Odisha news

କୋଲେଷ୍ଟ୍ରଲ ବଢ଼ୁଥିଲେ ଭୁଲରେ ମଧ୍ୟ ଏହିସବୁ ତେଲକୁ ସେବନ କରନ୍ତୁ ନାହିଁ,ହୋଇପାରେ ବିପଦପୂର୍ଣ୍ଣ

0

କୋଲେଷ୍ଟ୍ରଲ ହାଇ ହେବା ଅତ୍ୟନ୍ତ ଭୟଙ୍କର ହୋଇଥାଏ l କାରଣ ଏହାଦ୍ୱାରା ହାର୍ଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇଥାଏ l ଶରୀରରେ ବଢୁଥିବା କୋଲେଷ୍ଟ୍ରଲ ହାର୍ଟ ଆଟାକ ର ସବୁଠୁ ବଡ କାରଣ ହୋଇଥାଏ l କୋଲେଷ୍ଟ୍ରଲ ବଢିବାର ଗୋଟିଏ ମୁଖ୍ୟ କାରଣ ହେଲା ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ l ବିଶେଷ ଭାବରେ ଏହା ଖାଦ୍ୟରେ ବ୍ୟବହୃତ ହେଉଥିବା ଖରାପ ତେଲ କାରଣରୁ ହୋଇଥାଏ, ଆଜି ଆମେ ଜାଣିବା କେଉଁସବୁ ଖାଦ୍ୟକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ l

କୋଲେଷ୍ଟ୍ରଲ ବୃଦ୍ଧି ସମୟରେ ଏହିସବୁ ତେଲକୁ ଖାଇବା ଉଚିତ ନୁହେଁ –

* ପାମ ଅଏଲ – ଆମେ ଦେଖି ଥାଉ ପାମ ଅଏଲ ରୋଷେଇ ରେ ବ୍ୟବହାର ହୋଇଥାଏ l ଅନ୍ୟ ତେଲ ତୁଳନାରେ ପାମ ଅଏଲ ରେ ସାଚୁରେଟେଡ଼ ଫ୍ୟାଟ ଅଧିକ ମାତ୍ରାରେ ମିଳିଥାଏ l ଯାହା ହାର୍ଟ ରୋଗୀଙ୍କ ପାଇଁ ଭୟଙ୍କର ସ୍ଥିତି ଆଣିଥାଏ l ପାମ ଅଏଲ ର ବ୍ୟବହାର ଅଧିକ ଜଙ୍କ ଫୁଡ ରେ ହୋଇଥାଏ l ଷ୍ଟ୍ରିଟ ଫୁଡ ଦୋକାନୀ ମାନେ ପାମ ଅଏଲ ବ୍ୟବହାର କରନ୍ତି l ତେଣୁ ଜଙ୍କ ଫୁଡ ଦ୍ୱାରା କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଥାଏ l

* ନଡ଼ିଆ ତେଲ ବ୍ୟବହାର କରିବା ଉଚିତ ନୁହେଁ – ଯେଉଁ ଲୋକ ମାନଙ୍କର ଖରାପ କୋଲେଷ୍ଟ୍ରଲ ସ୍ତର ଅଧିକ ଥାଏ ସେମାନେ ଖାଦ୍ୟରେ ନଡ଼ିଆ ତେଲର ପ୍ରୟୋଗ କରିବା ଉଚିତ ନୁହଁ l ଏଥିରେ ସାଚୁରେଟେଡ଼ ଫ୍ୟାଟ ଅଧିକ ରହିଥାଏ l ଦକ୍ଷିଣ ଭାରତର ଲୋକମାନେ ଅଧିକ ପରିମାଣରେ ନଡ଼ିଆ ତେଲ ବ୍ୟବହାର କରି ଥାଆନ୍ତି l

* ଏହିସବୁ ତେଲ କୁ ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ –
-ଯଦି ଆପଣ ଶରୀର ରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହେଉଥିବାର ଲକ୍ଷ କରୁଛନ୍ତି ତେବେ ସୋରିଷ ତେଲ,ସୂର୍ଯ୍ୟମୁଖୀ ତେଲ,କିମ୍ବା ଅଳସି ତେଲ ର ବ୍ୟବହାର କରନ୍ତୁ l କାହିଁକି ନା ଏହିସବୁ ତେଲ ରେ ସାଚୁରେଟେଡ଼ ଫ୍ୟାଟ ନଥାଏ ,ଯାହା ହାର୍ଟ କୁ କ୍ଷତି କରିଥାଏ l

– ଯେବେବି ନିଜ ଘରେ କିଛି ଖାଦ୍ୟ କୁ ଯଦି ତେଲରେ ଛାଣୁଛନ୍ତି ତେବେ ସେହି ତେଲକୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ l ତେଲ ପୋଡି ମୋଟା ହୋଇ ଯାଇଥାଏ ଏହା ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l

– ଯେବେବି ତେଲ ର କୌଣସି ଖାଦ୍ୟ ଖାଇବାକୁ ଇଛା କରୁଛନ୍ତି ତେବେ ଘରେ ପ୍ରସ୍ତୁତ କରି ଖାଇବା ଶରୀର ପକ୍ଷରେ ହିତକର l

Leave A Reply