Odisha news

ଅଧରାତିରେ ଘରକୁ ଆସୁଥିଲା ଝିଅ ବାପା ଚୋର ଭାବି ମାରିଦେଲେ ଗୁଳି ତାପରେ….

0

ନୂଆଦିଲ୍ଲୀ : ଆମେରିକାରେ ବନ୍ଧୁକ ସହଜରେ ଘରେ ରଖିପାରିବ କାରଣକୁ ନେଇ ପ୍ରାୟ ଅଧିକାଂଶ ଦିନ ଅନେକ ବିବାଦ ସାମ୍ନାକୁ ଆସିଛି l ଆମେରିକାର ଲୋକମାନେ ଏପରି କିଛି ଭିଡ ସ୍ଥାନରେ ଗୁଳି ଚଳାଉଛନ୍ତି ଯାହାକୁ ନେଇ କେତେବେଳେ କିଏ ମୃତ୍ୟୁ ମୁଖରେ ପଡୁଛି l ଏହିପରି ଏକ ଦୁଃଖ ଦାୟକ ଘଟଣା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ଅନୁସାରେ ଜଣେ ସାବତ ପିତା ନିଜର ୧୫ ବର୍ଷୀୟ ଝିଅକୁ ଗୁଳି ମାରି ଆହତ କରିଛନ୍ତି l ଘରେ ରାତିରେ ସମସ୍ତେ ଥିବା ବେଳେ ଘରର ଗ୍ୟାରେଜ ଖୋଲିବାର ଶବ୍ଦ ଆସିଲା l ଏହାପରେ ଝିଅର ପିତା ଅନୁସନ୍ଧାନ କରିବାକୁ ଚେଷ୍ଟା କଲେ ଯେ କିଏ ଗ୍ୟାରେଜରେ ପଶିଛି l

ସେ ଭାବିଲେ ବୋଧହୁଏ ଚୋରା ଅସିଥାଇ ପରେ l ଅତ୍ୟଧିକ ଅନ୍ଧାର କାରଣରୁ ତାଙ୍କ ଝିଅକୁ ଦେଖିପାରି ନଥିଲେ l କିଛି ସମୟ ଅନୁସନ୍ଧାନ କରିବା ପରେ କିଛି ସୁରାଗ ପାଇ ନଥିଲେ l ତାପରେ ସେ ନିଶ୍ଚିନ୍ତ ହୋଇଗଲେ ଯେ ଏହା ଏକ ଚୋର ହୋଇପାରେ l ତାପରେ ସେ ନିଜର ବନ୍ଧୁକରୁ ଗୁଳି ଚଳାଇଥିଲେ ,ଏହା ଦ୍ୱାରା ତାଙ୍କ ଝିଅଟିର ଚିଲେଇବାର ଶବ୍ଦ ସୁଭିଥିଲା l ଘଟଣା ସ୍ଥଳରେ ଝିଅଟି ଆହତ ହୋଇଥିଲା ,ତାକୁ ବର୍ତ୍ତମାନ ଡାକ୍ତର ଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି l

୨୦୧୨ ରେ ଆମେରିକାରେ ସ୍କୁଲ ଭିତରେ ପଶି ଜଣେ ବ୍ୟକ୍ତି ୨୦ ଜଣ ଛୁଆଙ୍କୁ ବନ୍ଧୁକ ସାହାଯ୍ୟରେ ମାରି ଦେଇଥିଲା ଓ ଏହା ପରେ ସେ ନିଜକୁ ମଧ୍ୟ ଗୁଳି ମାରିଥିଲା l କିଛି ମାସ ତଳେ ଶୁଣିବାକୁ ମିଳିଥିଲା ଆମେରିକାର ଗୋଟିଏ ସ୍କୁଲ ଛାତ୍ର ତାର ଦୁଇଜଣ ସହପାଠୀଙ୍କୁ ଗୁଳି ଚଳାଇ ମାରି ଦେଇଛି l ବର୍ତ୍ତମାନ ଆମେରିକାରେ ଏହି ବନ୍ଧୁକ ରଖିବା ପରମ୍ପରାକୁ ନେଇ ପ୍ରଶ୍ନ ଉଠିଛି l

Leave A Reply