ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଇଥାଏ l ମାନ୍ୟତା ରହିଛି ଯେ ଏହିଦିନ ବିଧିବିଧାନ ଅନୁସାରେ ପୂଜା କରାଗଲେ ହନୁମାନ ପ୍ରସନ୍ନ ହୋଇ ଥାଆନ୍ତି l ଅଧିକାଂଶ ଲୋକ ମଙ୍ଗଳବାର ଦିନ ବ୍ରତ ମଧ୍ୟ କରି ଥାଆନ୍ତି l କୁହାଯାଏ ଯେ ଆପଣ ଯଦି କୌଣସି ଶାରୀରିକ କଷ୍ଟ ରୁ ମୁକ୍ତି ମିଳିଥାଏ l ଏହା ବ୍ୟତୀତ କୁଣ୍ଡଳୀ ରେ ମଙ୍ଗଳ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ l ଯଦି ଆପଣ ମଙ୍ଗଳବାର ଦିନ ଉପାୟ କରୁଛନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ସଙ୍କଟ ଦୂର ହେବ l
* ମଙ୍ଗଳବାର ଦିନ ଆପଣ ବଜରଙ୍ଗବାଣ ପାଠ କରନ୍ତୁ , ତେବେ ଆପଣଙ୍କ ଜୀବନରେ ଶତ୍ରୁ ନାଶ ହେବ l ଏହି ପାଠ ୨୧ ଦିନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଆସି ବସି କରିବାକୁ ପଡିବ l ଏହାଛଡା ମନରେ ସକାରାତ୍ମକ ଭାବନା ରଖିବାକୁ ପଡିବ l ମାନ୍ୟତା ଅନୁସାରେ ଯଦି ଆପଣ ନକାରାତ୍ମକ ଭାବନା ରଖି ପାଠ କରିବେ ତେବେ ନିଜ ଜୀବନରେ ଫଳ ଲାଭ କରିବେ ନାହିଁ l
* ଯଦି ଆପଣ ଶାରୀରିକ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ତେବେ ମଙ୍ଗଳବାର ଦିନ ଗୋଟିଏ ପାତ୍ରରେ ଜଳ ଭରି ହନୁମାନଙ୍କ ଆଗରେ ରଖନ୍ତୁ l ତା ସହିତ ହନୁମାନ ବାହୁକ ୨୧ଦିନ କିମ୍ବା ୨୬ ଦିନ ପର୍ଯ୍ୟନ୍ତ ପାଠ କରନ୍ତୁ l ଆପଣଙ୍କ ପାଠ ସମ୍ପୂର୍ଣ ହେବା ପରେ ସେହି ଜଳକୁ ଗ୍ରହଣ କରନ୍ତୁ l
* ପ୍ରତି ମଙ୍ଗଳବାର ଦିନ” ଓଂ ହଂ ହନୁମନ୍ତେ ନମଃ ” ମନ୍ତ୍ରକୁ ୧୦୮ ଥର ପାଠ କରିବା ଦ୍ୱାରା ଜୀବନରୁ ଓ ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯିବ l ଏହାଛଡା ଏହିଦିନ ଦୁଃଖୀରଖି ଙ୍କ ସେବା କରିବା ଆବଶ୍ୟକ l ଯାହାଦ୍ୱାରା ସକାରାତ୍ମକ ଶକ୍ତି ପ୍ରାପ୍ତ ହେବ l
* ପ୍ରତି ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଗୁଡ଼ ଓ ଚଣା ପ୍ରସାଦ ଅର୍ପଣ କରିବା ଉଚିତ l ଏହି ପ୍ରସାଦ ୨୧ ଟି ମଙ୍ଗଳବାର ପର୍ଯ୍ୟନ୍ତ ଚଢାନ୍ତୁ l ଏପରି କଲେ ଘରକୁ ସୁଖ ସମୃଦ୍ଧି ଆସିବ ଓ ଋଣ ଭାର ରୁ ମୁକ୍ତି ମିଳିବ l
* ମଙ୍ଗଳବାର ଦିନ ନିଜ ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଘରେ ଯଦି ଆପଣ ୨ ଓଳି ହନୁମାନ ଚାଳିଶା ପାଠ କରିବେ ତେବେ ଆପଣଙ୍କ ଜୀବନରୁ ଦୁଃଖ ଦୁର୍ଦଶା ଦୂର ହେବ ଓ ଶୁଭ ଫଳ ପ୍ରାପ୍ତି ହେବ l
* ପ୍ରତି ମଙ୍ଗଳବାର ଦିନ ହନୁମାନ ଅଷ୍ଟକ ପାଠ କରିବା ଖୁବ ଶୁଭ ଅଟେ l ଏହାଦ୍ୱାରା ୠଣମୁକ୍ତି, ଶତ୍ରୁ ନାଶ,ରୋଗରୁ ମୁକ୍ତି, ଭୟ ନାଶ, ଯଶ ଲାଭ, ସନ୍ତାନ ମାନଙ୍କ ଉନ୍ନତି ହୋଇଥାଏ l ହନୁମାନ ଅଷ୍ଟକ ଗୋଟିଏ ପ୍ରଭାବଶାଳୀ ମନ୍ତ୍ର ଅଟେ l