Odisha news

କାହିଁକି ଖାଇବା ଥାଳିରେ ହାତ ଧୋଇବା ଉଚିତ ନୁହେଁ, କଣ ରହିଛି ଏହା ପଛର କାରଣ

0

କିଛି ଲୋକ ଖାଇ ସାରିବା ପରେ ସେହି ଥାଳିରେ ହାତ ଧୋଇ ଥାଆନ୍ତି, ଯେବେକି ବାସ୍ତୁ ଦୃଷ୍ଟିରୁ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏହାଦ୍ୱାରା ଆପଣଙ୍କୁ ଜୀବନ ରେ ଆର୍ଥିକ ଅନାଟନ ର ସମୁଖୀନ ହେବାକୁ ପଡିଥାଏ l ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରରେ କଣ ରହିଛି ଏହାର ନିୟମ l

ଆମ ଚତୁର୍ପାର୍ଶ୍ୱରେ କିଛି ଏଭଳି ଲୋକ ରହିଛନ୍ତି ଯିଏକି ଖାଇ ସାରିବା ପରେ ସେହି ଥାଳିରେ ହାତ ଧୋଇ ଥାଆନ୍ତି l ଏହାର ସବୁଠୁ ବଡ଼ କାରଣ ଆଳସ୍ୟ ଅଟେ l କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ୱାରା ଜୀବନ ରେ ନକାରାତ୍ମକ ଉର୍ଜା ର ବାସ ହୋଇଥାଏ l ଏବଂ ଅନେକ ସ୍ଥିତିରେ ଏପରି ହୋଇଥାଏ ଯାହାଦ୍ୱାରା ଆପଣଙ୍କର ଅଧିକ ପଇସା ଖର୍ଚ୍ଚ ହୋଇଥାଏ l

– ଖାଇବା ପରେ ସେହି ଥାଳି ରେ କଦାପି ହାତ ଧୋଇବା ଉଚିତ ନୁହେଁ, ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏବଂ ଆପଣ ବିଭିନ୍ନ ପ୍ରକାର ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି l ଏବଂ ଏଭଳି ବ୍ୟକ୍ତିଙ୍କ ନିକଟରୁ ଲକ୍ଷ୍ମୀ ଦୁରେଇ ଯାଆନ୍ତି l ତେଣୁ କଦାପି ଖାଇବା ଥାଳି ରେ ହାତ ଧୁଅନ୍ତୁ ନାହିଁ l

– ଅଧିକାଂଶ ଲୋକେ ଶୋଇବା ବିଛଣାରେ ମଧ୍ୟ ଖାଇ ଥାଆନ୍ତି l ଯଦି ଆମେ ଶୋଇବା ବିଛଣାରେ ବସି ଖାଦ୍ୟ ଖାଇବା ତେବେ ଜୀବନ ରେ ନକାରାତ୍ମକ ଶକ୍ତି ର ବାସ ହୋଇଥାଏ l ଏବଂ ଆପଣ ରୋଗରେ ପୀଡିତ ହୋଇ ପାରନ୍ତି l ଏବଂ ଆର୍ଥିକ ଅନାଟନ ମଧ୍ୟ ଦେଖା ଯାଇଥାଏ l

– ସବୁବେଳେ ଥାଳି କୁ ଧୋଇ ଖାଇବାକୁ ଦେବା ଜରୁରୀ l ଏବଂ ଖାଦ୍ୟ ପରଷିବା ସମୟ ରେ କଦାପି ଗୋଟିଏ ବୁନ୍ଦା ପାଣି ମଧ୍ୟ ଥାଳି ରେ ରହିବ ଉଚିତ ନୁହେଁ l ଏପରି ଯଦି ନକରିବେ ତେବେ ଜୀବନ ରେ ସମସ୍ୟା ର ସମାଧାନ କଦାପି ହେବ ନାହିଁ l ତେଣୁ ଖାଇବା ସମୟ ରେ ଥାଳି ସଫା ଓ ଶୁଖିଲା ରହିବା ଜରୁରୀ l

– କିଛି ଲୋକ ଙ୍କର ଅଭ୍ୟାସ ଥାଏ ଯେ ସେମାନେ ଯେତିକି ଖାଦ୍ୟ ଖାଇବା କଥା ତାଠାରୁ ଅଧିକ ଖାଦ୍ୟ ନେଇ ଥାଆନ୍ତି l ଏବଂ ଖାଦ୍ୟ ଖାଇ ନପାରି ତାହାକୁ ଛାଡି ଦେଇ ଥାଆନ୍ତି l କଦାପି ଥାଳି ରେ ଖାଦ୍ୟ ଛାଡ଼ନ୍ତୁ ନାହିଁ ଏହାଦ୍ୱାରା ଦରିଦ୍ରତା ର ଆଗମନ ହୋଇଥାଏ l

Leave A Reply