଆଣ୍ଟିବାୟୋଟିକ କୁହାଯାଇଥାଏ l ଏସିଡ଼ିଟି ଓ ଛାତି ଜଳାର ଲକ୍ଷଣ ପାଇଁ ଅଦାର ବ୍ୟବହାର କରାଯାଇଥାଏ l ଅଦାକୁ ଖାଦ୍ୟରେ ବ୍ୟବହାର କରିବା ସହିତ ମହୁର ଚା ରେ ମଧ୍ୟ ବ୍ୟବହାର କରାଯାଇଥାଏ l

 

Leave A Reply