ହନୁମାନଙ୍କୁ ଭକ୍ତି ଭାବରେ ପୂଜା କରିବା ଦ୍ୱାରା ସେ ବିଶେଷ କୃପା ପ୍ରଦାନ କରିଥାଆନ୍ତି । ତାଙ୍କୁ ଅତି ସହଜ ରେ ଓ ଶୀଘ୍ର ପ୍ରସନ୍ନ କରିହୁଏ । କୁହାଯାଏ ଯେ ହନୁମାନଙ୍କୁ ଠିକ୍ ମନରେ ପୂଜା କରୁଥିବା ଭକ୍ତ କେବେବି ନିରାଶ ହୁଅନ୍ତି ନାହିଁ। ଏଭଳି ୪ଟି ରାଶି ରହିଛି ଯାହା ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ ।
* ମେଷ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହନୁମାନ ସବୁଠୁ ଅଧିକ ମେଷ ରାଶି ଉପରେ ସନ୍ତୁଷ୍ଟ ରହି ଥାଆନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ର ସମସ୍ତ ଅସୁବିଧାକୁ ହନୁମାନ ଦୁର କରନ୍ତି । କୁହାଯାଏ ଯେ ଏହି ରାଶିର ବ୍ୟକ୍ତିଙ୍କ ଇଚ୍ଛାଶକ୍ତି ସବୁଠୁ ଅଧିକ ହୋଇଥାଏ । ଏହି ରାଶିର ବ୍ୟକ୍ତି ଙ୍କ ଉପରେ ହନୁମାନଙ୍କ ଆଶୀର୍ବାଦ ରହିଥିବା କାରଣରୁ ଏମାନେ ବୁଦ୍ଧିମାନ ହୋଇ ଥାଆନ୍ତି।ତେଣୁ ଏମାନେ ପ୍ରତି ମଙ୍ଗଳବାର ଦିନ ହନୁମାନ ଅଷ୍ଟକ୍ ପାଠ କରନ୍ତୁ ।
* କୁମ୍ଭ – ମେଶରାଶି ପରେ କୁମ୍ଭରାସି ଉପରେ ହନୁମାନଙ୍କ କୃପା ରହିଥାଏ । ଏହି ରାଶିର ବ୍ୟକ୍ତିମାନେ କ୍ୟାରିଅର ରେ ସଫଳତା କୁ ଲାଭ କରି ଥାଆନ୍ତି । ଘାତ ପ୍ରତିଘାତ ପରେ ମଧ୍ୟ ଏମାନେ ଜୀବନରେ ନିଜ ପ୍ରାପ୍ୟ ଲାଭ କରନ୍ତି , ଏମାନଙ୍କୁ ଜୀବନରେ ବିଶେଷ ମାନ ସମ୍ମାନ ଲାଭ ହୋଇଥାଏ । କୁମ୍ଭ ରାଶି ର ବ୍ୟକ୍ତିମାନେ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୂର ଓ ରାଶି ତେଲ ଦୀପ ସମର୍ପଣ କରନ୍ତୁ ।
* ସିଂହ – ସିଂହ ରାଶିର ବ୍ୟକ୍ତି ଙ୍କୁ ସବୁ ସଙ୍କଟରୁ ହନୁମାନ ରକ୍ଷା କରନ୍ତି । ଏମାନଙ୍କୁ ହନୁମାନଙ୍କ କୃପାରୁ ଧନର ଅଭାବ ରୁହେ ନାହିଁ । ଚାକିରୀ ଓ ବ୍ୟବସାୟରେ ସବୁବେଳେ ସଫଳତା ମିଳିଥାଏ । ତେଣୁ ସିଂହ ରାଶି ର ବ୍ୟକ୍ତି ପ୍ରତି ମଙ୍ଗଳବାର ଦିନ ଓସ୍ତ ପତ୍ରରେ ସିନ୍ଦୂର ଲଗାଇ ହନୁମାନଙ୍କୁ ଅର୍ପଣ କରନ୍ତୁ ।
* ବିଛା – ଏହି ରାଶିର ବ୍ୟକ୍ତି ମାନଙ୍କ କାର୍ଯ୍ୟରେ ବାଧା ଉପୁଜିବାର ଥିଲେ ତାହାକୁ ହନୁମାନ ଦୁର କରି ଥାଆନ୍ତି । ଏମାନେ ଜୀବନରେ ସବୁବେଳେ ସଫଳତା ହାସଲ କରିବା ସହିତ ପଇସାର ଅଭାବ ମଧ୍ୟ ରୁହେ ନାହିଁ । ବିଛା ରାଶି ର ବ୍ୟକ୍ତି ମଙ୍ଗଳବାର ଦିନ ଗୋଟିଏ କଳସୀ ରେ ଜଳ ଭରି ପାତ୍ରଟିକୁ ଘରର ମୁଖ୍ୟ ଦ୍ଵାରରେ ରଖି ଯେ କୌଣସି କାର୍ଯ୍ୟରେ ବାହାରକୁ ଯାଇ ଥାଆନ୍ତି ସଫଳତା ପ୍ରାପ୍ତି କରନ୍ତି ।