ହିନ୍ଦୁ ଧର୍ମରେ ଗଣେଶଙ୍କୁ ବିଘ୍ନହର୍ତା ବୋଲି କୁହାଯାଇ ଥାଏ l ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଗଣପତି ଙ୍କୁ ସାତ୍ୱିକ ମନରେ ପ୍ରାର୍ଥନା କରିଥାଏ ତାର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ଗଣପତି ସଭିଙ୍କର ଦୁଃଖକଷ୍ଟ ଦୂର କରିଥିବା କାରଣରୁ ତାଙ୍କୁ ବିଘ୍ନ ହର୍ତା କୁହାଯାଏ l ଆମ ହିନ୍ଦୁ ଧର୍ମରେ ଗଣପତି ଙ୍କୁ ଅଗ୍ରଦେବତା କୁହାଯାଇ ଥାଏ l ଯେ କୌଣସି ପୂଜା ପୂର୍ବରୁ ଗଣପତିଙ୍କୁ ସର୍ବ ପ୍ରଥମେ ପୂଜା କରାଯାଇଥାଏ l ବୁଧବାର ଦିନ ଯଦି କୌଣସି ବ୍ୟକ୍ତି ଗଣେଶ ଗାୟତ୍ରୀ ମନ୍ତ୍ର ଜପ କରିଥାଏ ତାର ସମସ୍ତ ବିଘ୍ନ ଦୂର ହେବା ସହିତ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ l
ଗଣେଶ ଗାୟତ୍ରୀ ମନ୍ତ୍ର –
‘ ଓଂ ଏକଦନ୍ତlୟ ବିଦ୍ମହେ ବକ୍ରତୁଣ୍ଡାୟ ଧମହି ତନ୍ନୋ ବୁଦ୍ଧି ପ୍ରଚୋଦୟାତ୍ ‘ l
ଗଣେଶ ଗାୟତ୍ରୀ ମନ୍ତ୍ରକୁ କିପରି କରିବେ ଜପ –
ଏହି ମନ୍ତ୍ରଟିର ଜପ ପ୍ରତି ବୁଧବାର ଦିନ ୧୦୮ ଥର ନିହାତି କରିବା ଆବଶ୍ୟକ l ଏହି ମନ୍ତ୍ର ଦ୍ୱାରା ଗଣପତି ଖୁବ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି l ଏହି ମନ୍ତ୍ରଟିକୁ ଜପ କରିବା ସମୟରେ ନିହାତି ହାତରେ ଦୁବ ଘାସ ଓ ଅରୁଆ ଚାଉଳ ରଖିବା ଆବଶ୍ୟକ l ମନ୍ତ୍ର ୧୦୮ ଥର ଜପ କରି ସାରିବା ପରେ ଏହି ଦୁବ ଓ ଅରୁଆ ଚାଉଳ କୁ ଗଣପତିଙ୍କୁ ଅର୍ପଣ କରି ଦିଅନ୍ତୁ l
ମିଳିଥାଏ ଏହିସବୁ ଲାଭ –
* ଏହି ଗଣେଶ ଗାୟତ୍ରୀ ମନ୍ତ୍ରକୁ ଜପ କରିବା ଦ୍ୱାରା ବ୍ୟକ୍ତି ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l ଘରେ ସକାରାତ୍ମକ ସ୍ଥିତି ଜାଗ୍ରତ ହୋଇଥାଏ l
* ଯଦି ଆପଣ ବ୍ୟବସାୟ ରେ ଉନ୍ନତି ଚାହୁଁଛନ୍ତି ତେବେ ପ୍ରତି ବୁଧବାର ଦିନ ନିଜ ପ୍ରତିଷ୍ଠାନ ରେ ଗଣେଶଙ୍କ ମୂର୍ତି ସ୍ଥାପନା କରି ଗୋଟିଏ ଘିଅଦୀପ ଜଳାଇ ଦୁବ ଘାସ ଓ ଅକ୍ଷତ ଗଣପତିଙ୍କୁ ଅର୍ପଣ କରି ଏହି ମନ୍ତ୍ରଟିକୁ ୧୦୮ ଥର ଜପ କରିବା ଦ୍ୱାରା ଗଣପତି ଙ୍କ କୃପା ଲାଭ ହୋଇଥାଏ l
* ସନ୍ତାନଙ୍କ ସୁଖସମୃଦ୍ଧି ଓ ଶିକ୍ଷା ପାଇଁ ବୁଧବାର ଦିନ ଏହି ମନ୍ତ୍ରକୁ ଘରେ ପ୍ରାତଃ ସମୟରେ ୧୦୮ ଥର ଜପ କରିବା ଦ୍ୱାରା ସନ୍ତାନ ମାନଙ୍କ ଜୀବନ ମଙ୍ଗଳମୟ ହୋଇଥାଏ l
* ଯଦି କେହି ଗୃହରେ ରୋଗରେ ପୀଡିତ ଅଛନ୍ତି ତେବେ ଗଣେଶ ଗାୟତ୍ରୀ ମନ୍ତ୍ର ଜପ କରିବା ସହିତ ଶୁଣିବା ଆବଶ୍ୟକ ଏହାଦ୍ୱାରା ରୋଗ ଜନିତ କଷ୍ଟରୁ ମୁକ୍ତି ମିଳିଥାଏ l
* ଯଦି କୌଣସି ଶୁଭ କାର୍ଯ୍ୟରେ ବାଧା ଉପୁଜୁଛି ତେବେ ପ୍ରତି ବୁଧବାର ଦିନ ଗଣେଶ ଗାୟତ୍ରୀ ମନ୍ତ ଜପ କରିବା ସହିତ ଅଖଣ୍ଡ ଦୀପ ବସାନ୍ତୁ l ଏହାଦ୍ୱାରା ମନରେ ସକାରାତ୍ମକ ଭାବନା ଆସିବା ସହିତ ପଡି ରହିଥିବା କାର୍ଯ୍ୟ ସୁରୁଖୁରୁ ରେ ହୋଇଯିବ l
* ଗଣେଶ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ଦରିଦ୍ରତା ନାଶ ହୋଇଥାଏ l