ନୂଆଦିଲ୍ଲୀ : ଗୋଆ ନିଜର ସମୁଦ୍ର କୁଳର ସୌନ୍ଦର୍ଯ୍ୟ ଯୋଗୁ ପ୍ରସିଦ୍ଧ ଅଟେ l ଏଠାକୁ ଅଧିକ ସଂଖ୍ୟାରେ ଲୋକମାନେ ଆସିଥାନ୍ତି ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ l ଏହି ଖବରଟି ଜାଣିବା ପରେ ହୁଏତ ଆପଣ ଗୋଆ ଯିବାକୁ ଭୟ କରି ପାରନ୍ତି l କାରଣ ଗୋଆର ସମୁଦ୍ର କୂଳରେ ବର୍ତମାନ ବିଷାକ୍ତ ଜେଲିଫିସ୍ ମାନଙ୍କର ଆତଙ୍କ ବଢି ଯାଇଛି l ଗତ ଦୁଇଦିନ ହେବ ଗୋଆର ବାଗା ଓ କେଲଗୁଣ୍ଟ ସମୁଦ୍ର କୂଳରେ ଜେଲିଫିସ୍ ଙ୍କ ଦ୍ୱାରା ୫୫ ରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି l
ଗୋଆର ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ଜେଲିଫିସ୍ ଙ୍କ ଦ୍ୱାରା ୨୫ ଜଣରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି l ଏହି ବିଷାକ୍ତ ଜେଲିଫିସ୍ ନାହୁଡ ମରିବ ଦ୍ୱାରା ଶରୀରରେ ଯନ୍ତ୍ରଣା ହେଉଛି ଓ ଯେଉଁ ସ୍ଥାନକୁ ସେମାନେ ନାହୁଡ ମରୁଛନ୍ତି ସେହି ସ୍ଥାନଟି ବଧିର ହୋଇ ଯାଉଛି l ମିଳିଥିବା ଏକ ସୂଚନା ଅନୁସାରେ ବାଗା ସମୁଦ୍ର କୂଳରେ ଏହିପରି ହୋଇଥିବା ଏକ ଘଟଣା ପରେ ଆମ୍ବୁଲାନ୍ସ ସାହାଯ୍ୟରେ ବ୍ୟକ୍ତି ଜଣଙ୍କୁ ଡାକ୍ତର ଖାନରେ ଭର୍ତି କରାଯାଇଥିଲା l
ଆଉ ଗୋଟିଏ ଘଟଣାରେ ଦେଖା ଯାଇଥିଲା ଜେଲିଫିସ୍ ନାହୁଡ ମାରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଓ ତାଙ୍କୁ ନିଶ୍ୱାସ ନେବାକୁ କଷ୍ଟ ମଧ୍ୟ ହୋଇଥିଲା l ଜେଲିଫିସ୍ ଦୁଇ ପ୍ରକାରର ହୋଇ ଥାନ୍ତି l ଗୋଟିଏ ସାମାନ୍ୟ ଓ ଅନ୍ୟ ଗୋଟିଏ ବିଷାକ୍ତ l ଅଧିକାଂଶ ଜେଲିଫିସ୍ ଲୋକ ମାନଙ୍କର କୌଣସି କ୍ଷତି ଘଟାଇ ନଥାନ୍ତି l କିନ୍ତୁ ଗୋଆରେ ବର୍ତ୍ତମନ ଦେଖାଯାଇଥିବା ଜେଲିଫିସ୍ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି l କାରଣ କରୋନା ମହାମାରୀ ଯୋଗୁ ଗୋଆ ସମୁଦ୍ର କୁଳ ଦୀର୍ଘଦିନ ଧରି ବନ୍ଦ ରହିବ ପରେ ବର୍ତ୍ତମନ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି l