Odisha news

ମଙ୍ଗଳବାର ଦିନ ଏହିପରି ଭାବରେ କରନ୍ତୁ ହନୁମାନଙ୍କ ପୂଜା : ବିଗିଡି ଥିବା କାମ ହୋଇଯିବ

0

ମଙ୍ଗଳବାର ଦିନଟି ହନୁମାନଙ୍କୁ ସମର୍ପିତ ହୋଇଥାଏ l କୁହ ଯାଏ ଯେ ଏହି ଦିନ ହନୁମାନଙ୍କ ପୂଜା କରିବା ଦ୍ୱାରା କରଜରୁ ମୁକ୍ତି ମିଳିଥାଏ l ମଙ୍ଗଳବାରର ସିଧା ସଳଖ ସମ୍ବଦ୍ଧ ମଙ୍ଗଳ ଗ୍ରହ ସହିତ ରହିଛି l ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପାୟ କରାଯାଇଥାଏ l ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ l

* କୁହାଯାଏ ଯେ ମଙ୍ଗଳବାର ଦିନ ରାମମନ୍ଦିର ଯିବା ଆବଶ୍ୟକ l ହନୁମାନଙ୍କ ଦର୍ଶନ ସହିତ ଭଗବାନ ରାମ ଓ ମାତା ସୀତାଙ୍କର ଦର୍ଶନ କରିବା ଶୁଭ ହୋଇଥାଏ l କୁହାଯାଏ ଯେ ଏପରି କରିବା ଦ୍ୱାରା ବଜରଙ୍ଗବାଲି ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି l

* ମଙ୍ଗଳବାର ଦିନ ହନୁମାନଙ୍କୁ ପ୍ରସନ କରିବା ପାଇଁ ମନ୍ଦାର ଫୁଲ ସହିତ ବେଲପତ୍ର ଅର୍ପଣ କରନ୍ତୁ l

* କୁହାଯାଏ ଯେ କଷ୍ଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ମନ୍ଦିରରେ ରାମ ରକ୍ଷାସ୍ତୋତ୍ର ପାଠ କରିବା ଆବଶ୍ୟକ ଏହା ଦ୍ୱାରା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ l

* ହନୁମାନଙ୍କୁ ପ୍ରସନ କରିବା ପାଇଁ ମଙ୍ଗଳବାର ସନ୍ଧ୍ୟା ସମୟରେ ହନୁମାନ ମନ୍ଦିରରେ ରାଶି ଟେଲର ଦୀପ ଜଳାଇ ହନୁମାନ ଚାଳିଶ ପାଠ କରନ୍ତୁ l ମାନ୍ୟତା ରହିଛି ଯେ ଏହିପରି କରିବା ଦ୍ୱାରା ହନୁମାନ ତାଙ୍କ ଭକ୍ତଙ୍କର ବିଗିଡି ଯାଇଥିବା କାମକୁ ମଧ୍ୟ କରାଇ ଦିଅନ୍ତି l

* କୁହାଯାଏ ଯେ ମଙ୍ଗଳବାର ଦିନ ପିପଳ ଗଛର ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି l

* ଏମିତିରେ ତ ଆମେ ଗାଈ ଗୋରୁଙ୍କୁ ପ୍ରତିଦିନ ଖାଇବାକୁ ଦେବା ଶୁଭ ହୋଇଥାଏ l କିନ୍ତୁ ମଙ୍ଗଳବାର ଦିନ ନାଲି ଗାଈକୁ ରୁଟି ଖୁଆଇବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l

* ମଙ୍ଗଳବାର ଦିନ ହନୁମାନଙ୍କ ପାଖରେ ନଡ଼ିଆ ସଂକଳ୍ପ କରି ବସାଇବା ଦ୍ୱାରା ଶୁଭ ହୋଇଥାଏ l କୁହାଯାଏ ଯେ ଏପରି କରିବା ଦ୍ୱାରା ହନୁମାନ ସମସ୍ତ ମନସ୍କାମନା ପୁର୍ଣ କରନ୍ତି l

* ମଙ୍ଗଳବାର ଦିନ ତମ୍ବା ,କେଶର .କସ୍ତୁରୀ ,ଗହମ ,ଲଲଚନ୍ଦନ ,ଲାଲ ମନ୍ଦାର ,ସିନ୍ଦୁର ,ମହୁ ,ମସୁର ଡାଲି ଇତ୍ୟାଦିର ଦାନ କରିବା ଦ୍ୱାରା ସମସ୍ତ ଶତ୍ରୁ କ୍ଷୟ ହୋଇଥାନ୍ତି l ତାସାହିତ ଧାନର ଅଭାବ ମଧ୍ୟ ରହି ନଥାଏ  l ତେଣୁ ମଙ୍ଗଳବାର ଦିନ ଏହିସେବୀ ଜିନିଷ ଦାନ କରନ୍ତୁ l

Leave A Reply