ଗାୟତ୍ରୀ ଇଲୋକ୍ଟ୍ରନିକ୍ସରୁ ୫ଲକ୍ଷରୁ ଉର୍ଦ୍ଧ ସାମଗ୍ରୀ ଚୋରୀ : ସିସି ଟିଭିରେ ଦୁର୍ବୁତଙ୍କ ଚେହେରା କଏଦ , ପୋଲିସର ଛାନଭିନ
ଗୋପ : ଗୋପ ଥାନା ବେଗୁନିଆ ଛକଠାରେ ଥିବା ଗାୟତ୍ରୀ ଇଲୋକ୍ଟ୍ରନିକ୍ସ ରୁ ଶନିବାର ବିଳମ୍ବିତ ରାତ୍ରୀରେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ବେଳେ ଚୋରୀକରୁଥିବା ଯୁବକଙ୍କ ଚେହେରା ସିସି ଟିଭିରେ କଏଦ ହେବା ପରେ ପୋଲିସ ଘଟଣାକୁ ଗୁରୁତ୍ୱରସହ ନେଇ ଛାନବିନ ଆରମ୍ଭ କରିଦେଇଛି । କରୋନା ମହାମାରୀ ପାଇଁ ପୁରୀ ଜିଲ୍ଲାକୁ ଶନିବାର , ରବିବାର ସଟ ଡାଉନ କରାଯାଇଥିବା ବେଳେ ଗୋପ-ବେଗୁନିଆବଜାର ସମ୍ପୂର୍ଣ୍ଣ ରୂପେ ଶନିବାର ଦିନ ବନ୍ଦ ହୋଇ ରହିଥିଲା । ଗାୟତ୍ରୀ ଇଲୋକ୍ଟ୍ରନିକ୍ସ ର ମାଲିକ ଜୟଦେବ ମହାପାତ୍ର ସବୁଦିନ ପରି ଶନିବାର ଦିନ ସକାଳେ ଦୋକାନରେ ପୂଯାର୍ଚନା କରି ଘରକୁ ଫେରିଯାଇଥିଲେ ।
ସଟଡାଉନ ଯୋଗୁଁ ବେଗୁନିଆ ବଜାର ସମ୍ପୂର୍ଣ୍ଣ ଅନ୍ଧାର ରହିଥିବାରୁ ଦୁର୍ବୁତ ମାନେ ମଧ୍ୟମ ରାତ୍ରୀରେ ଦୋକାନର ଆଜବେଷ୍ଟ କଣା କରି ଦୋକାନ ଭିତରେ ପସି ଦାମୀ ଦାମୀ ୧୫ଟି ମୋବାଇଲ , ୫ଟି ସୋନି ଏଲ.ଇ.ଡି ଡିଭି , ଗ୍ରାଇଣ୍ଡର, ଆଇରନ , ଓ ଅନେକ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ ହେବ ଚୋରୀ କରି ଫେରାର ହୋଇଯାଉଥିବା ବେଳେ ସେମାନଙ୍କ କଳା କାରନାମା ସିସି ଟିଭିରେ ରେର୍କଡ ହୋଇ ରହୁଥିବା ଦୁର୍ବୁତ ମାନେ ଜାଣିପାରି ନଥିଲେ । ରବିବାର ସକାଳେ ଜୟଦେବ ଦୋକାନ ଖୋଲି ଦେଖନ୍ତି ଦୋକାନ ଭିତରେ କେହି ଦୁର୍ବୁତ ପସି ଅନେକ ସାମଗ୍ରୀ ଚୋରୀ କରି ନେଇଯାଇଛନ୍ତି । ଜୟଦେବ ଗୋପ ଥାନାରେ ପହଁଚି ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ କୁ ଆଧାର କରି ଆସାମୀକୁ ଧରିବାପାଇଁ ବିଭିନ୍ନ ଯାଗାରେ ଛାନ ଭିନ ଆରମ୍ଭ କରିଥିବା ଆଇ ଆଇ ସି ସୁଧିର କୁମାର ସାହୁ କହିଛନ୍ତି ।