Odisha news

ସାବଧାନ , ସତର୍କ ହୋଇଯାଆନ୍ତୁ : ଶିରାପ୍ରଶିରାରେ ଆବର୍ଜନା ଭରି ଦେଇଥାଏ ଏହିସବୁ ଖାଦ୍ୟ

0
ଆମେ ଯଦି ନିଜର ଖାଦ୍ୟପ୍ରତି ସତର୍କ ରହିବା ତେବେ ଆମ ଶରୀର କଦାପି ଅସୁସ୍ଥ ହେବ ନାହିଁ l କାରଣ ଆଜିକାଲି ର ଅପମିଶ୍ରିତ ଖାଦ୍ୟ ହେଉଛି ଶରୀରକୁ ଅସୁସ୍ଥ କରିବାର କାରଣ l ତେବେ ଆଜି ଆସନ୍ତୁ ଜାଣିବା କେଉଁସବୁ ଖାଦ୍ୟ ଆମ ଶିରାପ୍ରଶିରା କୁ ଅସୁସ୍ଥ କରିଦେଇ ଅନେକ ରୋଗର କାରଣ ହୋଇଥାଏ l

* ଫ୍ରାଏଡ ଫୁଡ –
ଯଦି ଆପଣ ନିୟମିତ  ଛଣା ଛାଣି ଖାଦ୍ୟ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ୟଟିକାରକ ହୋଇଥାଏ l କାରଣ ଫ୍ରାଏଡ ଫୁଡ ରେ ସାଚୁରେଟେଡ଼ ଫ୍ୟାଟ ଅଧିକ ପରିମାଣରେ ରହିଥାଏ l ଯାହାକି ଧମନୀ ଗୁଡିକୁ ବିଷାକ୍ତ କରିବା ସହିତ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି କରିଥାଏ l

* ଫୁଲ ଫ୍ୟାଟ ଯୁକ୍ତ ଡାଏରୀ ପ୍ରଡକ୍ଟ –
ଦୁଗ୍ଧ, ଲହୁଣୀ ଇତ୍ୟାଦି ହେଉଛି ଫୁଲ ଫ୍ୟାଟ ଯୁକ୍ତ ଖାଦ୍ୟ l ଏହି ସବୁଥିରେ ସାଚୁରେଟେଡ଼ ଫ୍ୟାଟ ଅଧିକ ରହିଥାଏ l ଡେରି ଉତ୍ପାଦନ ରୁ ନିଜକୁ ଦୁରେଇ ରଖିବା ନିହାତି ଜରୁରୀ ନଚେତ କମ ଫ୍ୟାଟ ଯୁକ୍ତ ଆହାର ସେବନ କରନ୍ତୁ l

* ଫାଷ୍ଟ ଫୁଡ –
ଫାଷ୍ଟ ଫୁଡ ଅନେକ ଗୁଡିଏ ରୋଗର କାରଣ ଅଟେ l ଏହାଦ୍ୱାରା ମଧୁମେହ, ମୋଟାପଣ , ହାଇ ବ୍ଲଡ଼ ପ୍ରେସର ସମସ୍ୟା ଦେଖା ଦେଇଥାଏ l ଯେଉଁ ବ୍ୟକ୍ତିମାନେ ଅଧିକ ପରିମାଣ ରେ ଫାଷ୍ଟ ଫୁଡ ସେବନ କରି ଥାଆନ୍ତି ସେମାନେ କୋଲେଷ୍ଟ୍ରେଲ , ହାର୍ଟ ଅଟକ ସହ ବିଭିନ୍ନ ସମସ୍ୟା ରେ ପୀଡିତ ହୋଇ ଥାଆନ୍ତି l ଫାଷ୍ଟ ଫୁଡ ଧମନୀ ରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ l

Leave A Reply