ମହୁ ଓ ଜାଇଫଳ ଏହି ୨ଟି ଜିନିଷ ଖୁବ ପ୍ରଭାବଶାଳୀ ପୋଷକତତ୍ତ୍ୱ ରେ ଭରପୁର ଅଟେ l ମହୁ ରେ ଭରପୁର ମାତ୍ରାରେ ଭିଟାମିନ ସି, ଭିଟାମିନ ବି6,କାର୍ବୋହାଇଡ୍ରେଟ, ଆମିନୋଏସିଡ ଇତ୍ୟାଦି ପୋଷାକ ତତ୍ୱ ରହିଛି l ଜାଇଫଳ ରେ ମଧ୍ୟ ପ୍ରୋଟିନ,ଫାଇବର,କ୍ୟାଲସିୟମ,ଆଇରନ,
ଆସନ୍ତୁ ଜାଣିବା କଣ ହୋଇଥାଏ ଉପକାର –
* ପେଟର ସମସ୍ୟା ଦୂର କରିବା ପାଇଁ ମହୁ ଓ ଜାଇଫଳ ଖୁବ ଲାଭଦାୟକ l ଏହାକୁ ମିଳିତ ଭାବରେ ସେବନ କରିବା ଦ୍ୱାରା ପେଟର ସମସ୍ୟା ଦୂର ହୋଇଥାଏ ଓ ପାଚନ କ୍ରିୟାରେ ସୁଧାର ଆସିଥାଏ l ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ କିମ୍ବା ସକାଳୁ ଖାଲି ପେଟରେ କରି ପାରିବେ l
* ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ ମହୁ ଓ ଜାଇଫଳ ଖୁବ ହିତକର l ଆନଠୁ ଗଣ୍ଠି ସମସ୍ୟା ପାଇଁ ଆପଣ ନିୟମିତ ଗୋଟିଏ ଚାମଚ ମହୁ ସହିତ ଜାଇଫଳ ଗୁଣ୍ଡ ଅଧା ଚାମଚ ନିୟମିତ ସେବନ କରନ୍ତୁ l ଏହାଦ୍ୱାରା ଶରୀରକୁ ଆରାମ ମିଳିବ l
* ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ମହୁ ଓ ଜାଇଫଳ ବ୍ୟବହାର ଖୁବ ହିତକର l ଆପଣ ରାତିରେ ଶୋଇବା ପୂର୍ବରୁ ଜାଇଫଳ ସହ ମହୁ ସେବନ କରନ୍ତୁ l ଏହା ଇମ୍ୟୁନିଟି ବୃଦ୍ଧି କରିବା ଶରୀରର ବିଭିନ୍ନ ସମସ୍ୟା ଦୂର କରିଥାଏ l
* ଆଜିକାଲି ଅଧିକାଂଶ ଲୋକଙ୍କର ଅନିଦ୍ରା ସମସ୍ୟା ଦେଖା ଯାଉଛି l ଏହା ପଛର କାରଣ ଶୋଇବାର ଅନିୟମିତ କାରଣ ହୋଇପାରେ କିମ୍ବା ମାନସିକ ଚାପ l ଅନିଦ୍ରା ସମସ୍ୟା କୁ ଦୂର କରିବା ପାଇଁ ଜାଇଫଳ ଓ ମହୁ ଖୁବ ପ୍ରଭାବଶାଳୀ l ଆପଣ ରାତିରେ ଶୋଇବା ପୂର୍ବରୁ ଜାଇଫଳ କୁ ମହୁ ସହିତ ମିଶାଇ ସେବନ କରନ୍ତୁ ଓ ଏହାପରେ ସାମାନ୍ୟ ଉଷୁମ ପାଣି ସେବନ କରନ୍ତୁ l ଅନିଦ୍ରା ସମସ୍ୟା ଦୂର ହେବ l