ଗୋପ : ୨୦୨୪ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେଉଛି ଗୋପ-ନିମାପଡା ନିର୍ବାଚନ ମଣ୍ଡଳୀ ରାଜନୀତି।୧୧ ନମ୍ବର ଯୋନ ଜିଲ୍ଲାପାରିଷଦ ଉପନିର୍ବାଚନରେ ବିଜେଡି ହାରିବା ଓ ନିମାପଡା ବିଧାୟକ ସମିରିରଞ୍ଜନ ଦାଶ ଗଣଶିକ୍ଷାମନ୍ତ୍ରୀରୁ ଇସ୍ତଫା ଦେବା ପରେ ଏବେ ଗୋପ ନିମାପଡାରେ ବିଜେଡି ରାଜନୀତି ସରଗରମ ହେବାରେ ଲାଗିଛି। ବିଜେଡିର ତୁହାକୁ ତୁହା ବୈଠକରେ ସମୀକ୍ଷା ହେବା ସହ ଏକ ଶୈବପୀଠରେ ଶପଥ ସମାବେଶ କରିବା ଦଳୀୟ କନ୍ଦଳ ପଦରେ ପଡୁଛି।ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କିଏ ଟିକେଟ ପାଇବ ସେନେଇ ମଧ୍ୟ କର୍ମୀମାନେ ଦ୍ଵନ୍ଦରେ ରହିଛନ୍ତି। ବିଜେଡିର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର(ରାମୁ )ଙ୍କ ଚେହେରା ଏବେ ଗୋପ ନିମପଡ଼ାରେ କର୍ମୀମାନଙ୍କ ମହଲରେ ଚର୍ଚ୍ଚିତ ହୋଇଛି। ଅନ୍ୟପକ୍ଷରେ ଜିତୁ ମହାନ୍ତିଙ୍କୁ ନେଇ ବିଜେଡିରେ ଭୃକୁଞ୍ଚନ ସୃଷ୍ଟିକରିଛି। ବହୁ ବିଜେଡ଼ିର ଅଗଧାଡ଼ିର ନେତା ଓ କର୍ମୀମାନେ ଜିତୁଙ୍କ ଲିଙ୍କିରେ ଥିବା ବେଳେ ଜିତୁଙ୍କୁ ନେଇ ଯେତିକି ଚର୍ଚ୍ଚା ତାଠାରୁ ଅଧିକ ଚର୍ଚ୍ଚା ନିମାପଡା ବିଜେଡି ଟିକେଟ କିଏ ପାଇବ।ଏବେଠାରୁ କର୍ମୀମାନେ ଶିବିର ଖୋଜୁଥିବା ଦେଖିବାକୁ ମିଳୁଛି।ତେବେ ଜିତୁ ମହାନ୍ତି ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେବି ଗୋପ ନିମାପଡାରେ ରାଜନୀତିରେ ସକ୍ରିୟ ରହିଛନ୍ତି।ତେବେ ଏସମ୍ବନ୍ଧରେ ଜିତୁ ମହାନ୍ତି କୁହନ୍ତି ମୋ ଅଂଚଳର ବିକାଶ ପାଇଁ ମୁଁ ସାଧାରଣ ଲୋକ ମାନଙ୍କ ସହିତ ଅଛି।ମୋସହିତ ବହୁ ବିଜେଡିର ଆଗ ଧାଡ଼ିର ନେତା କର୍ମୀମାନେ ଅଛନ୍ତି।୨୦୦୯ ମସିହା ବେଳେ ସଙ୍କର ପରିଡ଼ା ପୁରୀ ଜିଲ୍ଲା ସଭାପତି ଥିବା ବେଳେ , ନିମାପଡା ନିର୍ବାଚନ ମଣ୍ଡଳୀ ରୁ ବିଜେଡ଼ି ପାର୍ଥି ହେବା ପାଇଁ ଆସାଇ ଥିବା ବେଳେ ସମୀର ଦାଶ ଯେପରି ଦଳୀୟ ଟିକେଟ ନେଲେ ଓ ବିଜେଡ଼ି ର ସମସ୍ତ ପଂଚାୟତ ସ୍ତରୀୟ ନେତୃତ୍ୱ କୁ ନେଇ ସଂଗଠନ କରିଥିଲେ। ଏବେ ତାହାର ଅନୁସରଣ ଜିତୁ କରୁ ଥିବା ଆଲୋଚନା ହେଉଛି।କିଛି କର୍ମୀ ସମୀର ଦାସ ଙ୍କ ଶିବିର ରେ ରହି ବରାବର ଜିତ ଙ୍କୁ ପାର୍ଥି କରାଇ ବା ପାଇଁ ମସୁଧା ଚଳାଉ ଛନ୍ତି । ନିମାପଡା ନିର୍ବାଚନ ମଣ୍ଡଳୀ ରେ ୪୬ ପଞ୍ଚାୟତ ନିମାପଡ଼ା ଏନ ଏ ସି ରେ ଜିତୁ ଙ୍କ ଦୃଢ଼ ସଂଗଠନ ଥିବା ଚର୍ଚ୍ଚା ଜୋର ଧରିଛି।