ନୂଆଦିଲ୍ଲୀ :କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ନାଗରିକ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଉପରେ ରିହାତି ଦେବା ପାଇଁ ସବ୍ସିଡି ସୁବିଧା ଦିଆଯାଇଥାଏ l LPGର ସବ୍ସିଡି ଅଲଗା ଅଲଗା ରାଜ୍ୟକୁ ଅଲଗା ଅଲଗା ଦିଆ ଯାଇଥାଏ l ଯେଉଁ ବ୍ୟକ୍ତି ମାନଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ ସେହି ମାନଙ୍କୁ ଏହି ସୁବିଧାରୁ ବାହାରେ ରଖା ଯାଇଥାଏ l କଣ ଆପଣଙ୍କୁ ଫେବୃଆରୀ ମାସରେ ସବ୍ସିଡି ସୁବିଧା ମିଳୁଛି ନା ନାହିଁ ଜାଣିବା l
ଏହିଭଳି ଭାବରେ ଚେକ କରନ୍ତୁ ଇଣ୍ଡେନ ଗ୍ୟାସର ଅନଲାଇନ ସ୍ଟାଟସ –
* ସର୍ବ ପ୍ରଥମେ ଆପଣଙ୍କୁ ଇଣ୍ଡେନ ଗ୍ୟାସର ୱେବସାଇଟ https:bit.ly/3rU6Lol ଦେଖିବାକୁ ହେବ l
* ଆପଣଙ୍କ ଆଗରେ ସିଲିଣ୍ଡରର ଗୋଟିଏ ଫୋଟ ଦେଖାଯିବ,ଏଥିରେ କ୍ଲିକ କରିବା ମାତ୍ରେ ଗୋଟିଏ ଅଭିଯୋଗ ବାକ୍ଶ ଦେଖାଯିବ ,ସେଥିରେ ସବ୍ସିଡି ସ୍ଟାଟସ ଲେଖି ଆଗକୁ ବଢ଼ାଇବେ l
* ବର୍ତମାନ ସବ୍ସିଡି ସମ୍ପର୍କିତ ଅପ୍ସନ ଉପରେ କ୍ଲିକ କରିବେ ଏହାପରେ ଆପଣଙ୍କ ଆଗରେ ସବ କାଟାଗୋରୀ କିଛି ନୂଆ ଆପ୍ସନ ଆସିବ ସେଠାରେ ଆପଣ ସବ୍ସିଡି ନଟ ରିସିଭଡ ଉପରେ କ୍ଲିକ କରିବେ l
* ଏହାପରେ ଆପଣଙ୍କୁ ନିଜର ମୋବାଇଲ ନମ୍ବର ଦର୍ଜ କରିବାକୁ ପଡିବ l
* ମୋବାଇଲ ନମ୍ବର ଲିଙ୍କ ନ ହେଲେ ସେଠାରେ ଗୋଟିଏ ଆପ୍ସନ ଥିବା ଗ୍ୟାସ ID ପଂଜିକୃତ କରିବା ପାଇଁ ,ସେଠାରେ ନିଜର ଗ୍ୟାସ ID ନମ୍ବର ଲେଖିବେ l
* ଏହାପରେ ଏହାକୁ ସବିମିଟ କରିବାକୁ ପଡିବ l
ସମ୍ପୂର୍ଣ ତଥ୍ୟ ମିଳିଯିବ –
ଆପଣଙ୍କୁ କହି ରଖୁଛୁ ଯେ ବର୍ତମାନ ଆପଣଙ୍କ ଆଗରେ ସବ୍ସିଡି ସହିତ ଯୋଡି ହୋଇଥିବା ସମ୍ପୂର୍ଣ ବିବରଣୀ ସାମ୍ନାକୁ ଆସିବ l କେତେ ସବ୍ସିଡି ଆପଣ ପାଇଛନ୍ତି ଓ କେତେ ସବ୍ସିଡି କେତେ ସବ୍ସିଡି ଆପଣଙ୍କୁ ପଠା ଯାଉଛି ତାର ସମ୍ପୂର୍ଣ ତଥ୍ୟ ପାଇ ପାରିବେ l ଏହା ବ୍ୟତୀତ ଆପଣ ଗ୍ରାହକ ସେବା କେନ୍ଦ୍ର ସହିତ ମଧ୍ୟ କଥା ହୋଇପାରିବେ ଓ ଆପଣଙ୍କ ସବ୍ସିଡି ବିଷୟରେ ସମସ୍ତ ତଥ୍ୟ ହାସଲ କରି ପାରିବେ l ଇଣ୍ଡେନ ଗ୍ୟାସର ଗ୍ରାହକ ସେବା କେନ୍ଦ୍ରର ନମ୍ବର ହେଲା :୧୮୦୦-୨୩୩ -୩୫୫୫ ଅଟେ l
ଫେବୃଆରୀ ମାସରେ ୨ଥର ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର –
ଆପଣଙ୍କୁ କହି ରଖୁଛୁ ବେବୃଆରି ମାସରେ ସରକାରୀ ତୈଳ କମ୍ପାନୀ ଗୁଡିକ ୨ଥର ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି l ପ୍ରଥମ ଥର ମହାନଗର ଗୁଡିକରେ ଇଣ୍ଡେନ ,ଏଚ ପି ର ବିନା ସବ୍ସିଡିରେ LPG ସିଲିଣ୍ଡରର ମୂଲ୍ୟରେ ୨୫ ଟଙ୍କା ଓ ଫେବୃଆରୀ ୧୫ ତାରିଖ ବେଳକୁ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ପ୍ରତି ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ହେଲା l
Comments are closed.