ପ୍ରତାପ ଚନ୍ଦ୍ର ସାହୁ : ” ଖୁସି ” ଏକ ମାନସିକ ଉପଲବ୍ଧି।ଏହା ବଜାର ମିଳିବା ଭଳି ଏକ ପନ୍ୟ ଦ୍ରବ୍ୟ ନୁହଁ। ଯାହାର ଯେତେ ଅଧିକ ଧନ ରହିଛି ଯେ ସେ ତାକୁ(ଖୁସି) କିଣି ନେଇ ପାରିବ।” ଖୁସି ” – it differs from man to man. ଜଣେ ହୁଏତ କୋଟା ଧି ପତ୍ତି ହେଇ ପାରନ୍ତି କିମ୍ବା ବିଶିଷ୍ଟ ଶିଳ୍ପପତି ହୋଇ ଥାଇ ପାରନ୍ତି ,କିନ୍ତୁ ସେ ଯେ ଖୁସି ଏଇ କଥା ଆପଣ ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ। ଜଣେ ହୁଏତ ରିକ୍ସା ଵାଲା ହେଇଥାଇ ପାରନ୍ତି ଅବା ଦିନ ମଜୁରିଆ କିନ୍ତୁ ସେ ଖୁସି ଥାଇ ପାରନ୍ତି ,ଏଇ କଥା କୁ ଅସ୍ଵିକାର୍ କରି ପାରିବେ ନାହିଁ। ଯିଏ ନିଜର ସୀମିତ ସମ୍ବଳ ଅବା ରୋଜଗାର୍ ରେ ସନ୍ତୁଷ୍ଟ ହୋଇ ନିଜ ତଥା ନିଜ ପରିବାର ର ପ୍ରତି ପୋଷଣ କରିଥାଏ,ଅନ୍ୟ କାହା ସହିତ ତୁଳନା କରିନ ଥାଏ କି ଅନ୍ୟ ର୍ ଧନ ଉପରେ ଲୋଭ କି ଇର୍ଷା ନ୍ କରି ନିଜର ସୀମିତ ସମ୍ବଳ ଅବା ରୋଜଗାର୍ କୁ ଭଗାବନ୍ ଙ୍କ ବରଦାନ ଭାବି ନିଜ କାର୍ଯ୍ୟ କରି ଚାଲେ – ସେ ହିଁ ଖୁସି। ନିଜର ସ୍ୱାର୍ଥ କୁ କିଛି ସମୟ ବାହାର କରି ଅନ୍ୟ ମାନଙ୍କ ପାଇଁ କିଛି କରିବାର୍ ଆନନ୍ଦ ହିଁ ଖୁସି ଦେଇଥାଏ। ଅସତ ଉପାୟ୍ ରେ ଧନ ସଞ୍ଚିତ୍ ନ୍ କରି ଅର୍ଥାତ ଲାଞ୍ଚ୍ ମିଛ କହି ଧନ ନ୍ ଅର୍ଜନ କରିବାକୁ ଚେଷ୍ଟା କରିବା ଉଚିତ।ଅନ୍ୟ ମନରେ କଷ୍ଟ ବା ଆଘାତ ନ୍ ଦେବା ଉଚିତ।ଏସବୁରୁ ଖୁସି ମିଳି ଥାଏ।ଆଚରନ୍ ଓ ଉଚାରନ୍ ରେ ସମାନତା ରହିବା ଦରକାର। ମନରୁ କ୍ରୋଦ୍ଧ୍ ଲୋଭ ଇର୍ଷା ଭାବ ଦୂର କରି ଦେଇ ପାରିଲେ,ଖୁସି ମିଲି ଥାଏ।
ନିଜେ ଖୁସି ହେବା ସହ ଅନ୍ୟ କୁ ବି ଖୁସି ବଣ୍ଟନ କରି ପାରିଲେ ତାହାହିଁ ଖୁସି। କେତେ ଜଣ ଅଛନ୍ତି ନିଜେ ନ୍ ଖାଇ ନ୍ ପିଇ ,କାହାରିକୁ ଟଙ୍କା ଟିଏ ବି ସାହାଯ୍ୟ ନ୍ କରି କେବଳ ଟଙ୍କା ସୁନା ସଞ୍ଚିବାରେ ବ୍ୟସ୍ତ ଥାନ୍ତି।ଅନ୍ୟ କିଏ ଦେଲେ ଚ ଲି ଥାନ୍ତି।ଏମିତି ଲୋକ କେବେ ବି ଖୁସି ହୋଇ ପାରିବେ ନାହିଁ କି ସେ ସଞ୍ଚିଥିବା ଧନ ର୍ ଉପଜୋଗ୍ ବି କରି ପାରିବେ ନାହିଁ କେବଳ ସେଇ ଟଙ୍କା ପଇସା କୁ ଦେଖି ଦେଖି ମରି ଯିବେ। ଅନ୍ୟ କୁ କଷ୍ଟ ଦେଇ ଟଙ୍କା ସଞ୍ଚି ସଞ୍ଚି ନିଜର ଯେ କେତେବେଳେ ଲହୁ( ରତ୍କ୍) ବୋହି ନ୍ ଯିବ କିଏ କହିବ? କେବେ ହେଲେ ବି ଅନ୍ୟ ଆଖିରେ ଲୁହ ଦିଅନ୍ତୁ ନାହିଁ।ଆପଣ କି ଆପଣଙ୍କର ପର ପିଢ଼ି କେହି ବି ଖୁସି ରେ ରହି ପାରିବେ ନାହିଁ। କଥାରେ ଅଛି ଅଧର୍ମ ଧନ ବଧେ ବହୁତ ଗଲା ବେଳେ ଯାଏ ମୂଳ ସହିତ। ନିଜର କର୍ତ୍ତବ୍ୟ ପାଳନ ରେ ସାଧୁତା ରକ୍ଷା କରିବା,ସତ୍ୟ ବାଦ୍ଦି ହେବା ,ଲକ୍ଷ ସାଧନ କ୍ଷେତ୍ର ରେ ଅନ୍ୟାୟ ପନ୍ଥା ର୍ ଆସ୍ରୟ୍ ନ୍ ନେବା ଆଦି ଦ୍ୱାରା ବ୍ୟକ୍ତି ନୈତିକ ମନୋଭାବ ପୋଷଣ ହୋଇଥାଏ – ଖୁସି ପାଇଥାଏ। ନିକଟ ଅତୀତ ରେ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇ ଥିବା ସର୍ବେଖ୍ୟନ୍ ରୁ ଜଣାପଡିଛି ଯେ ବିଶ୍ୱ ରେ ତାଲିକାରେ ପ୍ରଥମ ରେ ଫିନ ଲେନ୍ଦ୍( finlyand) ସବୁ ଠାରୁ ଖୁସି ରାଷ୍ଟ୍ର ଏବଂ ଭାରତ ର୍ ସ୍ଥାନ ୧୩୬ ତମ ସ୍ଥାନ ରେ ରହିଛି ଖୁସି ତାଲିକାରେ। ସବୁଠୁ ଆଶ୍ଚର୍ଯ୍ୟ ର୍ ବିଷୟ ହେଲା ଆମ ଉପରକୁ ପାକି ସ୍ଥାନ ଏବଂ ବଙ୍ଗଳା ଦେଶ ରହିଛନ୍ତି।
ସେଇମାନେ କୁଆଡେ ଆମ ଠାରୁ ଖୁସି।କଥା ଟି ଟିକେ ଅଡୁଆ ଅଡୁଆ ଲାଗୁଛି। ୨୦୧୨ ରୁ ପ୍ରକାଶିତ ହୋଇ ଆସୁଥିବା ଏଇ ଖୁସି ରାଷ୍ଟ୍ର ମାନଙ୍କର ତାଲିକା ରେ ଭାରତ ସ୍ଥାନ ଏମିତି ତଳେ ରହି ଆସୁଛି।ସେଇ ପାସ୍ଛତ୍ୟ୍ ରାଷ୍ଟ୍ର ମାନେ ଆଗରେ ରହୁଛନ୍ତି।
ଖୁସି ଭଳି ଏକ ଭୌତିକ୍ ସତ୍ତା ହୀନ ଅବସ୍ଥା ର ନିର୍ଭୁଲ ପରିମାପ କେତେ ଦୂର ସମ୍ଭବ ପର ଓ ସଠିକ ନିରୁପନ ତାହାହିଁ ହେଉଛି ଏକ ଦର୍ଶନ ଭିତିକ ପ୍ରଶ୍ନ – ଯାହାକି ବିଚାର୍ କୁ ନେବା ପୂର୍ବରୁ ଏହି ରିପୋର୍ଟ ଅନୁସରଣ କରିଥିବା ପଦ୍ଧତି ଉପରେ ଏକ ଖିପ୍ର୍ ଏବଂ ତୀକ୍ଷ୍ଣ ଦୃଷ୍ଟି ନିଖ୍ୟେପ କର ଯାଇ ପାରେ। କାରଣ କ୍ରମାଗତ୍ ଭାବେ କେବଳ ପାସ୍ଛାତ୍ୟ୍ ରାଷ୍ଟ୍ର ମାନେ ଅର୍ଥାତ ଫୈନଲେନ୍ଦ୍ ,ଦେ ନ୍ ମାର୍କ,ନର୍ଵେୟ୍, ସ୍ଵିଦେନ୍ ଏବଂ ଆଇସ୍ ଲେନ୍ଦ୍ ଆଦି ଦେଶ ମାନେ ପ୍ରଥମ ଦଶ ସ୍ଥାନ ମଧ୍ୟ ରେ ସ୍ଥାନିତ୍ ହୋଇଥାନ୍ତି। ଏହା ସମ୍ପୂର୍ଣ ରୂପେ ପ୍ରସ୍ତୁତ କର୍ତ୍ତା ଏବଂ ଉତ୍ତର ଦାତା ଙ୍କ ବ୍ୟକ୍ତି ଗତ ମତ ଉପରେ ନିର୍ଭର କରିଥାଏ। ଏହି ସଂସ୍ଥା ବା ପ୍ରସ୍ତୁତ କର୍ତ୍ତା ମାନେ ବିଭିନ୍ନ ଦେଶର ତଥା ସମାଜ ମଧ୍ୟ ରେ ରହିଥିବା ସାଂସ୍କୃତିକ ଓ ସାମାଜିକ ପ୍ରଭେଦ୍ ସବୁକୁ ଆଦୌ ବିଚାରକୁ ନେଇ ନଥାନ୍ତି ବୋଧେ। ଖୁସି ତାଲିକା ରେ ସବୁଠୁ ତଳେ ଅଛି ଆଫ୍ ଗନିସ୍ଥନ୍। କୁହାଯାଏ ଯେ ଅସରନ୍ତି ଦୁଃଖ ରେ ( ଖୁସି ରେ ନ୍ ଥିବା) ଥିବା ବ୍ୟକ୍ତି ହତସା ହୋଇ ଆତ୍ମ ହତ୍ୟା ପ୍ରବନତା ହୋଇ ଥାଏ।
କିନ୍ତୁ ଦେଖିବାକୁ ଗଲେ ଖୁସି ତାଲିକା ର୍ ଶୀର୍ଷ ରେ ଥିବା ଫି ନ୍ ଲ୍ୟାନ୍ଦ୍ ରେ କୁଆଡେ ବେଶୀ ଆତ୍ମ ହତ୍ୟା ଦେଖା ଦେଇଥାଏ।ସେଠାକାର ଲୋକେ ବେଶୀ ଆତ୍ମ ହତ୍ୟା ପ୍ରବନ ବୋଲି ରିପୋର୍ଟ ପ୍ରକାଶିତ ବୋଲି ଗଣ ମାଧ୍ୟମ ରେ ପ୍ରକାଶିତ।
ଏସବୁ କୁ ଆଧାର କରି ଦେଖିଲେ ଖୁସି ମାନସିକ ଶାନ୍ତି ର ପରି ପ୍ରକାଶ କରିଥାଏ। ସେଇ ଦୃଷ୍ଟି ରୁ ଦେଖିଲେ ଭାରତ ସମଗ୍ର୍ ବିଶ୍ୱ ରେ ଯେଉଁ ଆତ୍ମ ମର୍ଯ୍ୟାଦା ଜନକ୍ ସ୍ଥାନ ଅଧିକାର କରିଛି ,ଆମେ ଭାବୁଛୁ ଯେ ଅନ୍ୟ କୌଣସି ରାଷ୍ଟ୍ର ଭାରତ ବର୍ଷ ସହ ସମକକ୍ଷ ହୋଇ ପାରିବ ନାହିଁ। ବିଭିନ୍ନ ଦେଶର ଶାସକ କୁ ଦର୍ପଣ ଦେଖାଇବା ଏଭଳି ସର୍ବେଖ୍ୟନ ର ଉଦ୍ଦେଶ୍ୟ ହୋଇ ଥାଇ ପାରେ। ସେଇ ମାନେ ଜାଣି ରଖିବା ଉଚିତ ଯେ ଜୀବନ କୁ ନିତ୍ୟ୍ ନୂତନ କରି ଗଢି ତୋଳି ପାରୁଥିବା ବ୍ୟକ୍ତି ବା ରାଷ୍ଟ୍ର ଖୁସି ର ଅଧିକାରିନି ହୋଇଥାନ୍ତି। ସେମାନେ ବୋଧେ ଖୁସି ର ପରିଭାଷା ସମ୍ବନ୍ଧ ରେ ସମ୍ପୂର୍ଣ ଅଙ୍ଗ୍ୟ୍।