ହିନ୍ଦୁ ଧର୍ମରେ ଘଣ୍ଟିର ପୂଜାପାଠର ରହିଛି l ମନ୍ଦିରର ଦ୍ୱାରା ଓ ବିଶେଷ ସ୍ଥାନରେ ଘଣ୍ଟି କିମ୍ବା ଘଣ୍ଟ ଲଗାଇବାର ପ୍ରଥା ପ୍ରାଚୀନ କାଳରୁ ରହି ଆସିଛି l କିନ୍ତୁ ଅନେକ ଲୋକ ଏହା ପଛର କାରଣ ଜାଣି ନାହାନ୍ତି l ଧାର୍ମିକ ମାନ୍ୟତା ଅନୁସାରେ ଘଣ୍ଟି ବଜାଇବା ଦ୍ୱାରା ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ମୂର୍ତ୍ତିରେ ଚେତନା ଜାଗ୍ରତ ହୋଇଥାଏ l ଯାହାପରେ ତାଙ୍କର ପୂଜା ଓ ଆରାଧନା ଅଧିକ ଫଳପ୍ରଦ ଓ ପ୍ରଭାବଶାଳୀ ହୋଇଯାଇଥାଏ l
ଗୋଟିଏ କାରଣ ଏହା ମଧ୍ୟ ଯେ ଘଣ୍ଟିର ମନମୋହକ ଧ୍ୱନି ମନ ଓ ମସ୍ତିଷ୍କକୁ ଆଧ୍ୟାତ୍ମିକ ଭାବ ଆଡକୁ ଟାଣି ନେବାପାଇଁ ସମର୍ଥ ହୋଇଥାଏ l ମନର ଘଣ୍ଟିର ଲୟ ସହିତ ଯୋଡି ହୋଇ ଶାନ୍ତିର ଅନୁଭବ କରାଇଥାଏ l ମନ୍ଦିରରେ ସକାଳ ଓ ସନ୍ଧ୍ୟା ପୂଜାରେ ଆଳତି ସମୟରେ ଗୋଟିଏ ବିଶେଷ ଲୟ ଓ ତାଳ ଦ୍ୱାରା ଘଣ୍ଟି ବଜା ଯାଇଥାଏ l ଯାହା ଦ୍ୱାରା ସେଠାରେ ଉପସ୍ଥିତ ଥିବା ଲୋକମାନେ ଶାନ୍ତି ଓ ଆଧ୍ୟାତ୍ମିକତାକୁ ଅନୁଭବ କରିବେ l
କଣ ଆପଣ ଜାଣିଛନ୍ତି ଚାରି ପ୍ରକାରର ଘଣ୍ଟି ରହିଛି l ହାତରେ ବଜାଯାଉଥିବା ଘାଣ୍ଟିକୁ ଗରୁଡ ଘଣ୍ଟି କୁହାଯାଇଥାଏ l ଯେଉଁ ଘଣ୍ଟି ଦ୍ୱାରା ପାଖରେ ଲଗାଯାଇଥାଏ ତାହାକୁ ଦ୍ୱାରା ଘଣ୍ଟି କୁହାଯାଏ l ତୃତୀୟ ପ୍ରକାରର ଘାଣ୍ଟିଟି ପିତ୍ତଳର ଗୋଟିଏ ଥାଳିପରି ହୋଇଥାଏ ଯାହାକୁ ଗୋଟିଏ ବେତର ବାଡ଼ି ସାହାଯ୍ୟରେ ବଜାଯାଏ l ତାହାକୁ ଘଣ୍ଟ କୁହାଯାଏ l ଚତୁର୍ଥ ପ୍ରକାରର ଘଣ୍ଟଟି ବିଶାଳକାୟ ହୋଇଥାଏ ଯାହାର ଲମ୍ବା ଓ ଚଉଡା ୫ ଫୁଟ ପର୍ଯ୍ୟନ୍ତ ରହିଥାଏ l ଏହାକୁ ଚାରି ପାଞ୍ଚଜଣ ମିଶି ବଜାଇଥାନ୍ତି ଓ ଏହାର ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ସୁଭିଥାଏ l