Odisha news

ବିନା ଔଷଧରେ ମଧ୍ୟ ହାର୍ଟ କୁ ସୁସ୍ଥ ରଖି ପାରିବେ ଏହି ୫ଟି ଉପାୟ ଦ୍ୱାରା

0
ହାର୍ଟ ହେଉଛି ସବୁଠୁ ଶରୀରର ଗୁରୁତ୍ୱପୂର୍ଣ ଅଙ୍ଗ l ଏହାର ଯଦି କିଛି ସମସ୍ୟା ଦେଖାଦିଏ ତେବେ ସମଗ୍ର ଶରୀର ବିପଦ ମୁଖକୁ ଟାଣି ହଇଯାଏ l କିନ୍ତୁ ଗବେଷକ ମାନଙ୍କ ମତରେ କିଛିଟା ସାଧାରଣ ଉପାୟ ଦ୍ୱାରା ଆମେ ନିଜର ହାର୍ଟ କୁ ସୁସ୍ଥ ଓ ସୁନ୍ଦର ରଖି ପାରିବା l ତେଣୁ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ନିଜ ହାର୍ଟ କୁ ସୁସ୍ଥ ରଖନ୍ତୁ l
୧) ମର୍ନିଙ୍ଗ ୱାକ ଅଭ୍ୟାସ ନିହାତି ରଖିବା ଉଚିତ -:
ସବୁଠୁ ପ୍ରଥମେ ମର୍ନିଙ୍ଗ ୱାକ ନିହାତି ପ୍ରତିଦିନ କରିବା ଉଚିତ l ପ୍ରତିଦିନ ୩୦ ରୁ ୪୦ ମିନିଟ ନିହାତି ଚାଲନ୍ତୁ l ଏହାଦ୍ୱାରା ମଧ୍ୟ ରକ୍ତଚାପ ଓ କୋଲେଷ୍ଟ୍ରଲ ମଧ୍ୟ ଠିକ ରହିଥାଏ l ତେଣୁ ହୃଦଘାତ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ l
୨) ଚିନ୍ତା କମାଇବା ନିହାତି ଜରୁରୀ -:
ଚିନ୍ତା ହେଉଛି ସବୁଠୁ ବଡ ରୋଗ l ତେଣୁ ହାର୍ଟ କୁ ସୁସ୍ଥ ରଖିବା ପାଇଁ ଚିନ୍ତା ଠାରୁ ଦୁରେଇ ରୁହନ୍ତୁ l ଚିନ୍ତା ଠାରୁ ଦୁରେଇ ରହିବା ପାଇଁ ନିଜ ବନ୍ଧୁ ମାନଙ୍କ ସହିତ ସୁ ସମ୍ପର୍କ ରଖନ୍ତୁ l ଏହା ବ୍ୟତୀତ ଯେଉଁ କାମ କରିବାକୁ ଆପଣଙ୍କୁ ଖୁସି ଲାଗୁଛି ସେହି କାମ କରନ୍ତୁ l
୩) ଡାଏଟ ରେ ସାମିଲ କରନ୍ତୁ ଫଳ ଓ ପନିପରିବା -:
ଫଳ ଓ ପନିପରିବା ନିଜ ଖାଦ୍ୟରେ ନିୟମିତ ସାମିଲ କରିବା ନିହାତି ଆବଶ୍ୟକ l ଯେଉଁ କାରଣରୁ ଆପଣ ସମ୍ପୂର୍ଣ ପୋଷାକ ତତ୍ୱ ପାଇବେ l ଯାହା ଆପଣଙ୍କ ହାର୍ଟ କୁ ସୁସ୍ଥ ରଖିବାରେ କାମରେ ଆସିବ l ଫଳ ଓ ପନିପରିବା ସେହି କୋଷିକା ଗୁଡିକୁ ସୁସ୍ଥ ରଖିଥାଏ ଯାହା ଆପଣଙ୍କର ମଧୁମେହ ଓ ହାର୍ଟ କୁ ସୁରକ୍ଷିତ ରଖିଥାଏ l
୪) ବିଭିନ୍ନ ପ୍ରକାର ନଟସ ନିୟମିତ ସେବନ କରନ୍ତୁ:-
ନଟସ ହାର୍ଟ କୁ ସୁରକ୍ଷିତ ରଖିଥାଏ । ଏଥିରେ ଫାଇବର ଓ ଅମେଗା ୩ ଫ୍ଯା ଟି ଏସିଡ ରହିଛି । ଯାହା ଶରୀରରୁ ବ୍ୟା ଡ୍ କୋଳେଷ୍ଟ୍ରାଲ୍ କୁ ବାହାର କରିଥାଏ ।
୫) ପ୍ରତିଦିନ ଭଲ ନିଦ୍ରା ରେ ଶୁଅନ୍ତୁ:-
ହାର୍ଟ କୁ ସୁରକ୍ଷିତ ରଖିବା ପାଇଁ ଭଲ ନିଦରେ ଶୋଇବା ଉଚିତ୍ । ତେଣୁ ନିୟମିତ ୭-୮ ଘଣ୍ଟା ନିହାତି ଶୋଇବା ଜରୁରୀ ଯାହାଦ୍ଵାରା ହାର୍ଟ ସୁରକ୍ଷିତ ରହିବ ।
Leave A Reply