ନୂଆଦିଲ୍ଲୀ : ଗୁଜୁରାଟର ସୁରାଟରୁ ଏପରି ଗୋଟିଏ ମାମଲା ସାମ୍ନାକୁ ଆସିଛି ,ଯେଉଁଠାରେ ନକଲି ସୁନା ଦେଇ ୩୦ ଜଣ ଗ୍ରାହକ ୪୧ ଥର ସୁନା ବନ୍ଧକ ରଖି ଋଣ ନେଇଛନ୍ତି l ଯେଉଁଠାରେ ଏହି ଅଦ୍ଭୁତ ଘଟଣାଟି ଘଟିଛି ସେଠାରେ ଅଧିକାରୀ ମାନଙ୍କର ହୋସ ଉଡି ଯାଇଛି l ଏହି ମାମଲାରେ ସୁରଟ କ୍ରାଇମ୍ ବ୍ରାଞ୍ଚ ଵିଶାଲ ନାମକ ବ୍ୟକ୍ତିକୁ ଗିରଫ କରିଛନ୍ତି l ICICI ବ୍ୟାଙ୍କର ମାସିକ ଅଡିଟରେ ଯେତେବେଳେ ଏହି ଗ୍ରାହକଙ୍କ ଦ୍ୱାରା ବ୍ୟାଙ୍କର ତିନିଟି ଅଲଗା ଅଲଗା ଶାଖାରେ ଋଣ ନେବାର ଜଣା ପଡିଲା ,ତାପରେ ବ୍ୟାଙ୍କ ନିଜ ବାଟରେ ଯାଞ୍ଚ ଆରମ୍ଭ କଲା l
ବ୍ୟାଙ୍କ ଯାଞ୍ଚରେ ଜଣ ପଡିଲା ଯେ ଵିଶାଲ ନାମକ ବ୍ୟକ୍ତି ନିଜର ଅନ୍ୟ ୩୦ ଜଣ ସାଥୀଙ୍କ ସହିତ ମିଶି ଅଗଷ୍ଟ ୧୦ ତାରିଖ ୨୦୨୦ ରୁ ସେପ୍ଟେମ୍ବର ୯ ତାରିଖ ୨୦୨୦ ମଧ୍ୟରେ ପାଖାପାଖି ୪୧ ଥର ନକଲି ସୁନା ଦେଇ ୨.୫୫ କୋଟି ଟଙ୍କା ଋଣ ନେଇଛନ୍ତି l ସେମାନେ ବ୍ୟାଙ୍କର ୧୦ ଟି ଶାଖାରୁ ଋଣ ନେଇଛନ୍ତି l ଏହି ମାମଲାରେ ମହିଳା ଓ ପୁରୁଷ ଉଭୟ ଅନ୍ତର୍ଭୂକ୍ତ ଅଛନ୍ତି l ସେମାନେ ବ୍ୟାଙ୍କରେ ଜଣେ ଆଉ ଜଣଙ୍କୁ ରେଫରେନ୍ସ ଦେଇ ଋଣ କରିଛନ୍ତି l ଅଡିଟ ରିପୋର୍ଟର ଖୁଲାସା ହେବା ପରେ ସେମାନଙ୍କ ଦ୍ୱାରା ସିକୁରିଟି ବାବଦରେ ଦିଆଯାଇଥିବା ସୁନାକୁ ଯେତେବେଳେ ଯାଞ୍ଚ କରାଗଲା ସେତେବେଳେ ଏହା ନକଲି ବୋଲି ଜଣ ପଡିଲା l
ସୁରଟ କ୍ରାଇମ୍ ବ୍ରାଞ୍ଚ ୩୦ ଜଣଙ୍କ ବିରୁଦ୍ଧରେ ହେରାଫେରି ମାମଲା ଦର୍ଜ କରିଛି l ସୁରଟ କ୍ରାଇମ୍ ବ୍ରାଞ୍ଚ ଏସ ପି ତଥ୍ୟ ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୭ଜଣଙ୍କୁ ଗିରଫ କରା ଯାଇଛି ବର୍ତ୍ତମାନ ଅଧିକ ତଥ୍ୟ ବାହାରିବା ପାଇଁ ଅନୁସନ୍ଧାନ ଜାରି ରହିଛି l