Odisha news

କରୋନା କଟକଣା ମଧ୍ୟରେ ଆଜି ଖୋଲିଲା ଘଟଗାଁ ଖୋଲିଲା ଘଟଗାଁ ମାତାରିଣୀ ମନ୍ଦିର

ଘଟଗାଁ : ଦୀର୍ଘ ଦିନ ମାସରୁ ଉର୍ଦ୍ଧ୍ବ ସମୟ ପରେ ଆଜି ଖୋଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ  ଘଟଗାଁ ତାରିଣୀଙ୍କ ମନ୍ଦିର । ମାଙ୍କ ଦର୍ଶନ ପାଇଁ କରାଯାଇଛି ସ୍ଵତନ୍ତ୍ର ଗାଇଡ଼ ଲାଇନର ବ୍ୟବସ୍ଥା। ଆଜି ସକାଳ ୭ଘଟିକା୩୦ମିନିଟରେ ମନ୍ଦିର ଦ୍ୱାରା ଭକ୍ତଙ୍କ ପାଇଁ ଖୋଲିଥିଲା। ଭକ୍ତମାନେ ମନ୍ଦିର ପ୍ରବେଶ ପୁର୍ବ ସାନିଟାଇଜ ହେବା ସହ ମାସ୍କ ପରିଧାନ କରି ସାମାଜିକ ଦୂରତା ବଜାଇ ରଖି ମନ୍ଦିର ଭିତରକୁ ପ୍ରବେଶ କରି ମାଙ୍କ ଦର୍ଶନ କରିଥିଲେ। ତେବେ ସାଧାରଣ ଦର୍ଶନ ପାଇଁ   ସକାଳ ୭ଘଟିକା ୩୦ ମିନିଟ ଠାରୁ ଆରମ୍ଭ ହୋଇ ୧୨  ଘଟିକା ୩୦ ମିନିଟ ପଯ୍ୟନ୍ତ ଏବଂ ଅପରାହ୍ନ ୪ଘଟିକାରୁ ସନ୍ଧ୍ୟା ୭ଘଟିକା ପଯ୍ୟନ୍ତ ଦର୍ଶନ ସମୟ ରହିଛି।  କେବଳ ଦର୍ଶନ କରିପାରିବେ ଭକ୍ତ କୌଣସି ଭୋଗ ମନ୍ଦିରରେ ଲାଗି ପାରିବିନି।
୧୦ବର୍ଷରୁ କମ ବୟସ ପିଲା ଓ ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ମନ୍ଦିରକୁ ପୂଜା ନିମନ୍ତେ ଆସୁଥିବା ଗାଡି ଗୁଡିକ ଗେଟନମ୍ବର -୫ ରେ ପ୍ରବେଶ କରି ଗାଡି ପୂଜା କରିପାରିବେ। ମାଙ୍କ ସକାଳ ଆଳତି,ଅନ୍ନ ପ୍ରସାଦ ନୀତି ,ସନ୍ଧ୍ୟା ଆଳତି ଓ ପହଡ଼ ଆଳତିରେ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ । ତେବେ ସମସ୍ତ କୋଭିଡ ଗାଇଡ଼ ଲାଇନ କୁ ମାନି ଭକ୍ତମାନେ ମାଙ୍କ ଦର୍ଶନ କରୁଥିବା ବେଳେ ମାଙ୍କ ଦର୍ଶନ ପାଇଁ ଭକ୍ତମାନେ ଭାବ ବିହ୍ଵଳ ହୋଇପଡୁଥିବେ ଦେଖିବାକୁ ମିଳିଥିଲା।

Comments are closed.