Odisha news

ଅବସାଦ କାରଣରୁ ଠିକ ଭାବରେ ରାତିରେ ଆପଣ ନିଦ୍ରା ହୀନତାର ଶିକାର ହେଉ ନାହାନ୍ତି ତ? ତେବେ ଆପଣାନ୍ତୁ ଏହିସବୁ ଉପାୟ

0

ଆଜିକାଲି ନିଦ୍ରା ହୀନତା ପ୍ରାୟ ଅଧିକାଂଶ ଲୋକଙ୍କ ନିକଟରେ ଦେଖା ଯାଉଛି l କାରଣ କରୋନା ମହାମାରୀ ର ପ୍ରଭାବ ସାରା ବିଶ୍ୱକୁ ଏପରି ଭାବରେ ଘାଣ୍ଟିଚି ଯାହା ପ୍ରତିଟି ମଣିଷଙ୍କୁ ଅଳ୍ପ ବହୁତେ ପ୍ରଭାବିତ କରିଛି ଓ ଏହା ବିଶେଷ ଭାବରେ ଅଧିକାଂଶ ଲୋକଙ୍କର ଚିନ୍ତାର କାରଣ ହୋଇଛି l ତେଣୁ ପ୍ରାୟ ସମସ୍ତେ ଏହାଦ୍ୱାରା ନିଦ୍ରା ହୀନତାର ଶିକାର ହେଉଛନ୍ତି l ନିଦ ଠିକ ଭାବରେ ନହେଲେ ରକ୍ତଚାପ ସମସ୍ୟା, ହାର୍ଟ ସମସ୍ୟା ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦ୍ୱାରା ପ୍ରଭାବିତ ହୋଇ ପାରନ୍ତି l ତା ସହିତ ସକାଳୁ ଆଳସ୍ୟ ଲାଗି କାମରେ ମନ ମଧ୍ୟ ଲାଗି ନଥାଏ l ତେଣୁ ନିୟମିତ ଆମର ଶାରୀରିକ ପରିଶ୍ରମ ଅନୁସାରେ ବିଶ୍ରାମ ମଧ୍ୟ ଆବଶ୍ୟକ l

ରାତିରେ ଯଦି ଠିକ ଭାବରେ ନିଦ ହେଉନାହିଁ ତେବେ ଆପଣାନ୍ତୁ ଏହିସବୁ ଉପାୟ –

– ଅବସାଦ ବା ଚିନ୍ତା ହେଉଛି ମଣିଷ ଜୀବନ ର ଗୋଟିଏ କାରଣ, ଯେଉଁ କାରଣର ର କୌଣସି ଉତର ବା ନିରାକରଣ ନଥାଏ l ଯଦି ଆପଣ ଚିନ୍ତା କାରଣରୁ ନିଦ୍ରା ହୀନତାର ଶିକାର ହେଉଛନ୍ତି ତେବେ ପ୍ରତିଦିନ ରାତ୍ରି ଭୋଜନ ଯଥା ଶୀଘ୍ର ସମ୍ପୂର୍ଣ କରି କିଛି ସମୟ ପାଇଁ ଭ୍ରମଣରେ ଯାଆନ୍ତୁ l ଯାହା ଆପଣଙ୍କୁ ରିଲାକ୍ସ ରଖି ନିଦ କରିବାରେ ସାହାଯ୍ୟ କରିବ l

– ପ୍ରତିଦିନ ରାତିରେ ବିଶ୍ରାମ କରିବା ପୂର୍ବରୁ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରନ୍ତୁ l ସ୍ନାନ କରିବା ଦ୍ୱାରା ଆପଣଙ୍କ ସ୍ନାୟୁ ଗୁଡିକ ଉତେଜିତ ହେବା ବଦଳରେ ଶିଥିଳ ହୋଇଯିବ ଓ ଭଲ ନିଦ ହେବ l ତେଣୁ ପ୍ରତିଦିନ ରାତିରେ ଉଷୁମ ପାଣିରେ ସ୍ନାନ କରିବା ନିହାତି ଜରୁରୀ l

– ଅଧିକ ଚିନ୍ତା ଗ୍ୟାସ ଓ ଏସିଡ଼ିଟି ର କାରଣ ହୋଇଥାଏ l ବେଳେବେଳେ ଏହା ଆମ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ l ତେଣୁ ଯଦି ଆପଣଙ୍କର ଚିନ୍ତା କାରଣରୁ ଏସିଡ଼ିଟି ଗ୍ୟାସ ସମସ୍ୟା ଦେଖା ଯାଉଛି ତେବେ ନିୟମିତ ରାତିରେ ଶୋଇବା ପୂର୍ବରୁ ଥଣ୍ଡା କ୍ଷୀର ସହିତ ପାନ ମଧୁରୀ ଓ ମିଶ୍ରି ସେବନ କରି ସୂଅନ୍ତୁ l ନିଦ ହେବା ସହ ଗ୍ୟାସ ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ l

– ଯଦି ଆପଣ ଚିନ୍ତା କାରଣରୁ ନିଦ୍ରା ହୀନତାର ଶିକାର ହେଉଛନ୍ତି ତେବେ ଆଧ୍ୟାତ୍ମିକ ବହି କିମ୍ବା ଅନ୍ୟାନ୍ୟ ଗଳ୍ପ ବହି ନିୟମିତ ପଢନ୍ତୁ, ଏହା ଆପଣଙ୍କୁ ଭଲ ନିଦ କରାଇବ l

– ସଂଗୀତ ଅବସାଦ କୁ ଦୂର କରିଥାଏ l ତେଣୁ ପ୍ରତିଦିନ ଶୋଇବା ପୂର୍ବରୁ ସଂଗୀତ ଶୁଣନ୍ତୁ l ସଂଗୀତ ଆପଣଙ୍କ ମାଇଣ୍ଡ କୁ ରିଲାକ୍ସ କରି ନିଦ କରିବାରେ ସାହାଯ୍ୟ କରିଥାଏ l

– ଆପଣ ଶୋଇବାର ୩୦ ମିନିଟ ପୂର୍ବରୁ ନିଜ ମୋବାଇଲ ଠାରୁ ଦୁରେଇ ରୁହନ୍ତୁ l କାରଣ ଗବେଷକ ମାନଙ୍କ ମତରେ ଆଜିକାଲି ମୋବାଇଲ ନିଦ୍ରା ହୀନତାର ଗୋଟିଏ ବଡ଼ କାରଣ l

Leave A Reply