ସର୍ଦ୍ଦି,ଥଣ୍ଡା ଜ୍ବର କିମ୍ବା ଥଣ୍ଡା ରୁ ଦେହ ବିନ୍ଧା ବିନ୍ଧି ହେଲେ ଆମେ ସାଧାରଣତଃ ପାରାସିଟାମୋଲ ଟାବ୍ଲେଟ୍ ଖାଇ ଥାଉ । ଏହି ଔଷଧ ପ୍ରାୟ ସମସ୍ତ ଘରେ ଦେଖିବାକୁ ମିଳିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହାକୁ ଆପଣ ଖାଇବା ଦ୍ବାରା ଗମ୍ଭୀର ସମସ୍ୟା ର ସମୁଖୀନ ହୋଇ ପାରନ୍ତି ।
– ଗବେଷକ ମାନଙ୍କ ମତରେ ଆପଣ ନିୟମିତ ଭାବରେ ପାରାସିଟାମୋଲ ଖାଇବା ଦ୍ବାରା ବିପଦର ସମ୍ମୁଖୀନ ହୋଇ ପାରନ୍ତି । ହୃତ୍ ପିଣ୍ଡ ସମ୍ବନ୍ଧୀୟ ରୋଗୀ ମାନଙ୍କ ପାଇଁ ପାରାସିଟାମୋଲ ଖାଇବା ଉଚିତ୍ ନୁହେଁ ।
– ଉଚ୍ଚ ରକ୍ତଚାପ ରୋଗୀ ମାନେ ଯଦି ନିୟମିତ ଭାବରେ ପାରାସିଟାମୋଲ ସେବନ କରିବେ ତେବେ ହୃଦଘାତ ସମ୍ବନ୍ଧୀୟ ସମସ୍ୟା ଦେଖା ଦେବ ।
– ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ସାଧାରଣ ବ୍ୟକ୍ତି ମଧ୍ୟ ଅଧିକ ପାରାସିଟାମୋଲ ଖାଇବା ଉଚିତ୍ ନୁହେଁ, କାରଣ ଏହା ହୃଦ ଘାତ ସମସ୍ୟାର କାରଣ ହୋଇପାରେ ।
– ଅର୍ଥାରାଇଟିସ ରୋଗୀ ମାନେ ମଧ୍ୟ ନିୟମିତ ଯଦି ପାରାସିଟାମୋଲ ସେବନ କରିବେ ତେବେ ସେମାନଙ୍କର ହାର୍ଟ ଉପରେ ପ୍ରଭାବ ପଡିଥାଏ ।