କଣ ଆପଣ ହାଇପର ଟେନ୍ସନ ଓ ହାଇ ବ୍ଲଡ଼ ପ୍ରେସର ଦ୍ୱାରା ପ୍ରଭାବିତ ଅଟନ୍ତି କି, ଜାଣନ୍ତୁ ପ୍ରାକୃତିକ ଉପାୟରେ କିପରି ନିୟନ୍ତ୍ରିତ କରିବେ
ଆଜିକାଲି ପ୍ରାୟ ସମସ୍ତେ ରକ୍ତଚାପ ସମସ୍ୟା ଦ୍ୱାରା ପ୍ରଭାବିତ ହେଉଛନ୍ତି, ଏହାର ସବୁଠୁ ବଡ଼ କାରଣ ହେଲା ଟେନ୍ସନ l ରକ୍ତଚାପ ହାଇ କିମ୍ବା ଲୋ ଦୁଇଟି ଯାକ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କାରକ l ବ୍ଲଡ଼ ପ୍ରେସର ନିମ୍ନ ରହିବାର ଅର୍ଥ ହେଲା ଯେ ଯେତିକି ପରିମାଣରେ ରକ୍ତ ମସ୍ତିଷ୍କ ପାଖରେ ପହଂଚିବା କଥା ପହଂଚୁ ନାହିଁ l ବ୍ଲଡ଼ ପ୍ରେସର ବଢିବା ଦ୍ୱାରା ହାର୍ଟ ଉପରେ ପ୍ରଭାବ ପଡିଥାଏ l
ପ୍ରାକୃତିକ ଉପଚାର –
* ନିଶା ଠାରୁ ଦୁରେଇ ରୁହନ୍ତୁ – ନିୟମିତ ମଦ ପିଇବା ଦ୍ୱାରା ରକ୍ତଚାପ ସ୍ତର ବୃଦ୍ଧି ପାଇଥାଏ ଓ ଓଜନ ମଧ୍ୟ ବୃଦ୍ଧି ହେବାରେ ଲାଗିଥାଏ l ଯଦି ଆପଣ ରକ୍ତଚାପ କୁ ନିୟନ୍ତ୍ରିତ ରଖିବାକୁ ଚାହୁଁଛନ୍ତି ତେବେ ମଦ ଠାରୁ ଦୁରେଇ ରୁହନ୍ତୁ l ତା ସହିତ ପ୍ରାକୃତିକ ଜୁସ ସେବନ କରନ୍ତୁ l
* ନିୟମିତ ଖାଆନ୍ତୁ ମଗ୍ନେଶୀୟମ ଯୁକ୍ତ ଖାଦ୍ୟ – ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରିତ ରଖିବା ପାଇଁ ଆପଣ ନିୟମିତ ମଗ୍ନେଶୀୟମ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ l ଏହାଦ୍ୱାରା ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ରହିବ l ଆପଣ ନିଜ ଖାଦ୍ୟରେ କଦଳୀ,ଦହି,ଇତ୍ୟାଦି ସେବନ କରନ୍ତୁ l
* ପୋଟାସିୟମ ଯୁକ୍ତ ଖାଦ୍ୟ ସେବନ କରନ୍ତୁ – ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରିତ ରଖିବା ପାଇଁ ଆପଣଙ୍କ ଡାଏଟ ରେ ପୋଟାସିୟମ ଯୁକ୍ତ ଆହାର ଖାଇବା ଆବଶ୍ୟକ l ଏହାଦ୍ୱାରା ସୋଡିୟମ ପ୍ରଭାବ କମ ରହିଥାଏ ଓ ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ରହିଥାଏ l ପୋଟାସିୟମ ପାଇଁ ଆଳୁ,କମଳା,କିସମିସ,ଅଙ୍ଗୁର ଆଦି ସେବନ କରିବେ l
* ଧୂମ୍ରପାନ ଠାରୁ ଦୁରେଇ ରୁହନ୍ତୁ – ରକ୍ତଚାପ ନଯାନ୍ତ୍ରିତ ରଖିବା ପାଇଁ ସିଗାରେଟ ଓ ବିଡି ଟାଣନ୍ତୁ ନାହିଁ l ଏଥିରେ ଥିବା କେମିକାଲ ଫୁସଫୁସ ରେ ଯାଇ ରହିଯାଏ ଯାହାଦ୍ୱାରା ଫୁସଫୁସ ପ୍ରଛବିତ ହୋଇଥାଏ ଓ ରକ୍ତଚାପ ବୃଦ୍ଧି ପାଇଥାଏ l
* ବ୍ୟାୟାମ କରନ୍ତୁ – ରକ୍ତଚାପ ସେହିମାନଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ ଯେଉଁମାନେ ଅଧିକ ମୋଟା ହୋଇ ଥାଆନ୍ତି l ବ୍ଲଡ଼ ପ୍ରେସର ସମସ୍ୟା ଠାରୁ ଦୁରେଇ ରହିବ ପାଇଁ ନିୟମିତ ବ୍ୟାୟାମ କରିବା ଜରୁରୀ ଓ ଲୁଣ କମ ଖାଇବା ଆବଶ୍ୟକ l