Odisha news

ଗୀତା ଉପଦେଶ ବାଣୀ : କାହିଁକି ମଣିଷ କରିଥାଏ ପାପ

0

ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ ଭଗବତ ଗୀତା ରେ କିଛି ଉପଦେଶ ଦେଇଛନ୍ତି, ଯାହା ପ୍ରତ୍ୟେକ ବ୍ୟକ୍ତି ପାଇଁ ଖୁବ ଜରୁରୀ l ଏବଂ ଏହିସବୁ ନିୟମ କୁ ପାଳନ କରିବା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଭଲ ଜୀବନ ଅତିବାହିତ କରିବେ l ଏବଂ ଗୋଟିଏ ସୁଖମୟ ଜୀବନ ଲାଭ କରିବେ l

ମନୁଷ୍ୟ କାହିଁକି କରିଥାଏ ପାପ ?
ପ୍ରଶ୍ନଟି ହେଲା ମଣିଷ କାହିଁକି ପାପ କରିଥାଏ, ଏହାର ଉତର ଭଗବାନ ଶ୍ରୀକୃଷ୍ଣ ଗୀତାରେ ଦେଇଛନ୍ତି l ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧ ଭୂମିରେ ଅର୍ଜୁନ ଙ୍କୁ ଗୀତା ଜ୍ଞାନ ଦେଇଥିଲେ l ଭଗବାନ ଶ୍ରୀକୃଷ୍ନ  ଏହା ମଧ୍ୟ  ଅର୍ଜୁନ ଙ୍କୁ ବୁଝାଇବାକୁ ଯାଇ କହିଛନ୍ତି ଯେ ବ୍ୟକ୍ତି କାହିଁକି ପାପ କରିଥାଏ l ଯେପରିକି ପାପ କରିବାକୁ ବିବତ୍ସ ହୋଇଯାଇ ଥାଏ l

– ସ୍ୱାର୍ଥ କରାଇଥାଏ ପାପ –
ବ୍ୟକ୍ତି ର ମନ ର ସ୍ୱାର୍ଥ ର ଭାବନା ତାକୁ ପାପ କରାଇଥାଏ l ସ୍ୱାର୍ଥ ଓ ବାସନା ତାକୁ ପାପ କରାଇଥାଏ l ସ୍ୱାର୍ଥ ଓ ବାସନା ଏହି ଦୁଇଟି ହେଉଛି ବ୍ୟକ୍ତିର ସବୁଠୁ ବଡ଼ ଶତ୍ରୁ, ଏହି ଦୁଇଟି ଯୋଗୁଁ ବ୍ୟକ୍ତି ପାପ କରିଥାଏ ଓ ପାପରେ ଲିପ୍ତ ରହିଥାଏ l

– କ୍ରୋଧ ଓ ମୋହ –
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ବୁଝାଇବାକୁ ଯାଇ କହିଛନ୍ତି କ୍ରୋଧ ଓ ମୋହ ରେ ପଡି ବ୍ୟକ୍ତି ପାପ କରିଥାଏ l ଏହି ଦୁଇଟି ଭାବନା ବ୍ୟକ୍ତିକୁ ପାପ କରାଇବାରେ ବିବଶ କରିଦେଇଥାଏ l କ୍ରୋଧ ସମୟରେ କରୁଥିବା ପାପ ବ୍ୟକ୍ତି ଜାଣିପାରି ନଥାଏ l କ୍ରୋଧ ରେ ବ୍ୟକ୍ତିର ବୁଦ୍ଧି କାମ କରିନଥାଏ l କ୍ରୋଧୀ ବ୍ୟକ୍ତି ଠିକ ଭୁଲ ମଧ୍ୟରେ ଫରକ ଜାଣିପାରି ନଥାଏ l

– କାମନା ଓ ମୋହ ହେଉଛି ବ୍ୟକ୍ତିର ଶତ୍ରୁ –
ବ୍ୟକ୍ତିର ସବୁଠୁ ବଡ଼ ଶତ୍ରୁ ହେଉଛି କାମନା, ଏହା ବ୍ୟକ୍ତିର ପତନ ର କାରଣ ଅଟେ, ଏଥିରୁ ଦୂରେଇ ରହିବ ପାଇଁ ମନ ଓ ଇନ୍ଦ୍ରିୟ ରେ କାମନା ର ବାସ ହେବାକୁ ଦେବା ଉଚିତ ନୁହେଁ l ଶ୍ରୀକୃଷ୍ଣ କହିଛନ୍ତି ମୋହ, କାମ ଓ ବାସନା ବ୍ୟକ୍ତି ର ଜ୍ଞାନ କୁ ଢାଙ୍କି ଦେଇଥାଏ l ଏହି ଦୁଇଟି ପାଇଁ ବ୍ୟକ୍ତି ପାପ କରିବାକୁ ମଜବୂର ହୋଇଯାଏ l

Leave A Reply