Odisha news

ନାକରେ ଦେଶୀ ଘିଅ ପକାଇବା ଦ୍ଵାରା ମିଳିଥାଏ ଅନେକ ଶାରିରୀକ ସମସ୍ୟାରୁ ଆରାମ

0
ଆୟୁର୍ବେଦ ଅନୁସାରେ ଦେଶୀ ଘିଅ ଶରୀର ପାଇଁ ଖୁବ୍ ଉପଯୋଗୀ ଅଟେ । ଏହାଦ୍ବାରା ଶରୀରର ଅନେକ ଅସୁବିଧା ଦୂରେଇ ଯାଇଥାଏ । ଆଖି କୁ ସୁସ୍ଥ ରଖିବା ସହ ଇମ୍ୟୁନ ପାୱାର କୁ ବଢାଇ ଥାଏ ।
* ପ୍ରତିଦିନ ନାକରେ ଦେଶୀଘିଅ ପକାଇବା ଦ୍ଵାରା ଆଖି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ଏହାଦ୍ବାରା ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ। ଆଖିରେ କୁଣ୍ଡେଇ ହେବା ଓ ଲାଲ ପଡ଼ିବା ସମସ୍ୟା ମଧ୍ୟ ଦୂରେଇ ଯାଏ ।
* ମିଳିଥିବା ସୂଚନା ଆଧାରରେ ନାକରେ ଘିଅ ପକାଇବା ଦ୍ଵାରା ଶରୀର ର କ୍ୟାନ୍ସର କୋସିକା ଗୁଡ଼ିକ ନିର୍ମାଣ ରେ ବାଧା ଉପୁଜି ଥାଏ ।
* ନାକରେ ଘିଅ ପକାଇବା ଦ୍ଵାରା କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଯେପରିକି କେଶ୍ ଝଡ଼ିବା, କେଶ୍ ପାଚିବା ସମସ୍ୟା ଠାରୁ କେଶକୁ ଦୂରେଇ ରଖିଥାଏ ।
* ନାକରେ ଘିଅ ପକାଇବା ଦ୍ଵାରା ସାଇନସ୍ ସମସ୍ୟା ଦୂର ହୋଇଥାଏ । ସାଇନସ୍ ରୋଗୀ ମାନେ ନିୟମିତ ନିଜ ନାକରେ ଘିଅ ପକାଇବା ଉଚିତ୍ ।
* ନାକରେ ଘିଅ ପକାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ଓ ଏକାଗ୍ରତା ବୃଦ୍ଧି ପାଏ । ଗବେଷକ ଙ୍କ ମତରେ ନାକରେ ଘିଅ ପକାଇଲେ ଅବସାଦ ଓ ଚିନ୍ତା ଦୁର ହୋଇଥାଏ ।
Leave A Reply